୨୧ର ସ୍ମୃତି: ବଲିଉଡର କଥା, ନଥା ଓ ବ୍ୟଥା

ବର୍ଷ ସାରା କରୋନା ମହାମାରୀ କୋପ। ଶୁଟିଂରେ କଟକଣା ଆଉ ଥିଏଟର୍‌ରେ ତାଲା। ବଡ଼ ସ୍କ୍ରିନ୍‌ ବଦଳରେ ବଡ଼ ବ୍ୟାନର୍‌ର ବିଗ୍‌ ବଜେଟ୍‌ ଫିଲ୍ମ ରିଲିଜ ହେଲା ଓଟିଟିରେ। ଓଟିଟି ମୁହାଁ ହେଲା ପୂରା ଫିଲ୍ମ ଇଣ୍ଡଷ୍ଟ୍ରି। ଏ ସବୁ ଭିତରେ ବି ଚାଲିଥିଲା ବିବାହ, ବିବାଦ ଓ ବିଚ୍ଛେଦ। ବଲିଉଡ ପାଇଁ କିଛି ଏଭଳି ଥିଲା ବର୍ଷ ୨୦୨୧। ବିବାହ-୨୦୨୧ ଚଳିତ ବର୍ଷ ବଲିଉଡ ପାଇଁ ଥିଲା ବିବାହର ବର୍ଷ। ବହୁ ବଡ଼ ବଡ଼ ସେଲେବ୍ରିଟିମାନେ […]

OR-bollywood

OR-bollywood

Madhupriya Mistry
  • Published: Thursday, 16 December 2021
  • Updated: 17 December 2021, 03:44 PM IST

Sports

Latest News

ବର୍ଷ ସାରା କରୋନା ମହାମାରୀ କୋପ। ଶୁଟିଂରେ କଟକଣା ଆଉ ଥିଏଟର୍‌ରେ ତାଲା। ବଡ଼ ସ୍କ୍ରିନ୍‌ ବଦଳରେ ବଡ଼ ବ୍ୟାନର୍‌ର ବିଗ୍‌ ବଜେଟ୍‌ ଫିଲ୍ମ ରିଲିଜ ହେଲା ଓଟିଟିରେ। ଓଟିଟି ମୁହାଁ ହେଲା ପୂରା ଫିଲ୍ମ ଇଣ୍ଡଷ୍ଟ୍ରି। ଏ ସବୁ ଭିତରେ ବି ଚାଲିଥିଲା ବିବାହ, ବିବାଦ ଓ ବିଚ୍ଛେଦ। ବଲିଉଡ ପାଇଁ କିଛି ଏଭଳି ଥିଲା ବର୍ଷ ୨୦୨୧।

ବିବାହ-୨୦୨୧

ଚଳିତ ବର୍ଷ ବଲିଉଡ ପାଇଁ ଥିଲା ବିବାହର ବର୍ଷ। ବହୁ ବଡ଼ ବଡ଼ ସେଲେବ୍ରିଟିମାନେ ହୋଇଥିଲେ ହାତକୁ ଦି ହାତ। କିଏ ସିକ୍ରେଟ୍‌ ବିବାହ କରିଥିଲା ତ ଆଉ କିଏ କରିଥିଲା ଗ୍ରାଣ୍ଡ ୱେଡିଂ। ଏସବୁ ଭିତରେ ଅଧିକା ଲାଇମ୍‌ ଲାଇଟ୍‌ରେ ରହିଥିଲା ଅଭିନେତା ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ।

ଡିସେମ୍ବର ୯ ତାରିଖରେ ବିକ୍କି-କ୍ୟାଟ୍‌ ବିବାହ କରିଥିଲେ। ରାଜସ୍ଥାନର ଯୋଧପୁର ସ୍ଥିତ ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ରାଜକୀୟ ଢଙ୍ଗରେ ହୋଇଥିଲା ଏହି ସେଲେବ୍ରିଟିଙ୍କ ବିବାହ। କିନ୍ତୁ ନିଜ ବିବାହର ଫଟୋ ଓ ଭିଡିଓକୁ ଏମାନେ ସିକ୍ରେଟ୍‌ ରଖିଥିଲେ। ଏପରିକି ବିବାହରେ ଯୋଗ ଦେଇଥିବା ଅତିଥିମାନଙ୍କ ଫୋନ୍‌ ବ୍ୟବହାର ଉପରେ ମଧ୍ୟ ଲଗାଇଥିଲେ କଟକଣା।

ଅଙ୍କିତା ଲୋଖଣ୍ଡେ-ଭିକ୍କି ଜୈନ୍‌: ଡିସେମ୍ବର ୧୪ ତାରିଖରେ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖେଣ୍ଡଙ୍କ ବାଜିଥିଲା ଶାହାନାଇ। ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ଭିକ୍କି ଜୈନ୍‌ଙ୍କୁ ସେ କରିଥିଲେ ବିବାହ। ମୁମ୍ବାଇରେ ବେଶ୍‌ ଧୂମ୍‌ଧାରେ ଉଭୟଙ୍କ ବିବାହ ଆୟୋଜନ ହୋଇଥିଲା।

ରାଜକୁମାର ରାଓ-ପତ୍ରଲେଖା: ନେଭମ୍ବର ୧୫ ତାରିଖରେ ରାଜକୁମାର ରାଓ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ଚଣ୍ଡିଗଡରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଏହି ବିବାହ ପତ୍ରଲେଖା ମଧ୍ୟ ରାଜକୁମାର ରାଓଙ୍କୁ ମଣ୍ତରେ ସିନ୍ଦୂର ପିନ୍ଧାଇଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ବରୁଣ ଧୱନ-ନତାଶା: ଚଳିତ ବର୍ଷ ପ୍ରାରମ୍ଭରେ ତଥା ଜାନୁଆରୀ ୨୪ ତାରିଖରେ ବିବାହ କରିଥିଲେ ବଲିଉର ହ୍ୟାଣ୍ଡସମ୍‌ ହଙ୍କ ବରୁଣ ଧୱନ। ସେ ତାଙ୍କ ପିଲାଦିନର ସାଙ୍ଗ ନତାଶାଙ୍କ ହାତ ଧରିଲେ। କରୋନା କଟକଣା ଭିତରେ ଉଭୟଙ୍କ ବିବାହ ହୋଇଥିଲା।

ଦିଆ ମିର୍ଜା-ବୈଭବ ରେଖି: ଫେବ୍ରୁଆରୀ ୧୫ ତାରିଖରେ ବିଜନେସ୍‌ ମ୍ୟାନ୍‌ ବୈଭବ ରେଖିଙ୍କୁ ବିବାହ କରିଥିଲେ ଅଭିନେତ୍ରୀ ଦିଆ ମିର୍ଜା। ଏହା ତାଙ୍କର ଥିଲା ଦ୍ୱିତୀୟ ବିବାହ। ଉଭୟଙ୍କ ବିବାହ ବେଶ୍‌ ଚର୍ଚ୍ଚାରେ ରହିଥିଲା। କାରଣ ଜଣେ ମହିଳା ପଣ୍ଡିତ ଦିଆ ଓ ବୈଭବଙ୍କ ବିବାହ କରାଇଥିଲେ।

ୟାମି ଗୌତମ-ଆଦିତ୍ୟ ଧର: ଜୁନ୍‌ ୪ ତାରିଖରେ ବେଶ୍‌ ସିକ୍ରେଟ୍‌ ରୂପେ ବିବାହ କରିଥିଲେ ୟାମି ଗୌତମ। ସେ ଉରି ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ନେଇଥିଲେ ସାତଫେରା। ତାଙ୍କ ବିବାହ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା।

ସେହିପରି ଅଗଷ୍ଟ ୧୪ ତାରିଖରେ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବଲାନୀଙ୍କ ହାତ ଧରିଥିଲେ ଅନିଲ କପୁରଙ୍କ ସାନ ଝିଅ ରିଆ କପୁର।ଅନ୍ୟପଟେ, ଅନୁଷ୍କା ରଞ୍ଜନ ଓ ଆଦିତ୍ୟ ସିଲ୍‌, ନିଲ ଭଟ୍ଟ ଓ ଐଶ୍ୱର୍ଯ୍ୟା ଶର୍ମା ମଧ୍ୟ ବିବାହ କରିଛନ୍ତି।

ବିବାଦ-୨୦୨୧

ଚଳିତ ବର୍ଷ ବଲିଉଡକୁ ଦୋହଲାଇ ଦେଇଥିଲା ଅନେକ ବିବାଦ। ଡ୍ରଗ୍ସ ଠାରୁ ଆରମ୍ଭ କରି ପର୍ଣ୍ଣ କେସ୍‌ ମଧ୍ୟ ସାମ୍ନାକୁ ଆସିଥିଲା। ଆଉ ଏଥିରେ ଫସିଥିଲେ ବଡ଼ ବଡ଼ ସେଲେବ୍ରିଟି। ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଓ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ ଯିବାକୁ ପଡିଥିଲା। ଇଡି ପଞ୍ଝାରେ ପଡି ଆକ୍ତାମାକ୍ତା ହୋଇଥିଲେ ଦୁଇ ବଲିଉଡ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଓ ନୋରା ଫେତହି।

ଆର୍ଯ୍ୟନ୍‌ ଖାନ୍‌: ଏ ବର୍ଷ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନେଇ ଉଠିଥିଲା ଭୟଙ୍କର ଝଡ। ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅକ୍ଟୋବର ମାସରେ ତାଙ୍କୁ ଗିରଫ କରିଥିଲା। ଏହାପରେ ପାଖାପାଖି ଏକମାସ ପରେ ତାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲା।

ରାଜ କୁନ୍ଦ୍ରା: ବଲିଉଡର ନାମୀଦାମୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବିଜ୍‌ନେସ ମ୍ୟାନ୍‌ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଫସିଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କୁ ଜୁଲାଇ ମାସରେ ଗିରଫ କରିଥିଲା। ତାଙ୍କୁ ନେଇ ଅନେକ ଖୁଲାସା ମଧ୍ୟ ହୋଇଥିଲା। ଏପରିକି ତାଙ୍କ ନାଁରେ ମାଳ ମାଳ ଅଭିଯୋଗ ଆଣିଥିଲେ ତାଙ୍କ ସହ କାମ କରିଥିବା କିଛି ବି-ଗ୍ରେଡ୍‌ ଅଭିନେତ୍ରୀ। ପରେ ସେପ୍ଟେମ୍ବର ମାସରେ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଥିଲା।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଓ ନୋରା: ଏ ବର୍ଷ ୨୦୦ କୋଟି ଠକେଇ ମାମଲାରେ ବଲିଉଡ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଓ ନୋରାଙ୍କ ନାଁ ଉଠିଥିଲା। ୨୦୦ କୋଟି ଟଙ୍କାର ବଟି ଆଦାୟ ମାମଲାରେ ଗିରଫ ହୋଇଥିଲା ସୁକେଶ ଚନ୍ଦ୍ରଶେଖରଙ୍କ ସହ କୁଆଡେ ଜ୍ୟାକ୍‌ଲିନ୍‌ଙ୍କ ସମ୍ପର୍କ କଥା ଉଠିଥିଲା। ଏହି ମାମଲାରେ ଇଡି ତାଙ୍କୁ ବାରମ୍ବାର ଜେରା କରିଥିଲା। ସେହିପରି ନୋରା ଫତେହିଙ୍କ ନାଁ ମଧ୍ୟ ଏହି ମାମଲାରେ ଉଠିଥିଲା। ଅଭିଯୁକ୍ତ ସୁକେଶ ଠକେଇ ପଇସାରେ ନୋରାଙ୍କୁ ଦାମୀ ଗିଫ୍ଟ ଦେଇଥିବା କଥା ସାମ୍ନାକୁ ଆସିଥିଲା। ସେ ମଧ୍ୟ ଇଡି ଜେରାର ସମ୍ମୁଖୀନ ହୋଇଥିଲେ।

ସୋନୁ ସୁଦ: କରୋନା ମହାମାରୀର ଲକଡାଉନରେ ରିଲ୍‌ରୁ ରିଅଲ ହିରୋ ପାଲଟିଥିବା ସୋନୁ ସୁଦ ଏ ବର୍ଷ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଅନେକ ଅସହାୟଙ୍କୁ ସହାୟତା କରିବା ପାଇଁ ସେ ଆଗକୁ ଆସିଥିଲେ। ଏତେ ସବୁ ପରେ ତାଙ୍କୁ  ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ଘରେ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଥିଲା। ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିଲା।

ବିଚ୍ଛେଦ ୨୦୨୧

ଚଳିତ ବର୍ଷ ବିଚ୍ଛେଦ ମଧ୍ୟ ରଙ୍ଗୀନ ଦିନୁଆର ପିଛା ଛାଡି ନଥିଲା। ମିଷ୍ଟର ଫରଫେକ୍ଟନିଷ୍ଟ ଆମୀର ଖାନ୍‌ ଓ କିରଣ ରାଓଙ୍କ ଦୀର୍ଘ ୧୫ ବର୍ଷର ବିବାହରେ ଫାଟ ସୃଷ୍ଟି ହୋଇଥିଲା । ଉଭୟ ପରସ୍ପର ଠାରୁ ହୋଇଯାଇଥିଲେ ଭିନ୍ନ। ସେହିପରି ସାଉଥ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ରୁଥ ପ୍ରଭୁ ମଧ୍ୟ ଅଲଗା ହୋଇଥିଲେ।

ଆମୀର ଖାନ୍‌-କିରଣ ରାଓ: ଚଳିତ ବର୍ଷ ଜୁଳାଇ ମାସରେ ଆମୀର ଖାନ୍‌ ଓ କିରଣ ରାଓ ଦୁହେଁ ଛାଡପତ୍ର ନେବା ପାଇଁ ଘୋଷଣା କରିଥିଲେ। ଦୀର୍ଘ ୧୫ ବର୍ଷର ବିବାହ ବିଚ୍ଛେଦ ହୋଇଥିଲା। ସୋଶାଲ ମିଡିଆରେ ଏକ ଭିଡିଓ ଶେୟାର କରି ଉଭୟ ଏହି ସୂଚନା ଦେଇଥିଲେ। ଏହି ଖବର ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଶକ୍ତ ଧକ୍କା ଦେଇଥିଲା।

ନାଗା ଚୈତନ୍ୟ-ସମନ୍ଥା: ସାଉଥର ସୁପରହିଟ୍‌ ଯୋଡି ନାଗା ଚୈତନ୍ୟ ଓ ସମନ୍ଥା ରୁଥପ୍ରଭୁ। ଦୁହେଁ ବିବାହ ଦୀର୍ଘ ୪ ବର୍ଷ ପରେ ଅଲଗା ହୋଇଛନ୍ତି। ବିବାହ ବାର୍ଷିକୀର କିଛି ଦିନ ପୂର୍ବରୁ ହିଁ ନାଗାଚୈତନ୍ୟ ଏବଂ ସମନ୍ଥା ଅଲଗା ହେବା ନେଇ ଘୋଷଣା କରିଥିଲେ। ଏମାନଙ୍କ ବିବାହ ବିଚ୍ଛେଦ ଘୋଷଣା ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଦେଇଥିଲା।

ନୁସରତ ଜାହାଁ ଓ ନିଖିଲ ଜୈନ୍‌: ଚଳିତ ବର୍ଷ ବଲିଉଡ ବ୍ୟତୀତ ବଙ୍ଗୀୟ ଫିଲ୍ମ ଅଭିନେତ୍ରୀ ନୁସରତ ଜାହାଁଙ୍କ ବିଚ୍ଛେଦ ଖବର ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା। ମାତ୍ର ବର୍ଷକ ପରେ ଭାଙ୍ଗି ଯାଇଥିଲା ଉଭୟଙ୍କ ବିବାହ। ପ୍ରଥମ ସ୍ୱାମୀ ନିଖିଲ ଜୈନ୍‌ଙ୍କଠାରୁ ସେ ଭିନ୍ନ ହେବା ଏବଂ ତାଙ୍କ ପୁଅର ବାପାକୁ ନେଇ ମଧ୍ୟ ଉଠିଥିଲା ପ୍ରଶ୍ନ। କେବଳ ସେତିକି ନୁହେଁ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ସେ ନିଜେ ଫଟୋ ପୋଷ୍ଟ କରି ତାଙ୍କ ପୁଅର ବାପା ୟଶ୍‌ ଦାସଗୁପ୍ତା ବୋଲି କହିଥିଲେ। କେବଳ ସତିକି ନୁହେଁ ସେ ତାଙ୍କୁ ଦ୍ୱିତୀୟ ବିବାହ କରିଥିବା କଥା ମଧ୍ୟ ଜଣାପଡିିଥିଲା।

ମୃତ୍ୟୁ ୨୦୨୧

ଚଳିତ ବର୍ଷ ବହୁ ଉତ୍ଥାନପତନ ଦେଇ ବଲିଉଡ ଗତି କରିଥିବା ବେଳେ ହାତଛାଡି ଚାଲିଯାଇଛନ୍ତି ଅନେକ ସେଲେବ୍ରିଟି। କିଏ କମ୍‌ ବୟସରେ ଆଖି ବୁଜିଛି ତ ଆଉ କାହାର ଜୀବନ ନେଇଛି କରୋନା। ସେହିପରି ଲିଜେଣ୍ଡ୍ରି ନାୟକମାନେ ମଧ୍ୟ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛନ୍ତି।

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା(୪୦), ଦିଲ୍ଲୀପ କୁମାର(୯୮), ସୁରେଖା ସିକ୍ରେ(୭୫), ଅମିତ ମିସ୍ତ୍ରୀ(୪୭), ବିକ୍ରମଜିତ କନୱରପାଲ(୫୨), ଋଷି କପୁରଙ୍କ ଭାଇ ରାଜୀବ କପୁର(୫୮), ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲ(୫୦), ଭେଟେରାନ ଅଭିନେତା କିଶୋର ନନ୍ଦଲାସ୍କର(୮୧)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story