ଓସ୍କାର୍‌ରେ ଏଣ୍ଟ୍ରି କଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ୨୦୨୨ର ସବୁଠୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ଆସିଛି ବଡ ଖବର। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାର୍‌ରେ ଏଣ୍ଟ୍ରି କରିଛି। ଏହି ଫିଲ୍ମକୁ ଓସ୍କାର-୨୦୨୩ ପାଇଁ ଶର୍ଟଲିଷ୍ଟ କରାଯାଇଛି। ଭାରତରୁ ଓସ୍କାର ପାଇଁ ଚୟନ ହୋଇଥିବା ୫ଟି ଫିଲ୍ମ ମଧ୍ୟରୁ ଏହା ଗୋଟିଏ। ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜେ ସୋଶାଲ ମିଡିଆରେ ଏହି ଗୁଡ୍‌ନ୍ୟୁଜ୍ ଶେଆର କରିଛନ୍ତି । କେବଳ ସେତିକି ନୁହେଁ କଶ୍ମୀର ଫାଇଲ୍ସର […]

The kashmir files

Madhupriya Mistry
  • Published: Tuesday, 10 January 2023
  • , Updated: 10 January 2023, 03:06 PM IST

ମୁମ୍ବାଇ: ୨୦୨୨ର ସବୁଠୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସକୁ ନେଇ ଆସିଛି ବଡ ଖବର। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାର୍‌ରେ ଏଣ୍ଟ୍ରି କରିଛି। ଏହି ଫିଲ୍ମକୁ ଓସ୍କାର-୨୦୨୩ ପାଇଁ ଶର୍ଟଲିଷ୍ଟ କରାଯାଇଛି। ଭାରତରୁ ଓସ୍କାର ପାଇଁ ଚୟନ ହୋଇଥିବା ୫ଟି ଫିଲ୍ମ ମଧ୍ୟରୁ ଏହା ଗୋଟିଏ। ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜେ ସୋଶାଲ ମିଡିଆରେ ଏହି ଗୁଡ୍‌ନ୍ୟୁଜ୍ ଶେଆର କରିଛନ୍ତି ।

କେବଳ ସେତିକି ନୁହେଁ କଶ୍ମୀର ଫାଇଲ୍ସର ଲିଡ୍ ରୋଲରେ ସାମିଲ ପଲ୍ଲଭି ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଓ ଅନୁପମ ଖେର୍‌ଙ୍କୁ ଓସ୍କାର୍‌ର ବେଷ୍ଟ ଆକ୍ଟର କ୍ୟାଟେଗୋରୀ ପାଇଁ ଶର୍ଟଲିଷ୍ଟ କରାଯାଇଛି। ନିର୍ଦ୍ଦେଶକଙ୍କ କହିବା ମୁତାବକ, ‘ଏହା ତ କେବଳ ଆରମ୍ଭ ମାତ୍ର, ଏବେ ଆହୁରି ଆଗକୁ ଯିବାର ଅଛି।’

https://twitter.com/vivekagnihotri/status/1612700119811624961?s=20&t=5gj9wC7fqBNonNob796evg

୨୦୨୨ ମାର୍ଚ୍ଚ ୧୧ରେ ଦ କଶ୍ମୀର ଫାଇଲ୍ସ ଫିଲ୍ମ ରିଲିଜ ହୋଇଥିଲା। ଏହା ଏକ ମଲ୍ଟିଷ୍ଟାରର୍ ମୁଭି। ଏଥିରେ ମିଥୁନ, ଅନୁପମ ଖେର, ଦର୍ଶନ କୁମାର, ପଲ୍ଲଭି ଯୋଶୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ବଖାଣିଥିବା ଏହି ଫିଲ୍ମଟି ଯେତିକି ଚର୍ଚ୍ଚିତ ଥିଲା ସେତିକି ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା। ଅନେକ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ଟାର୍ଗେଟ୍ କରିଥିଲେ।

୧୯୯୦ରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାର ଉପରେ ଏହି ଫିଲ୍ମଟି ଆଧାରିତ ଥିଲା। ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା। କମ୍ ବଜେଟ୍‌ରେ ତିଆରି ଏହି ଫିଲ୍ମଟି ପୂରା ଭାରତରେ ୨୫୨ କୋଟି ଟଙ୍କା ଓ ବିଶ୍ୱବ୍ୟାପୀ ୩୪୧ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Related story