Advertisment

ରାଜ କୁନ୍ଦ୍ରାଙ୍କ 'ସେପାରେସନ୍' ଉପରୁ ପରଦା ହଟିଲା

"ଆମେ ଅଲଗା ହୋଇଯାଇଛୁ" ବୋଲି ରାଜ କୁନ୍ଦ୍ରାଙ୍କ ଏକ ପୋଷ୍ଟକୁ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ ନେଟିଜେନ୍ସ।

ଅଦ୍ୟତନ ହୋଇଛି
Raj Kundra

Raj Kundra

Advertisment

ରାଜ କୁନ୍ଦ୍ରାଙ୍କ ସେପାରେସନ୍(ଅଲଗା ହେବା) ଚର୍ଚ୍ଚା ଉପରୁ ହଟିଲା ପରଦା। ଏକ ପୋଷ୍ଟରେ ଏହି ଚର୍ଚ୍ଚା ଉପରୁ ପରଦା ହଟାଇଛନ୍ତି କୁନ୍ଦ୍ରା। ଦୀର୍ଘ ଦୁଇ ବର୍ଷ ଧରି ସେ ଯେଉଁସବୁ ଫେସ୍ ମାସ୍କ ବ୍ୟବହାର କରିଥିଲେ, ସେମାନଙ୍କୁ ଅଲବିଦା କହିଛନ୍ତି।

Advertisment

"ଆମେ ଅଲଗା ହୋଇଯାଇଛୁ" ବୋଲି ରାଜ କୁନ୍ଦ୍ରାଙ୍କ ଏକ ପୋଷ୍ଟକୁ ନେଇ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ ନେଟିଜେନ୍ସ। ଆଗକୁ ତାଙ୍କର ବଲିଉଡ୍ ଡେବ୍ୟୁ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ସେ କାହାଠାରୁ ଅଲଗା ହେଲେ ତାକୁ ନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଏହି ରହସ୍ୟର ସତ ଉନ୍ମୋଚନ ହୋଇଛି।

Advertisment

କୁନ୍ଦ୍ରା ଏକ ସୋଶାଲ ମିଡିଆ ପୋଷ୍ଟରେ ସେ ବ୍ୟବହାର କରିଥିବା ବହୁତଗୁଡିଏ ଫେସ୍ ମାସ୍କ ଫଟୋ ଏବଂ ଭିଡିଓ ଶେଆର୍ କରି ଲେଖିଛନ୍ତି, "ବର୍ତ୍ତମାନ ଅଲଗା ହେବାର ସମୟ। ଦୀର୍ଘ ଦିନ ଧରି ମୋତେ ରକ୍ଷା କରୁଥିବାରୁ ଧନ୍ୟବାଦ।"

ଗତକାଲି ସେ ଏକ ପୋଷ୍ଟ ଶେଆର କରି ଲେଖିଥିଲେ, "ଆମେ ଅଲଗା ହୋଇଯାଇଛୁ ଏବଂ ଆପଣମାନଙ୍କୁ ବିନମ୍ର ଅନୁରୋଧ କି, ଏପରି କଠିନ ସମୟରେ ଆମକୁ ସମୟ ଦେବେ।" ଏହି ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା, ଶେଷରେ ରହସ୍ୟ ଉପରୁ ପରଦା ହଟିଛି। 

ନଭେମ୍ବର ୩ରେ ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ 'UT 69'। ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ କୁନ୍ଦ୍ରାଙ୍କ ଗିରଫଦାରୀ ଉପରେ ଏହି ଫିଲ୍ମ ନିର୍ମାଣ ହୋଇଛି। କୁନ୍ଦ୍ରା ଏଥିରେ ନିଜ ଭୂମିକାରେ ନିଜେ ଅଭିନୟ କରିଛନ୍ତି। 2021ରେ ଏହି ମାମଲାରେ ଗିରଫ ହୋଇଥିଲେ କୁନ୍ଦ୍ରା। ପରେ ଜାମିନ୍ ପାଇଥିଲେ।

କିନ୍ତୁ ନିଜକୁ ସୋଶାଲ ମିଡିଆ ଏବଂ ଜନ ସମାବେଶରୁ ଦୂରେଇ ରଖୁଥିଲେ। ଏପରିକି ବାହାରକୁ ଯିବା ସମୟରେ ମାସ୍କ ପିନ୍ଧି ବାହାରୁଥିଲେ। 'UT 69' ଟ୍ରେଲର୍ ରିଲିଜ୍ ଦିନ ସେ ମାସ୍କ ବାହାର କରିଥିଲେ ଏବଂ ଏହି ମାସ୍କରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। 

Bollywood Raj Kundra Shilpa Shetty UT 69 Raj Kundra Post
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe