Advertisment

ଇଦ୍‌ରେ ଆସୁଛନ୍ତି 'ବଡେ ମିଆଁ ଛୋଟେ ମିଆଁ', ଦେଖାଇଲେ ଝଲକ୍‌

ଏଥିର ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଦର୍ଶକମାନେ ଇଦ୍ ପାଳିବେ।

author-image
Madhupriya Mistry
Akshay Kumar and Tiger Shroff

Akshay Kumar and Tiger Shroff

'ଦିଲ୍‌ ସେ ସୋଲଜର୍‌, ଦିମାଗ୍‌ ସେ ସୈତାନ୍‌ ହୈ ହମ୍‌ । ବଚ୍‌କେ ରେହନା ହିନ୍ଦୁସ୍ତାନ ହୈ ହମ୍‌' ଏଭଳି କିଛି ଦମ୍‌ଦାର୍‌ ଡାଏଲଗ୍‌ ସହ ସାମ୍ନାକୁ ଆସିଛନ୍ତି ବଡେ ମିଆଁ ଛୋଟେ ମିଆଁ। ରିଲିଜ ହୋଇଛି ବଲିଉର ଅପକମିଂ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଟିଜର। ଦମ୍‌ଦାର ଆକ୍ସନ ସାଙ୍ଗକୁ ଡଏଲଗ୍, ଲୋକଙ୍କୁ କରିଛି ଆଟ୍ରାକ୍ଟ।

Advertisment

ପୁଣି ଥରେ ଦମ୍‌ଦାର ଆକ୍ସନ ସହ ପରଦାକୁ ଫେରୁଛନ୍ତି ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର। ତେବେ ସେ ଏକା ନୁହନ୍ତି। ତାଙ୍କ ସହ ଆକ୍ସନର ଡବଲ ଡୋଜ୍‌ ଦେବେ ଟାଇଗର ଶ୍ରଫ। ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିବ। ବହୁ ପ୍ରତିକ୍ଷିତ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ରେ ଦୁହେଁ ଆକ୍ସନ ସାଙ୍ଗକୁ ଦର୍ଶକଙ୍କୁ କମେଡିର ଖୋରାକ ମଧ୍ୟ ଯୋଗାଇବେ।

ଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍‌ ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି। ୧ ମିନିଟ୍‌ ୩୮ ସେକେଣ୍ଡର ଏହି ଟିଜର୍‌ରେ ଭରପୂର ଆକ୍ସନ ରହିଛି। ଦମ୍‌ଦାର ଡାଏଲଗ୍‌ ସାଙ୍ଗକୁ ଅୟକ୍ଷ ଓ ଟାଇଗରଙ୍କ ଆକ୍ସନ ଷଣ୍ଟ ଦେଖି ଫ୍ୟାନ୍‌ମାନେ ଏକ୍ସାଇଟେଡ୍‌ ହୋଇପଡିଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ହିଁ ଏହି ଟିଜରଟିକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ସୋନାକ୍ଷୀ ସିହ୍ନା, ମାନୁଷି ଛିଲର୍‌ ଓ ଅଲାୟା ଏଫ୍‌। କେବଳ ସେତିକି ନୁହେଁ ଖଳନାୟକ ଭୂମିକାରେ ଅଛନ୍ତି ସାଉଥର ସୁପରଷ୍ଟାର ପୃଥ୍ୱୀରାଜ ସୁକୁମାରନ୍। ଜ୍ୟାକି ଭଗନାନିଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ଇଦ୍‌ ଅବସରରେ ତଥା ଏପ୍ରିଲ ୨୪ ତାରିଖରେ ପରଦାକୁ ଆସିବ। ଏଥିର ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଦର୍ଶକମାନେ ଇଦ୍ ପାଳିବେ।

Bollywood Akshay Kumar Tiger Shrof Bade Miyan Chhote Miyan Teaser Out