Advertisment

ମଞ୍ଚ ଉପରେ ଅଭିନେତ୍ରୀଙ୍କୁ ଧକ୍କା ମାରିଲେ ସାଉଥ ସୁପରଷ୍ଟାର୍

ସୋଶାଲ ମିଡିଆରେ ଅଭିନେତାଙ୍କ ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି।

author-image
Madhupriya Mistry
Nandamuri Balakrishna pushes actor Anjali

Nandamuri Balakrishna pushes actor Anjali

ବିବାଦରେ ସାଉଥ ସୁପରଷ୍ଟାର ତଥା ରାଜନେତା ନନ୍ଦମୁରି ବାଲକୃଷ୍ଣ। ସର୍ବସମ୍ମୁଖରେ ମଞ୍ଚ ଉପରେ ଅଭିନେତ୍ରୀଙ୍କୁ ମାରିଲେ ଧକ୍କା। ଏହାକୁ ନେଇ ଏକ ନୂଆ ବିବାଦରେ ଫଶିଛନ୍ତି ଅଖଣ୍ଡା ଷ୍ଟାର୍‌। ତାଙ୍କୁ ଚାରିଆଡୁ ଜୋରଦାର ଟ୍ରୋଲ କରାଯାଉଛି।

Advertisment

ଅପ୍‌କମିଂ ତେଲୁଗୁ ଫିଲ୍ମ 'ଗ୍ୟାଙ୍ଗସ୍‌ ଅଫ୍ ଗୋଦାବରୀ'ର ପ୍ରମୋସନ ଇଭେଣ୍ଟ ଚାଲିଥିଲା। ଏତିକି ବେଳେ ମଞ୍ଚ ଉପରେ ନେହା ଶେଟ୍ଟୀ ସହ ଠିଆ ହୋଇଥିଲେ ସାଉଥ ଅଭିନେତ୍ରୀ ଅଞ୍ଜଳି। ଏହି ସମୟରେ ସାମ୍ନା ପଟୁ ଅଭିନେତା ନନ୍ଦମୁରି ବାଳକୃଷ୍ଣ ଆସିଥିଲେ। ତାଙ୍କୁ ଏହି ଇଭେଣ୍ଟକୁ ସ୍ପେଶାଲ ଗେଷ୍ଟ ରୂପେ ଆମନ୍ତ୍ରିତ କରାଯାଇଥିଲା।

ତେବେ କ୍ୟାମେରା ସାମ୍ନାରେ ଫଟୋ ପାଇଁ ପୋଜ ଦେବା ପୂର୍ବରୁ ବାଳକୃଷ୍ଣ ଅଭିନେତ୍ରୀ ଅଞ୍ଜଳିଙ୍କୁ ଦେଇଥିଲେ ଜୋରଦାର ଧକ୍କା। ତଳେ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ। କେବଳ ଏତିକିରେ କଥା ସରିନି ବାଳକୃଷ୍ଣ ଅଭିନେତ୍ରୀଙ୍କୁ ଧକ୍କା ଦେବା ପରେ ରାଗରେ କିଛି କହୁଥିବା ମଧ୍ୟ ନଜର ଆସିଛନ୍ତି।

Advertisment

ପ୍ରଥମେ ଏହା ଦେଖି ଅଞ୍ଜଳି ଚକିତ ହୋଇ ପଡିଥିଲେ। କିନ୍ତୁ ପରେ ସ୍ଥିତିକୁ ମ୍ୟାନେଜ କରିବାକୁ ଯାଇ ସେ ହସିବାକୁ ଲାଗିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଉଥ ସୁପରଷ୍ଟାରଙ୍କ ଏଭଳି ଆଚରଣକୁ ନେଇ ସୋଶାଲ ମିଡିଆ ୟୁର୍ଜସଙ୍କ ସମେତ ଅନେକ ଜଣାଶୁଣା ସେଲେବ୍ରିଟି ମଧ୍ୟ ଖପ୍ପା ହୋଇଯାଇଛନ୍ତି।

'ସ୍କାମ୍‌ ୧୯୯୨' ଓ 'ସ୍କୁପ୍‌' ଭଳି ପପୁଲାର ବଲିଉଡ ଫିଲ୍ମ ମେକର ହଂସଲ ମେହତା ମଧ୍ୟ ବାଲକୃଷ୍ଣଙ୍କ ଏହି ଭିଡିଓକୁ ଦେଖି ରାଗି ଯାଇଛନ୍ତି। ସେ ତାଙ୍କୁ କଡା ସମାଲୋଚନା କରିଛନ୍ତି। କିଏ ଏହି ସ୍କମବ୍ୟାଗ୍‌ ତଥା ବଦ୍‌ମାଶ ବ୍ୟକ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ସେହିପରି ଅନେକ ୟୁଜର୍ସ ତାଙ୍କୁ ବାଳକୃଷ୍ଣଙ୍କୁ ଅଂହକାରୀ କହିବା ସହ ଅଭିନେତ୍ରୀଙ୍କୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

କହିରଖୁ ଯେ ଅଭିନେତା ବାଳକୃଷ୍ଣ ଜଣେ ସାଉଥ ସୁପରଷ୍ଟାର ହେବା ସହ ଆନ୍ଧ୍ରପ୍ରଦେଶର ବିଧାୟକ ଅଟନ୍ତି। ସେ ସାଉଥ ସିନେମାର ଆଇକନିକ୍‌ ଷ୍ଟାର୍‌ ଏନ୍‌ଟି ରାମା ରାଓର ପୁଅ ଓ ଜୁନିଅର୍‌ ଏନ୍‌ଟି ରାମା ରାଓର ଦାଦା ଅଟନ୍ତି। ବକକୃଷ୍ଣ ବର୍ତ୍ତମାନ ନିଜର ୧୦୭ତମ ଫିଲ୍ମର ସୁଟିଂ କରୁଛନ୍ତି। ଏହି ଫିଲ୍ମକୁ ତେଲୁଗୁ ସମେତ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବ।

Viral Video Tollywood Nandamuri Balakrishna Actress Anjali