Advertisment

‘ଦ କଶ୍ମୀର ଫାଇଲ୍ସ’କୁ ଦାଦା ସାହେବ ଫାଲକେ ଆୱାର୍ଡ, ‘ଆର୍‌ଆର୍‌ଆର୍‌’ ବି ବାଜି ମାରିଲା

ରଣୀବର କପୁର ଓ ଆଲିଆ ଭଟ୍ଟଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ କ୍ୟାଟେଗୋରୀରେ ହାତେଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ।

RRR and The Kashmir Files

RRR and The Kashmir Files

Advertisment

ବହୁ ଚର୍ଚ୍ଚିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ। ଏହାକୁ ସର୍ବଶ୍ରେଷ୍ଠ ପିଲ୍ମର ପୁରସ୍କାର ମିଳିଛି। ସେହିପରି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୩ରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’  ବି ବାଜି ମାରିଛି। ଏହାକୁ ଫିଲ୍ମ ଅଫ୍ ଦି ଇୟର ପୁରସ୍କାର ମିଳିଛି। 

Advertisment

ଅନ୍ୟପଟେ ରଣୀବର କପୁର ଓ ଆଲିଆ ଭଟ୍ଟଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ କ୍ୟାଟେଗୋରୀରେ ହାତେଇଛନ୍ତି ଦାଦା ସାହେବ ଫାଲକେ ଆୱାର୍ଡ। ଗଙ୍ଗୁବାଇ କାଠିଆୱାଡି ପାଇଁ ଆଲିଆ ଭଟ୍ଟଙ୍କୁ ପୁରସ୍କାର ମିଳିଥିବା ବେଳେ ବ୍ରହ୍ମାସ୍ତ୍ର- ପାର୍ଟ-୧ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ସମ୍ମାନୀତ କରାଯାଇଛି।

Advertisment

ସେହିପରି ମୋଷ୍ଟ ପ୍ରମିସିଙ୍ଗ ଆକ୍ଟର ପାଇଁ କନ୍ତାରା ଫିଲ୍ମର ଅଭିନେତା ରିଷଭ ଶେଟ୍ଟୀଙ୍କୁ ସମ୍ମାନୀତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କ୍ରିଟିକ୍ସ ବେଷ୍ଟ ଆକ୍ଟର ପାଇଁ ବରୁଣ ଧୱନ୍‌(ଭେଡିଆ), ମୋଷ୍ଟ ଭର୍ସଟାଇଲ ଆକ୍ଟର ଅଫ ଦ ଇୟର ଭାବେ ଅନୁପମ ଖେର୍‌, ବେଷ୍ଟ ଆକ୍ଟର ଇନ୍ ନେଗେଟିଭ୍ ରୋଲ୍ ପାଇଁ ଦଲକୁର ସଲମାନ, ବେଷ୍ଟ ଆକ୍ଟରେସ୍ ଇନ୍ ନେଗେଟିଭ୍ ରୋଲ୍ ପାଇଁ ମୌନି ରୟ (ବ୍ରହ୍ମାସ୍ତ୍ର)ଙ୍କୁ ସମ୍ମାନୀତ କରାଯାଇଛି।   

ଫେବ୍ରୁଆରି ୨୦ ତାରିଖ ସୋମବାର ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ଉତ୍ସବରେ ସବୁଠୁ ଅଧିକ ଲାଇମ ଲାଇଟ୍‌ରେ ଥିଲେ ବଲିଉଡର ବର୍ଷିଆନ ଅଭିନେତ୍ରୀ ରେଖା। ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଯୋଗଦାନ ପାଇଁ ଏହି ପୁରସ୍କାର ଉତ୍ସବରେ ସମ୍ମାନୀତ କରାଯାଇଥିଲା।  

Dadasaheb Phalke Award Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe