ଧର୍ମେନ୍ଦ୍ର ଓ ହେମା ମାଳିନୀ (ଫାଇଲ ଫଟୋ)
ଧର୍ମେନ୍ଦ୍ରଙ୍କ ପୂର୍ବରୁ ଭାରତୀୟ ସିନେମାର ପରଦାରେ ଟ୍ରାଜିକ ବା ଦୁଃଖଦ ନାୟକ ହିଁ ରହିଥିଲେ। ଏତିକି ବେଳେ ସାମ୍ନାକୁ ଆସିଥିଲେ ଧର୍ମେନ୍ଦ୍ର। ସେ ନଜର ଶାର୍ଟ ଖୋଲିଥିଲେ, ନିଜର ରୋମାଣ୍ଟିକ ଅନ୍ଦାଜକୁ ଦେଖାଇଥିଲେ, ନିଜର ଲୁକ ମାଧ୍ୟମରେ ସମସ୍ତଙ୍କ ମନ ଜିଣିଥିଲେ।
ସେ ନିଜର ଲୁକ ଓ ଅଭିନୟ ଦ୍ୱାରା ଏମିତି ଛାପ ଛାଡ଼ିଥିଲେ ଯେ ସମ୍ଭବତଃ ସେଯାଏ ଆଉ କେହି ଏପରି କରି ପାରି ନଥିଲେ। ଧର୍ମେନ୍ଦ୍ର ଆସିବା ପରେ ଭାରତୀୟ ସିନେମା ପ୍ରେମୀଙ୍କ ପାଇଁ ଖେଳ ବଦଳି ଯାଇଥିଲା। ସିନେମାକୁ ମିଳି ଯାଇଥିଲା ଗୋଟିଏ ନୂଆ ଧର୍ମ। ଧର୍ମେନ୍ଦ୍ର ବନି ଯାଇଥିଲେ ଭାରତୀୟ ସେନାର ନୂଆ ଧର୍ମ।
ଗ୍ରୀକ ଗଡ଼, ମାଟିର ପୁଅ, ଫ୍ୟାମିଲୀ ମ୍ୟାନ, ଆକ୍ସନ ହିରୋ ଆଦି ଟାଇଟଲ ସହ ଯୋଡ଼ି ହୋଇଯାଇଥିଲା ଧର୍ମେନ୍ଦ୍ର ନାଁ। ସେ ଗୋଟିଏ ଗ୍ଲୋବ ଭଳି ଏହି ସବୁ ଟ୍ୟାଗରେ ନିଜକୁ ଫିଟ କରି ଦେଇଥିଲେ। ସେ ଗୋଟିଏ ପୂରା ଜୀବନ ଜିଉଁଥିଲେ। ସେ ଏମିତି ଭଲ ପାଉଥିଲେ ଯେ ଲାଗୁଥିଲା କାଲି ଯେମିତି ଆସିବନି। ଆଉ ଯେତେବେଳେ ସେ ସ୍କ୍ରିନରେ ସିଟି ମାରିବା ଭଳି ଡାଏଲଗ କହୁଥିଲେ ସେତେବେଳେ ଭାରତୀୟ ଦର୍ଶକ ତାଳି ମାରୁଥିଲେ।
ଏହାକୁ ସେ ୬ ଦଶନ୍ଧି ଧରି ବଜାୟୀ ରଖିଥିଲେ। ୩୦୦ରୁ ଅଧିକ ସିନେମା ମଧ୍ୟରେ ରହିଥିଲା ଅଗଣିତ ହିଟ୍ସ। ୯୦ ବର୍ଷ ବୟସରେ ମଧ୍ୟ ସେ ସିନେମାର ମଙ୍ଗୁଆଳ ହୋଇ ରହିଥିଲେ। କିନ୍ତୁ ନଭେମ୍ବର ୨୪ ସେହି ନାୟକଙ୍କ ଆମ ସମସ୍ତଙ୍କ ଠାରୁ ଦୂରକୁ ନେଇ ଯାଇଛି। ନିଜର ପ୍ରିୟ ଦର୍ଶକ ଓ ପରିବାର ଲୋକଙ୍କୁ ସେ କହିଛନ୍ତି ଗୁଡବାଏ। ଜଣାଇଛନ୍ତି ଅନ୍ତିମ ବିଦାୟ। ଆଉ ଦୁଇ ସପ୍ତାହ ପରେ ପୂରା ଦେଶ ତାଙ୍କ ୯୦ତମ ଜନ୍ମ ଦିନ ପାଳି ଥାଆନ୍ତା। ହେଲେ ଏହା ପୂର୍ବରୁ ସେ ଚିରନଦ୍ରାରେ ଚାଲି ଯାଇଛନ୍ତି।
ଧର୍ମେନ୍ଦ୍ର: ସ୍ୱପ୍ନ ଓ ଦିଲୀପ କୁମାର
ମୁମ୍ବାଇ ଆସିବା ଓ ଭାରତର ସବୁଠାରୁ ଲୋକପ୍ରିୟ ଅଭିନେତା ବନିବା ଧର୍ମେନ୍ଦ୍ର(Actor Dharmendra)ଙ୍କ କାହାଣୀ କୌଣସି ସ୍ୱପ୍ନ ଠାରୁ କମ ନୁହେଁ। ସ୍କ୍ରିନ ଆଇକନ ଦିଲୀପ କୁମାର ହିଁ ପଞ୍ଜାବର ଲୁଧିଆନା ଅନ୍ତର୍ଗତ ନସ୍ରାଲି ଗାଁର ଛୋଟ ପିଲା ଧର୍ମେନ୍ଦ୍ରଙ୍କ ଜୀବନକୁ ପ୍ରଭାବିତ କରିଥିଲେ। ୧୯୪୮ ମସିହାରେ ଦିଲୀପ କୁମାରଙ୍କ ସହିଦ ଯୁବ ଧର୍ମେନ୍ଦ୍ରଙ୍କ ଛାତିରେ ସ୍ୱତନ୍ତ୍ର ଚିହ୍ନ ସୃଷ୍ଟି କରିଥିଲା।
ଆଉ ଯାହଙ୍କ ଠାରୁ ଧର୍ମେନ୍ଦ୍ର ଅନୁପ୍ରାଣିତ ହୋଇ ସିନେମା ଦୁନିଆରେ ପାଦ ଦେଇଥିଲେ ସେ ହେଉଛନ୍ତି ଦିଲୀପ କୁମାର। ୧୯୬୬ରେ ନିଜ ଆଦର୍ଶ ଦିଲୀପ କୁମାରଙ୍କ ସହ ଧର୍ମେନ୍ଦ୍ର ପରୀ(ଧର୍ମେନ୍ଦ୍ରଙ୍କ ପ୍ରଥମ ବେଙ୍ଗଲୀ ଫିଲ୍ମ) ସିନେମାରେ ପ୍ରଥମ ଥର କାମ କରିବାକୁ ସୁଯୋଗ ପାଇଥିଲେ। ୧୯୭୨ରେ ଏହାର ହିନ୍ଦୀ ରି-ମେକ ଅନୋଖା ମିଲନରେ ମଧ୍ୟ ଉଭୟ ନଜର ଆସିଥିଲେ। ଦିଲୀପ କୁମାରଙ୍କୁ ଧର୍ମେନ୍ଦ୍ର ବହୁତ ପସନ୍ଦ କରନ୍ତି। ତାଙ୍କୁ ସେ ସାର୍ ବୋଲି ସମ୍ବୋଧନ କରନ୍ତି। କିନ୍ତୁ ଦିଲୀପ କୁମାର ସବୁବେଳେ ଧର୍ମେନ୍ଦ୍ରଙ୍କୁ ସାନ ଭାଇ ଭାବେ ସ୍ନେହ କରନ୍ତି।
ଧର୍ମେନ୍ଦ୍ର କେୱାଲ କୃଷ୍ଣ ଦେଓଲ ଭାବେ ଜନ୍ମ ଗ୍ରହଣ କରିଥିଲେ ବଲିଉର ଏହି ହି-ମ୍ୟାନ। ପିଲା ବେଳେ ଗାଁ ସାରା ସାଇକେଲ ଧରି ବୁଲିବା ସହ କାନ୍ଥରେ ଲାଗିଥିବା ଫିଲ୍ମ ପୋଷ୍ଟରକୁ ଦେଖି ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ। ବେଡରେ ପଡ଼ି ରହି ସେ ରାତି ସାରା କେବଳ ସ୍ୱପ୍ନ ଦେଖୁଥିଲେ। ବମ୍ବେ ଆସିବାର ସ୍ୱପ୍ନ ତାଙ୍କୁ ରାତିରେ ଶୁଆଇ ଦେଉ ନଥିଲା।
ଏକଦା ଧର୍ମେନ୍ଦ୍ର କହିଥିଲେ, “ମୁଁ ଅସମ୍ଭବ ସ୍ୱପ୍ନକୁ ସ୍ୱପ୍ନରେ ଦେଖେ ଓ ସକାଳୁ ଦର୍ପଣ ସାମ୍ନାରେ ଛିଡ଼ା ହୋଇ ନିଜକୁ ପ୍ରଶ୍ନ କରେ ଯେ କ’ଣ ମୁଁ ଦିଲୀପ କୁମାର ହୋଇପାରିବି?”
୧୯୫୮ରେ ଫିଲ୍ମ ଫେୟାର ମାଗାଜିନ ଦ୍ୱାରା ଆୟୋଜନ ଟାଲେଣ୍ଟ ପ୍ରତିଯୋଗିତାକୁ ଜିତି ନିଅନ୍ତି ଧର୍ମେନ୍ଦ୍ର। ବିଜେତାଙ୍କୁ ନୂଆ ଫିଲ୍ମରେ ସୁଯୋଗ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ତାଙ୍କ ଭାଗ୍ୟରେ ବୋଧେ ସେମିତି ସୁଯୋଗ ନଥିଲା। ତାଙ୍କୁ ମିଳିଥିବା ପ୍ରତିଶ୍ରୁତିର ଫିଲ୍ମ କେବେ ସାମ୍ନାକୁ ଆସି ନଥିଲା। ତେବେ ଏହାର ଦୁଇ ବର୍ଷ ପରେ ଧର୍ମେନ୍ଦ୍ରଙ୍କୁ ମିଳେ ବିଗ ବ୍ରେକ। ଅର୍ଜୁନ ହିଙ୍ଗୋରାନିଙ୍କ ଦିଲ ଭି ତେରା ହମ ଭି ତେରେରେ ନଜର ଆସିଥିଲେ ଧର୍ମେନ୍ଦ୍ର।
ପ୍ରାରମ୍ଭିକ ସଂଘର୍ଷ
ସିନେମା ଦୁନିଆରେ ଧର୍ମେନ୍ଦ୍ରକୁ ସଫଳତା ରାତାରାତି ମିଳି ନଥିଲା। ତାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଯୋଜକଙ୍କ ଅଫିସକୁ ସେ ଅନେକ କିମି ଦୂର ଚାଲି ଚାଲି ଯାଉଥିଲେ। ଖାଇବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସେ ଦିନି ଦିନ ଚଣା ଖାଇ ରହି ଯାଉଥିଲେ। ଚଣା ଖାଇ ଭୋକକୁ ମାରି ଦେଉଥିଲେ।
ଧର୍ମେନ୍ଦ୍ର ଗୋଟିଏ ସାକ୍ଷାତକାରରେ କହିଥିଲେ, “ପ୍ରାରମ୍ଭିକ ଦିନଗୁଡ଼ିକରେ ମୁଁ ଗୋଟିଏ ଗ୍ୟାରେଜରେ ରହୁଥିଲି। କାରଣ ମୁମ୍ବାଇରେ ରହିବାକୁ ମୋ ପାଖରେ ଘର କିମ୍ବା ଟଙ୍କା ନଥିଲା। ଖାଇବା ଓ ରହିବା ପାଇଁ ମୁଁ ଗୋଟିଏ ଡ୍ରିଲିଂ ଫାର୍ମରେ କାମ କରୁଥିଲି ଓ ମୋତେ ୨୦୦ ଟଙ୍କା ମିଳୁଥିଲା। ଅଧିକ ଟଙ୍କା ପାଇଁ ମୋତେ ଓଭର ଟାଇମ ମଧ୍ୟ କରିବାକୁ ପଡ଼ୁଥିଲା।”
କଥାଟା ବିଶ୍ୱାସ ନ ହେଲେ ମଧ୍ୟ ଧର୍ମେନ୍ଦ୍ର ୬୦ ଦଶକରେ ଅନେକ କମନ ମ୍ୟାନ ଭୂମିକାରେ ଅଭିନୟ କରିଥିଲେ। ଅନପଢ଼, ବନ୍ଦିନୀ, ଅନୁପମା ଓ ଆୟା ସାୱନ ଝୁମକେ ଭଳି ସିନେମାରେ ସେ ଶାନ୍ତ ସ୍ୱାଭାବ ଚରିତ୍ରରେ ନଜର ଆସିଥିଲେ। ସେ କମନ ମ୍ୟାନ ହିରୋ ଭାବେ ପରିଚୟ ହାସଲ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଶୋଲେ, ଧର୍ମବୀର, ଫୁଲ ଅର ପଥର, ମେରା ଗାଓଁ ମେରା ଦେଶ ଓ ସୀତା ଅର ଗୀତାରେ ଧର୍ମେନ୍ଦ୍ରଙ୍କ ମାଚୋ ମ୍ୟାନ ଯାଦୁ ଦେଖିବାକୁ ମିଳିଥିଲା।
୧୯୯୬ରେ ଫୁଲ ଅର ପଥର ଥିଲା ଧର୍ମେନ୍ଦ୍ରଙ୍କ ପ୍ରଥମ ବଡ଼ ହିଟ ହୋଇଥିବା ସିନେମା। ସେ ନିଜର ଶାର୍ଟଲେସ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ। ଏହାକୁ କିଛି ଲୋକ ପ୍ରଶଂସା କରିଥିବା ବେଳେ କିଛି ଲୋକ ସମାଲୋଚନା ମଧ୍ୟ କରିବାକୁ ପଛାଇ ନଥିଲେ।
ଗ୍ରୀକ ଗଡ୍ ଶବ୍ଦକୁ ନେଇ କ’ଣ କହିଥିଲେ ଧର୍ମେନ୍ଦ୍ର?
ଗ୍ରୀକ ଗଡ୍ର ଅର୍ଥ ଜଣା ନଥିବା ଏକଦା ଧର୍ମେନ୍ଦ୍ର କହିଥିଲେ। ଅନେକ ଦଶନ୍ଧି ଧରି ଧର୍ମେନ୍ଦ୍ରଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ହ୍ରିତିକ ରୋଶନ ଏହି ଟ୍ୟାଗର ଅଧିକାରୀ ହୋଇଥିଲେ। ଗ୍ରୀକ ଗଡର ଅର୍ଥ ସାଧାରଣତଃ ଅତ୍ୟନ୍ତ ହ୍ୟାଣ୍ଡସମ ବା ସୁନ୍ଦର ପାଇଁ ବ୍ୟବହାର କରାଯାଏ।
ଧର୍ମେନ୍ଦ୍ର କହିଥିଲେ ଯେ “ସ୍କ୍ରିନକୁ ଯିବା କ୍ଷଣୀ ମୁଁ ସବୁବେଳେ ମୁଁ ମୋର ଛବି ବଦଳାଇବାକୁ ଚାହେଁ। ମୋର ଗୋଟିଏ ଛବି ଅଛି ବୋଲି ମୁଁ ବିଶ୍ୱାସ କରେ ନାହିଁ। ଗ୍ରୀକ ଗଡର ଅର୍ଥ ମୁଁ ଜାଣିନି। କିନ୍ତୁ ଲୋକମାନେ ମୋତେ ଏହି ନାଁରେ ଡାକୁଥିଲେ।
ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି। କିନ୍ତୁ ଏହା ଦ୍ୱାରା ମୁଁ କେବେ ଅଧିକ ଉତ୍ସାହିତ ହୋଇନି। ମୁଁ ସବୁବେଳେ ଏହି ଭଲ ପାଇବାକୁ ବଜାୟୀ ରଖିବାକୁ ଚେଷ୍ଟା କରେ। ମୋର ଆଶା ଏହା କେବେ ବି କମ ହେବନି।”
ଅନ୍ୟ ଅଭିନେତାଙ୍କ ଭଳି ୬୦-୭୦ ଦଶକରେ ଧର୍ମେନ୍ଦ୍ର ଲୋକପ୍ରିୟତା ହାସଲ କରିବା ପରେ ନିଜର ଡାଏଲଗବାଜୀ ଦ୍ୱାରା ଥିଏଟରରେ ହ୍ୱିସିଲ ମାରିବାକୁ ଲୋକଙ୍କୁ ବାଧ୍ୟ କରାଉଥିଲେ। ନିଜର ଦମଦାର ଅଭିନୟ ପାଇଁ ସେ ‘ଗରମ ଧରମ’ ଭାବେ ପରିଚୟ ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ଗରମ ଧମର ଢାବା ନାଁରେ ବଲିଉଡ ଷ୍ଟାଇଲ ରେଷ୍ଟୁରାଣ୍ଟ ଖୋଲିଥିଲେ।
ଧର୍ମେନ୍ଦ୍ର: ଡ୍ରିମଗର୍ଲଙ୍କ ପ୍ରେମରେ ପଡ଼ିଲେ ମାଚୋ ମ୍ୟାନ
ନିଜର ଲୁକ ଓ ଅଭିୟର ଚାତୁରି ବ୍ୟତୀତ ଧର୍ମେନ୍ଦ୍ର ୭୦ ଓ ୮୦ ଦଶକରେ ହେମା ମାଳିନୀଙ୍କ ପାଇଁ ଚର୍ଚ୍ଚାରେ ରହୁଥିଲେ। ଶୋଲେ, ସୀତା ଅର ଗୀତା ଓ ଡ୍ରିମଗର୍ଲରେ ଧର୍ମେନ୍ଦ୍ର- ହେମା ମାଳିନୀଙ୍କ ଯୋଡ଼ି ସମସ୍ତଙ୍କୁ ଆକର୍ଷିତ କରିଥିଲା। ସିନେମା ଦୁନିଆରେ ପାଦ ରଖିବା ପୂର୍ବରୁ ଧର୍ମେନ୍ଦ୍ର ବିବାହ କରିସାରିଥିଲେ। ପ୍ରକାଶ କୌର ନାମ୍ନୀ ମହିଳାଙ୍କୁ ସେ ମାତ୍ର ୧୯ ବର୍ଷ ବୟସେ ବିବାହ କରିଥିଲେ। ଧର୍ମେନ୍ଦ୍ର ୧୯୫୪ରେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ସନ୍ନି ଦେଓଲ ଓ ବବି ଦେଓଲ ଦେଉଛନ୍ତି ପ୍ରକାଶ କୌରଙ୍କ ପୁଅ। ବିଜେତା ଓ ଅଜେଇତା ନାମରେ ତାଙ୍କର ଦୁଇ ଜଣ ଝିଅ ମଧ୍ୟ ରହିଛନ୍ତି।
ହେମା ମାଳିନୀଙ୍କ ସହ ତାଙ୍କର କେମେଷ୍ଟ୍ରୀ ଜମିବାରୁ ମାଚୋ ମ୍ୟାନ ଧର୍ମେନ୍ଦ୍ର ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଶେଷରେ ୧୯୮୦ରେ ସେ ପ୍ରକାଶ କୌର ଥିବା ସତ୍ତ୍ୱେ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଦୁଇ ଝିଅ ହେଲେ ଇଶା ଓ ଆହାନା।
ସଲମାନ ଖାନଙ୍କୁ ବଡିବିଲ୍ଡିଂ ପ୍ରତି ଉତ୍ସାହିତ କରିଥିବା ଧର୍ମେନ୍ଦ୍ରଙ୍କର ଗୋଟିଏ ନରମ ଓ ମଜାଦାର ଅନ୍ଦାଜ ହୃଷିକେଶ ମୁଖାର୍ଜୀଙ୍କ ପରି ଫିଲ୍ମ ନିର୍ମାତାଙ୍କ ଜରିଆରେ ଦେଖିବାକୁ ମିଳିଥିଲା। ଗୁଡ୍ଡି ଓ ଚୁପକେ ଚୁପକେରେ ଧର୍ମେନ୍ଦ୍ରଙ୍କୁ ନୂଆ ଭୂମିକାରେ ଦେଖିଥିଲେ ଦର୍ଶକ। ସେ ୮୦ ଦଶକରେ ନୌକର ବିବି କା, ଗୁଲାମୀ, ଇନସାନିୟତ କେ ଦୁଶମନ ଓଚ ଲୋହା ଭଳି ଫିଲ୍ମରେ ଅଭିନୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ୧୯୯୦ ଦଶକର ମଧ୍ୟଭାଗରେ ମୈଦାନ-ଏ-ଜଙ୍ଗ ଓ ରିଟର୍ଣ୍ଣ ଅଫ୍ ଜୁଏଲ୍ ଥିଫରେ ତାଙ୍କ ଅଭିନୟ ତାଙ୍କ ନୂଆ ଷ୍ଟାରଡମର ପରିଚୟ ଦେଇଥିଲା।
୧୯୮୩ ମସିହାରେ ଧର୍ମେନ୍ଦ୍ର ତାଙ୍କ ପୁଅ ସନି ଦେଓଲଙ୍କ ଡେବ୍ୟୁ ବେତାବରେ ହୋଇଥିଲା। ଏଥିପାଇଁ ଧର୍ମେନ୍ଦ୍ର ତାଙ୍କ ଝିଅ ବିଜୟତାଙ୍କ ନାଁରେ ପ୍ରଡକ୍ସନ ହାଉସ ଖୋଲିଥିଲେ। ଏହାର ୧୨ ବର୍ଷ ପରେ ସେ ତାଙ୍କ ସାନ ପୁଅ ବବି ଦେଓଲଙ୍କୁ ବରସାତରେ ମଧ୍ୟ ଲଞ୍ଚ କରିଥିଲେ।
ଧର୍ମେନ୍ଦ୍ର ଭଳି ତାଙ୍କ ପୁଅ ସନ୍ନି ଦେଓଲ ୨୦୧୯ରେ ସନି ସାଉଣ୍ଡ ପ୍ରାଇଭେଟ୍ ଲିମିଟେଡର ବ୍ୟାନରରେ ତାଙ୍କ ପୁଅ କରଣ ଦେଓଲଙ୍କୁ ପଲ ପଲ ଦିଲ୍ କେ ପାସ୍ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରାଇଥିଲେ। ଏହି ସିନେମାର ଶୀର୍ଷକ ଧର୍ମେନ୍ଦ୍ରଙ୍କ ୧୯୭୩ ମସିହା ଫିଲ୍ମ ବ୍ଲାକମେଲର ଗୋଟିଏ ଗୀତ ଅନୁସାରେ ରଖାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/24/dharmendra-1-2025-11-24-15-43-50.jpg)