Advertisment

ମମତା ବାନାର୍ଜୀଙ୍କୁ ହାତ ଯୋଡ଼ି ଏମିତି ନିବେଦନ କଲେ The Kerala Storyର ପ୍ରଯୋଜକ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ The Kerala Storyର ପ୍ରଯୋଜକ ବିପୁଲ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାତ ଯୋଡ଼ି ଫିଲ୍ମକୁ ଥରେ ଦେଖିବାକୁ ନିବେଦନ କରିଛନ୍ତି।

author-image
Hemant Lenka
The Kerala Story

The Kerala Story

ବିବାଦୀୟ ଫିଲ୍ମ The Kerala Storyର ମୁକ୍ତିଲାଭ ଉପରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନକୁ ସୁପ୍ରିମକୋର୍ଟ ଗୁରୁବାର ହଟାଇ ଦେଇଛନ୍ତି। ତେବେ ଫିଲ୍ମ ନିର୍ମାତାଙ୍କୁ କେରଳ ୩୨ ହଜାର ଝିଅଙ୍କୁ ବଳପୂର୍ବକ ଇସଲାମ ଧର୍ମରେ ଦୀକ୍ଷିତ କରି ଆଇଏସଆଇଏସରେ ସାମିଲ କରାଯାଇଥିବା ଦାବି ସଂପୂର୍ଣ୍ଣ ଭାବେ କାଳ୍ପନିକ ବୋଲି ଦର୍ଶାଇବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ The Kerala Storyର ପ୍ରଯୋଜକ ବିପୁଲ ଶାହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାତ ଯୋଡ଼ି ଫିଲ୍ମକୁ ଥରେ ଦେଖିବାକୁ ନିବେଦନ କରିଛନ୍ତି। ଏହାପରେ ସେ ଯଦି କୌଣସି ବୈଧ ସମାଲୋଚନା କରନ୍ତି, ତା’ହେଲେ ଏହାକୁ ଫିଲ୍ମ ନିର୍ମାତା ସ୍ୱାଗତ କରିବେ ବୋଲି କହିଛନ୍ତି।

ଶ୍ରୀ ଶାହ କହିଛନ୍ତି, “ହାତ ଯୋଡ଼ି ମୁଁ ମମତା ଦିଦିଙ୍କୁ କହିବାକୁ ଚାହୁଁଛି ଯେ ସେ ଥରେ ଆମ ସହ ଫିଲ୍ମକୁ ଦେଖନ୍ତୁ। ସେ ଯଦି କୌଣସି ବିବାଦୀୟ କିମ୍ବା ଭୁଲ ତଥ୍ୟ ପାଇବେ, ତା’ହେଲେ ଆମ ସହ ଆଲୋଚନା କରିପାରିବେ। ଆମେ ତାଙ୍କର ବୈଧକ ସମାଲୋଚନାକୁ ଶୁଣିବାକୁ ରାଜି ଅଛୁ।

Advertisment

ଏଥିସହ ଆମେ ମଧ୍ୟ ତାଙ୍କୁ ଆମର ପକ୍ଷ ବୁଝାଇବାକୁ ଚେଷ୍ଟା କରିବୁ।” ବିପୁଲ ଶାହ ଏପରି କଥା କହିଥିଲେ ମଧ୍ୟ ଏଯାଏ ଦିଦିଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ।

ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଦାୟିତ୍ୱ ପଶ୍ଚିମବଙ୍ଗ ସରକାରଙ୍କର। ସିବିଏଫସି ଫିଲ୍ମର ରିଲିଜ୍‌ ପାଇଁ ପ୍ରମାଣପତ୍ର ଦେଇଛନ୍ତି। ତେଣୁ ଏହାକୁ ବ୍ୟାନ କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ।

ତେବେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି କହିଛି ଯେ The Kerala Storyର ସ୍କ୍ରିନିଂ ପରେ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ବିରୋଧୀ ଶାସକ ଦଳକୁ ଆଉ ଦାୟୀ କରିବେ ନାହିଁ। 

ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶିତ ଓ ବିପୁଲ ଶାହଙ୍କ ପ୍ରଯୋଜିତ ଫିଲ୍ମ The Kerala Story ମେ’ ୫ରେ ରିଲିଜ୍‌ ହୋଇଥିଲା। ତେବେ ଏଥିରେ ବିଦ୍ୱେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ଥିବାରୁ ଏହାର ସ୍କ୍ରିନିଂ ଉପରେ ପଶ୍ଚିମବଙ୍ଗ ସରକାର ବ୍ୟାନ ଲଗାଇଥିଲେ।

West Bengal Supreme Court The Kerala Story