Advertisment

ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ

ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।

ଅଦ୍ୟତନ ହୋଇଛି
Poonam Dhillon

Poonam Dhillon

Advertisment

ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ପୁନମ୍‌ ଢିଲୋଙ୍କ ଘରୁ ଚୋରି। କଳାକନା ବୁଲାଇଲା ଚୋର। ହୀରାର ନେକ୍‌ଲେସ୍‌ ସାଙ୍ଗକୁ ଚୋରି କରି ନେଇଗଲା ନଗଦ ଟଙ୍କା। ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ। ଏହି ମାମଲରେ ପୁଲିସ ଏବେ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ସୂଚନା ମୁତାବକ ମୁମ୍ବାଇ ଖାର ସ୍ଥିତ ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ପ୍ରାୟ ଏକ ଲକ୍ଷ ଟଙ୍କାର ହୀରାର ହାର, ନଗଦ ୩୫,୦୦୦ଟଙ୍କା ଓ କିଛି ଆମେରିକୀୟ ଡଲାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ଏହି ମାମଲରେ ପୁଲିସ ଜଣେ ଅଭିଯୁକ୍ତକୁ ବାନ୍ଧିଛି।

ଜାନୁଆରୀ ୬ରେ ଏହି ଗିରଫଦାରୀ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ୩୭ ବର୍ଷିୟ ସମୀର ଅନସାରୀ ବୋଲି ଜଣାପଡିଛି। ଏହି ଅଭିନେତ୍ରୀ ମୁଖ୍ୟତ ଜୁହୁରେ ରହୁଥିବାବେଳେ ତାଙ୍କ ପୁଅ ଅନମୋଲ ଖାର ସ୍ଥିତ ଘରେ ରୁହନ୍ତି। ପୁନମ ବେଳେ ବେଳେ ଖାର ସ୍ଥିତ ଘରେ ମଧ୍ୟ ରହୁଥିଲେ। ପୁଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଅନସାରୀ ଫ୍ଲାଟ ରଙ୍ଗ କରିବା ପାଇଁ ଡିସେମ୍ବର ୨୮ରୁ ଜାନୁୟାରୀ ୫ ମଧ୍ୟରେ ଅଭିନେତ୍ରୀଙ୍କ ଘରେ ଥିଲେ।

Advertisment

ଏହି ସମୟ ମଧ୍ୟରେ ସେ ଜିନିଷ ଚୋରି କରିବା ପାଇଁ ଖୋଲା ଆଲମାରୀର ସୁଯୋଗ ନେଇଥିଲେ ଅନସାରୀ। ଏହାପରେ ସେଠାରୁ ଜିନିଷ ଓ ଟଙ୍କା ଚୋରି କରି ନେଇଥିଲେ। ଏହାପରେ ନିଜ ସାଙ୍ଗସାଥୀଙ୍କ ସହ ସେ ସେହି ଟଙ୍କାରେ ପାର୍ଟି ମଧ୍ୟ କରିଥିବା ପୁଲିସ କହିଛି।

Bollywood Poonam Dhillon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe