Advertisment

ତମନ୍ନାଙ୍କୁ ୫ ଘଣ୍ଟା ଜେରା କଲା ଇଡ଼ି

ତମନ୍ନାଙ୍କ ବ୍ୟତୀତ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌ଙ୍କ ସମେତ ୧୭ ଜଣ ବଲିଉଡ୍ ଷ୍ଟାରଙ୍କୁ ଇଡି ସମନ କରିଛି।

author-image
Madhupriya Mistry
Tamanna Bhatia

Tamanna Bhatia

ବଢ଼ିଲା ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପ୍ରଶ୍ନ ବାଣର ଶିକାର ହେଲେ ତମନ୍ନା। ଗୁଡେଇ ତୁଡେଇ ଅଭିନେତ୍ରୀଙ୍କୁ ଜେରା କଲା ଇଡି। ମହାଦେବ ବେଟିଂ ଆପ୍‌ରେ ତମନ୍ନାଙ୍କ ନାଁ ଆସିବା ପରେ ଗୁରୁବାର ଗୌହାଟୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ତାଙ୍କୁ ଜେରା କରାଯାଇଛି।

Advertisment

ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପାଇଁ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଇଡି ତାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଜୋନାଲ ଅଫିସରେ ତମନ୍ନାଙ୍କ ବୟାନ ରେକର୍ଡ କରାଯାଇଛି।

ସୂଚନା ମୁତାବକ, ଗତକାଲି ତମନ୍ନା ତାଙ୍କ ବାପାମା'ଙ୍କୁ ନେଇ ଇଡି ଅଫିସ୍‌ରେ ପହଞ୍ଚିଥିଲେ। ତେବେ ପଚରାଉଚରା ନେଇ ତମନ୍ନା କିମ୍ବା ତାଙ୍କ ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା। ଏଥିପାଇଁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୌହାଟୀର ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି।

Advertisment

ଆପ୍ ଜରିଆରେ ଲୋକେ ୫୭ ହଜାର ଟଙ୍କା ବିନିଯୋଗ କରିବା ପରେ ପ୍ରତିଦିନ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତମନ୍ନାଙ୍କ ବ୍ୟତୀତ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌ଙ୍କ ସମେତ ୧୭ ଜଣ ବଲିଉଡ୍ ଷ୍ଟାରଙ୍କୁ ଇଡି ସମନ କରିଛି।

Tamannaah Bhatia ED Interrogated Mahadev Bettin App Bollywood