Advertisment

ଓସ୍କାର୍‌ରେ ବାଜି ମାରିଲା ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’

ଭାରତ ଇତିହାସରେ ଓସ୍କାର ଜିତିବାରେ ପ୍ରଥମ ଫିଲ୍ମ ପାଲଟିଛି।

ଅଦ୍ୟତନ ହୋଇଛି
The Elephant Whisperers

The Elephant Whisperers

Advertisment

୯୫ତମ ଓସ୍କାର ଆୱାର୍ଡରେ ଇତିହାସ ରଚିଲା ଭାରତ। ବେଷ୍ଟ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଲା  ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’। ସମସ୍ତଙ୍କ ପଛରରେ ପକାଇ ବାଜି ମାରିଲା ଏହି ଫିଲ୍ମ।

Advertisment

ଚଳିତ ବର୍ଷ ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଥିଲା। ଯେଉଁଥିରେ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ଏହି ଫିଲ୍ମ ସାମିଲ ଥିଲା। ଏହି ଫିଲ୍ମ ସହିତ ହାଓ ଆଉଟ୍, ହାଓ ଡୁ ୟୁ ମେଜର୍ ଏ ଇୟର୍‌,  ଦା ମାର୍ଥା ମିଚେଲ୍ ଇଫେକ୍ଟ ଏବଂ ଷ୍ଟ୍ରେଞ୍ଜର ଆଟ୍ ଦା ଗେଟ୍ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲା।  ତେବେ ସମସ୍ତ ହଲିଉଡ ଫିଲ୍ମକୁ ପଛରେ ପକାଇ ଏବେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ  ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ପୁରସ୍କୃତ ହୋଇଛି।  ଏଥିସହ ଏହା ଭାରତ ଇତିହାସରେ ଓସ୍କାର ଜିତିବାରେ ପ୍ରଥମ ଫିଲ୍ମ ପାଲଟିଛି। 

‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ, ଯାହା ଏକ ହାତୀ ଏବଂ ଏହାର ତଦାରଖକାରୀଙ୍କ ମଧ୍ୟରେ ଅବିସ୍ମରଣୀୟ ବନ୍ଧନ ଉପରେ ଆଧାରିତ। ଏହି ଫିଲ୍ମକୁ ଗୁନୀତ୍ ମୋଙ୍ଗା ନିର୍ମାଣ କରିଛନ୍ତି । ସେ ହିଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Advertisment

ସେହିପରି କିର୍ତ୍ତିକା ଗୋଞ୍ଜାଲ୍ୱିସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ଜଣେ ସୋଶାଲ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଓ ଫିଲ୍ମମେକର ଅଟନ୍ତି। କିର୍ତ୍ତିକା ନିଜର ଏହି ଶର୍ଟ ଫିଲ୍ମ ଦ୍ୱାରା ଇତିହାସ ରଚିଛନ୍ତି। ଭାରତୀୟଙ୍କ ପାଇଁ ଆଜିର ଦିନ ଐତିହାସିକ ପ୍ରମାଣିତ ହୋଇଛି। 

ଆମେରିକାର ଲସ ଆଞ୍ଜେଲିସ ସହରର ଡଲବି ଥିଏଟରରେ ଆୟୋଜିତ ଏହି ପୁରସ୍କାର ଶୋ’ ଏଥର ଭାରତ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ପ୍ରଥମଥର ପାଇଁ ଏକାଡେମୀ ପୁରସ୍କାରରେ ଭାରତକୁ ତିନୋଟି ନାମାଙ୍କନ ମିଳିଛି। ଏସ ଏସ ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ଆରଆରଆର ନାଟୁ-ନାଟୁ ଗୀତ ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍‌ରେ ନାମାଙ୍କନ ପାଇଛି। ଏଥି ସହିତ, ‘ଅଲ ଦାଟ୍ ବ୍ରିଥ୍‌ସ’ ଏବଂ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ଯଥାକ୍ରମେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ଏବଂ ବେଷ୍ଟ ଶର୍ଟ ଡକ୍ୟୁମେଣ୍ଟାରୀ ପାଇଁ ନାମାଙ୍କନ କରାଯାଇଥିଲା। ‘ଅଲ ଦ୍ୟାଟ୍ ବ୍ରିଥ୍‌ସ’ ପୁରସ୍କାର ଦୌଡରୁ ବାଦ୍ ପଡିଥିବାବେଳେ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’ ପୁରସ୍କାର ଜିତିଛି। 

Oscar 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe