Advertisment

ମଧ୍ୟପ୍ରଦେଶରେ ଟିକସ ମୁକ୍ତ ହେଲା ‘ଦି କେରଳ ଷ୍ଟୋରୀ’

ଏହି ସିନେମାକୁ ଟିକସ ମୁକ୍ତ କରିବା ପାଇଁ ବିଜେପି ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଦାବି କରାଯାଉଥିଲା। ସେମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିକଟରେ ଏନେଇ ଦାବି ମଧ୍ୟ ଉପସ୍ଥାପନ କରିଥିଲେ।

ଅଦ୍ୟତନ ହୋଇଛି
The Kerala Story

The Kerala Story

Advertisment

ଆଦା ଶର୍ମାଙ୍କ ଅଭିନୀତ ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ଟିକସ ମୁକ୍ତ କରିଛନ୍ତି ମଧ୍ୟପ୍ରଦେଶ ସରକାର। ମେ’ ୫ ତାରିଖରେ ଏହି ଫିଲ୍ମ ଅନେକ ବାଦବିବାଦ ଭିତରେ ରିଲିଜ୍‌ ହୋଇଥିଲା। ଆଜି ଏହାକୁ ମଧ୍ୟପ୍ରଦେଶରେ ଟିକସ ମୁକ୍ତ କରାଯାଇଛି।

Advertisment

ଏହି ସିନେମାକୁ ଟିକସ ମୁକ୍ତ କରିବା ପାଇଁ ବିଜେପି ଓ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଦାବି କରାଯାଉଥିଲା। ସେମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିକଟରେ ଏନେଇ ଦାବି ମଧ୍ୟ ଉପସ୍ଥାପନ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଚୌହାନ ଗୋଟିଏ ଟ୍ୱିଟ କରି ରାଜ୍ୟରେ ଦି କେରଳ ଷ୍ଟୋରୀକୁ ଟିକସ ମୁକ୍ତ କରାଯାଉଥିବା ଘୋଷଣା କରିଛନ୍ତି।

ଶୁକ୍ରବାର ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ବିଭିନ୍ନ ସୀମକ୍ଷକ ଏହାକୁ ଭଲ ଷ୍ଟାର ଦେଇ ନାହାନ୍ତି। ସେହିପରି ଏହା ଏକ ଅପପ୍ରଚାର ଭିତ୍ତିକ ଫିଲ୍ମ ବୋଲି ମଧ୍ୟ ଅନେକ କହିଛନ୍ତି। କିନ୍ତୁ କିଛି ଲୋକ ଏହାକୁ ଚମତ୍କାର ଫିଲ୍ମ ଭାବେ ବି ଆଖ୍ୟା ଦେଇଛନ୍ତି। ଏସବୁ ଭିତରେ ରାଜ୍ୟର ମନ୍ତ୍ରୀ ତଥା ବିଜେପି ନେତା ରାହୁଲ କୋଠାରି ମୁଖ୍ୟମନ୍ତ୍ରୀ ଚୌହାନଙ୍କୁ ଚିଠି ଲେଖି ଦି କେରଳ ଷ୍ଟୋରୀକୁ ଟିକସ ମୁକ୍ତ କରିବାକୁ କହିଥିଲେ।

Advertisment

ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଦି କେରଳ ଷ୍ଟୋରୀ ଆତଙ୍କବାଦର ଭୟଙ୍କର ସତକୁ ଉଜାଗର କରିଛି। ମଧ୍ୟପ୍ରଦେଶରେ ଏହାକୁ ଟିକସ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି।”

କେରଳରେ ହୋଇଥିବା ଧର୍ମାନ୍ତୀକରଣ ଓ ମହିଳମାନଙ୍କୁ କେମିତି ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଛି, ତା’ ଉପରେ ଫିଲ୍ମ ପର୍ଯ୍ୟବେସିତ ହୋଇଛି।

The Kerala Story Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe