ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

ମୁମ୍ବାଇ: ଅନେକ ସମୟରେ ସୋଶାଲ ମିଡିଆରେ କିଛି ଜିନିଷ କିମ୍ବା ବ୍ୟକ୍ତିଙ୍କୁ ନେଇ ନାନା କଥା ଭାଇରାଲ ହୋଇଥାଏ। ବର୍ତ୍ତମାନ ସଚ୍ଚିନ ତିୱାରି ନାମକ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ସଚ୍ଚିନ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦେଖିବାକୁ ବୋଲି ଫ୍ୟାନମାନେ ଦାବି କରୁଛନ୍ତି।

ସଚ୍ଚିନଙ୍କ ମୁହଁ କେବଳ ସୁଶାନ୍ତଙ୍କ ପରି ଦେଖିବାକୁ ନୁହେଁ, ତାଙ୍କର ଚାଲିଚଳଣି ମଧ୍ୟ ଅବିକଳ ସୁଶାନ୍ତଙ୍କ ପରି। ଏପରିକି ସେ ସୁଶାନ୍ତଙ୍କ ପରି ଡ୍ୟାନ୍ସ ମୁଭ ମଧ୍ୟ କରିପାରୁଛନ୍ତି।

View this post on Instagram

Good night my lovely dear all friends..

A post shared by Sachin Tiwari (@officialtiwarisachin) on

ସୋଶାଲ ମିଡିଆରେ କିଛି ୟୁଜର ସଚ୍ଚିନଙ୍କୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ୟୁଜର ତାଙ୍କୁ ଟ୍ରୋଲିଂ‌ କରୁଛନ୍ତି। ଏବେ ଇଂଷ୍ଟାଗ୍ରାମରେ ସଚ୍ଚିନଙ୍କ ଭିଡିଓ ଏବେ ଭାଇରାଲ ହେଉଛି।

ସଚ୍ଚିନଙ୍କ ଭିଡିଓରେ ଜଣେ ୟୁଜର କମେଣ୍ଟଦେଇ ଲେଖିଛନ୍ତି, ‘ସଚ୍ଚିନ ମୁଁ ତୁମର ବହୁତ ବଡ଼ ଫ୍ୟାନ। କାରଣ ସୁଶାନ୍ତ ମୋର ଫେବରେଟ ଆକ୍ଟର ଥିଲେ।’

ଗୋଟିଏ ଭିଡିଓରେ ସଚ୍ଚିନ ୨୦୧୩ରେ ଆସିଥିବା ସୁଶାନ୍ତଙ୍କ ଫିଲ୍ମ ଶୁଦ୍ଧ ଦେଶୀ ରୋମାନ୍ସ ଗୀତରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ପସନ୍ଦ କରି ଜଣେ ୟୁଜର ତାଙ୍କୁ ବଲିଉଡରେ ନିଜର ଭାଗ୍ୟ ପରଖିବା ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ନେପୋଟିଜିମର ଶିକାର ହୋଇଥିଲେ ବୋଲି ଫ୍ୟାନ ଦାବି କରୁଥିବା ବେଳେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ଏହାର ତଦନ୍ତ ପୁଲିସ ଜାରିରଖିଛି।

ଆହୁରି ପଢ଼ନ୍ତୁ

ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ