କନିଆଁ ସାଜିବେ ତମନ୍ନା!

ମୁମ୍ବାଇ: ଖୁବଶୀଘ୍ର ସାଉଥ ସୁନ୍ଦରୀ ତମନ୍ନା ଭାଟିଆଙ୍କ ଘରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ବାହୁବଳୀ ଫେମ୍ ଅଭିନେତ୍ରୀ। ଜଣେ ବିଜନେସ୍‌ମ୍ୟାନ୍‌କୁ ସେ ନିଜ ଜୀବନ ସାଥୀ କରିବାକୁ ବାଛିଛନ୍ତି। ସେ ଫେମସ ବିଜନେସ୍‌ମ୍ୟାନ୍‌ଙ୍କ ପ୍ରପୋଜାଲକୁ ହଁ କରିଦେଇଥିବା କୁହାଯାଉଛି। ଏ କଥା ଆମେ କହୁନୁ ସୋଶାଲ ମିଡିଆରେ ଏଭଳି କିଛି ଖବର ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଖବର ଉପରେ ଏବେ ତମନ୍ନା ନିଜ ପ୍ରତିକ୍ରିୟା ରଖିଛନ୍ତି। ବାସ୍ତବରେ ତମନ୍ନା […]

tamannaah-bhatia

Madhupriya Mistry
  • Published: Thursday, 17 November 2022
  • , Updated: 17 November 2022, 05:04 PM IST

ମୁମ୍ବାଇ: ଖୁବଶୀଘ୍ର ସାଉଥ ସୁନ୍ଦରୀ ତମନ୍ନା ଭାଟିଆଙ୍କ ଘରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ବାହୁବଳୀ ଫେମ୍ ଅଭିନେତ୍ରୀ। ଜଣେ ବିଜନେସ୍‌ମ୍ୟାନ୍‌କୁ ସେ ନିଜ ଜୀବନ ସାଥୀ କରିବାକୁ ବାଛିଛନ୍ତି। ସେ ଫେମସ ବିଜନେସ୍‌ମ୍ୟାନ୍‌ଙ୍କ ପ୍ରପୋଜାଲକୁ ହଁ କରିଦେଇଥିବା କୁହାଯାଉଛି। ଏ କଥା ଆମେ କହୁନୁ ସୋଶାଲ ମିଡିଆରେ ଏଭଳି କିଛି ଖବର ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଖବର ଉପରେ ଏବେ ତମନ୍ନା ନିଜ ପ୍ରତିକ୍ରିୟା ରଖିଛନ୍ତି।

ବାସ୍ତବରେ ତମନ୍ନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ମଜାଦାର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ ସେ ନିଜ ବିଜନେସ୍‌ମ୍ୟାନ୍ ଭାବି ସ୍ୱାମୀଙ୍କ ସହ ଫ୍ୟାନ୍‌ମାନଙ୍କ ସାକ୍ଷାତ କରାଇଛନ୍ତି। ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଭିଡିଓ ଶେଆର କରି ତମନ୍ନା ଲେଖିଛନ୍ତି ମୋର ବିଜନେସମ୍ୟାନ୍ ସ୍ୱାମୀଙ୍କୁ ଦେଖନ୍ତୁ । ତମନ୍ନାଙ୍କ ଏହି ଭିଡିଓକୁ ଦେଖି ଫ୍ୟାନ୍‌ମାନେ ଚକିତ ହେବା ସହ ହସି ହସି ଗଡି ଯାଇଛନ୍ତି।

ପ୍ରକୃତରେ ତମନ୍ନା ପ୍ରଥମ ଭିଡିଓରେ ସେ ଏକ ସୁନ୍ଦର କଳା ସାଢ଼ୀ ପିନ୍ଧି କୋଠରୀ ଭିତରକୁ ଯାଆନ୍ତି । ଦ୍ୱିତୀୟ ଭିଡିଓରେ ସେ କୋଠରୀରୁ ପୁଅ ହୋଇ ବାହାରୁଛନ୍ତି। ଏହି ଭିଡିଓରେ ତମନ୍ନା ମଧ୍ୟ ଏକ ମୁଦି ପିନ୍ଧିଛନ୍ତି। ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ଏ ହେଉଛନ୍ତି ମୋ ବ୍ୟବସାୟୀ ସ୍ୱାମୀ।’ ଏହା ବ୍ୟତୀତ ଅଭିନେତ୍ରୀ ହ୍ୟାସଟ୍ୟାଗରେ ଲେଖିଛନ୍ତି, ‘ସମସ୍ତେ ମୋ ଜୀବନର ସ୍କ୍ରିପ୍ଟ ଲେଖୁଛନ୍ତି’। ତମନ୍ନାଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ତମନ୍ନାଙ୍କ ଏହି ପ୍ରତିକ୍ରିୟାରୁ ଜଣାପଡୁଛି ଯେ, ସେ ଏବେ ବିବାହ କରିବାକୁ ଚାହୁଁନାହାନ୍ତି। ଏଥିସହ ତାଙ୍କ ବିବାହ କରିବା ଖବର ଏକ ଗୁଜବ। ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ତମନ୍ନା ବର୍ତ୍ତମାନ ବିବାହକୁ ନେଇ କୌଣସି ପ୍ଲାନିଂ କରିନଥିବା ସେ କହିଥିଲେ। ଏଥିସହ ସେ ନିଜ କାମରେ ବ୍ୟସ୍ତ ଅଛନ୍ତି ତାଙ୍କ ପାଖରେ ସମୟ ନାହିଁ। ବିଜି ଶେଡ୍ୟୁଲ ପାଇଁ ତାଙ୍କ ପାଖରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ସମୟ ନାହିଁ ବୋଲି ସେ କହିଥିଲେ।

Related story