Advertisment

ବକ୍ସ ଅଫିସରେ ରେକର୍ଡ କଲା ସଲମାନ ଖାନଙ୍କ ଟାଇଗର-୩

ପ୍ରଥମ ଦିନରେ ଫିଲ୍ମଟି ୪୩ କୋଟି ଟଙ୍କା ଆୟ କରିଛି। ଓପନିଂ ଡେ’ରେ ସଲମାନ ଖାନଙ୍କ କୌଣସି ଫିଲ୍ମ କେବେ ହେଲେ ଏତେ ଟଙ୍କା ଆୟ କରି ନଥିଲା।

author-image
Hemant Lenka
Salman

Salman

ଟାଇଗର ଫ୍ରାଞ୍ଚାଇଜ୍‌ର ତୃତୀୟ ସିନେମାକୁ ପ୍ରଥମ ଦିନରେ ମିଳିଛି ଜବରଦସ୍ତ ରେସପନ୍ସ। ଦୀପାବଳିରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଟାଇଗର ୩ ନୂଆ ରେକର୍ଡ କରିଛି।

Advertisment

ପ୍ରଥମ ଦିନରେ ସମଗ୍ର ଭାରତରେ ଫିଲ୍ମଟି ୪୩ କୋଟି ଟଙ୍କା ଆୟ କରିଛି। ଓପନିଂ ଡେ’ରେ ସଲମାନ ଖାନଙ୍କ କୌଣସି ଫିଲ୍ମ କେବେ ହେଲେ ଏତେ ଟଙ୍କା ଆୟ କରି ନଥିଲା। ସେହିପରି ଦୀପାବଳିରେ ରିଲିଜ୍‌ ହୋଇଥିବା କୌଣସି ଫିଲ୍ମ ମଧ୍ୟ ପ୍ରଥମଥର ପାଇଁ ୪୩ କୋଟି ଟଙ୍କାର ମାର୍କ ଛୁଇଁଛି।

ସଲମାନ ଖାନ ଓ କଟ୍ରିନା କୈଫଙ୍କ ଅଭିନୀତି ଟାଇଗର ୩ ଦୀପାବଳିରେ ରିଲଜ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୪୩ କୋଟି ଟଙ୍କା ଆୟ କରିଥିବା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ସୂଚନା ଦେଇଛନ୍ତି। 

Advertisment

ଟାଇଗର ୩ ସହ ଆଉ କୌଣସି ହିନ୍ଦୀ ଫିଲ୍ମ ରିଲଜ ହୋଇ ନଥିଲା। ପ୍ରାୟ ଗୋଟିଏ ଦଶନ୍ଧି ମଧ୍ୟରେ ଦୀପାବଳି ଦିନ ସର୍ବାଧିକ ଆୟ କରିଥିବା ଫିଲ୍ମ ହେବାର ରେକର୍ଡ ଟାଇଗର ୩ କରିଥିବା ସେ ସୂଚନା ଦେଇଛନ୍ତି। ସେହିପରି ସଲମାନ ଖାନ ମଧ୍ୟ ନୂଆ ରେକର୍ଡ କରିଛନ୍ତି।

ହିନ୍ଦୀ ଭାଷାରେ ଟାଇଗର ୩ର ଆୟ ୪୩ କୋଟି ଥିଲେ ମଧ୍ୟ ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମକୁ ମାତ୍ର ୧.୫୦ କୋଟି ଟଙ୍କା ମିଳିଛି।  ସେହିପରି ଟାଇଗର ସିରିଜର ପ୍ରଥମ ଫିଲ୍ମ ଏକଥା ଟାଇଗର ପ୍ରଥମ ଦିନରେ ୩୨.୯୩ କୋଟି ଓ ଟାଇଗର ଜିନ୍ଦା ହୈ ୩୪.୧୦ କୋଟି ଆୟ କରିଥିଲା। 

ସେ କହିଛନ୍ତି ଯେ ଦୀପାବଳିରେ ଲୋକମାନେ ବ୍ୟସ୍ତ ରହୁଥିବାରୁ ସେହି ଦିନ ପ୍ରାୟ ଗୋଟିଏ ଦଶନ୍ଧି ହେଲା କୌଣସି ବଡ଼ ସିନେମା ରିଲିଜ ହେଉ ନଥିଲା। କିନ୍ତୁ ଟାଇଗର ୩ ଗେମ ଚେଞ୍ଜର ଭାବେ ଉଭା ହୋଇଛି। ଏହାର ଫାରଦା ମଧ୍ୟ ସଲମାନଙ୍କୁ ମିଳିଛି। ତାଙ୍କର କୌଣସି ଫିଲ୍ମ ପ୍ରଥମ ଦିନରେ ଏତେ ଟଙ୍କା ଆୟ କରିବାକୁ ସକ୍ଷମ ହୋଇଛି।

ସଲମାନଙ୍କ ଶେଷ ୫ ଫିଲ୍ମ ହେଲା ଟାଇଗର ୩, ଭାରତ, ପ୍ରେମ ରତନ ଧନ ପାୟୋ, ସୁଲତାନ ଓ ଟାଇଗର ଜିନ୍ଦା ହୈ। ଟାଇଗର ୩ ପ୍ରଥମ ଦିନରେ ୪୩ କୋଟି ଆୟ କରିଥିବା ବେଳେ ଭାରତ ୪୨.୩୦ କୋଟି, ପ୍ରେମ ରତନ ଧନ ପାୟୋ ୪୦.୩୫ କୋଟି, ସୁଲତାନ ୩୬.୫୪ କୋଟି ଓ ଟାଇଗର ଜିନ୍ଦା ହୈର ଆୟ ୩୪.୧୦ କୋଟି ରହିଥିଲା।

ଆଦର୍ଶ ଆକଳନ କରିଛନ୍ତି ଯେ ସୋମବାର ଠାରୁ ଆସନ୍ତା ରବିବାର ମଧ୍ୟରେ ଟାଇଗର ୩ ରେକର୍ଡ ଆୟ କରିବାର ସମ୍ଭାବନା ରହିଛି। କାରଣ ଫିଲ୍ମକୁ ଭଲ ରିଭ୍ୟୁ ମିଳିଛି।

Salman Khan Katrina Kaif