ମାଇନସ୍ ୭ ଡିଗ୍ରୀରେ ଶାର୍ଟଲେସ୍ ହେଲେ ଟାଇଗର

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ଟାଇଗର ଶ୍ରଫ। ତାଙ୍କ ମସକୁଲାର ବଡି, ଫିଟ୍‌ନେସ୍ ଓ ତାଙ୍କ ଡ୍ୟାନ୍ସର ସମସ୍ତେ ଦିୱାନା। କେବଳ ସେତିକି ନୁହେଁ ତାଙ୍କ ଆକ୍ସନ ଷ୍ଟଣ୍ଟ ଓ ଫ୍ଲାଇଂ କିକ୍ ପାଇଁ ସେ ବେଶ୍ ଚର୍ଚ୍ଚିତ। ତାଙ୍କ ଲୁକ୍ ଆଉ ବଡି ଦେଖି ହଜାର ହଜାର ଫ୍ୟାନ୍ ତାଙ୍କ ଉପରେ ଫିଦା। ନିଜର ଫିଟ୍‌ନେସ୍ ପାଇଁ ଫେମସ ଟାଇଗର ପୁଣି ଥରେ ଫ୍ୟାନମାନଙ୍କ ହୃଦୟ ଜିତି ନେଇଛନ୍ତି। ମାଇନସ୍ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେ […]

Tiger shrof

Madhupriya Mistry
  • Published: Wednesday, 14 December 2022
  • , Updated: 14 December 2022, 03:29 PM IST

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ଟାଇଗର ଶ୍ରଫ। ତାଙ୍କ ମସକୁଲାର ବଡି, ଫିଟ୍‌ନେସ୍ ଓ ତାଙ୍କ ଡ୍ୟାନ୍ସର ସମସ୍ତେ ଦିୱାନା। କେବଳ ସେତିକି ନୁହେଁ ତାଙ୍କ ଆକ୍ସନ ଷ୍ଟଣ୍ଟ ଓ ଫ୍ଲାଇଂ କିକ୍ ପାଇଁ ସେ ବେଶ୍ ଚର୍ଚ୍ଚିତ। ତାଙ୍କ ଲୁକ୍ ଆଉ ବଡି ଦେଖି ହଜାର ହଜାର ଫ୍ୟାନ୍ ତାଙ୍କ ଉପରେ ଫିଦା। ନିଜର ଫିଟ୍‌ନେସ୍ ପାଇଁ ଫେମସ ଟାଇଗର ପୁଣି ଥରେ ଫ୍ୟାନମାନଙ୍କ ହୃଦୟ ଜିତି ନେଇଛନ୍ତି। ମାଇନସ୍ ଡିଗ୍ରୀ ତାପମାତ୍ରାରେ ମଧ୍ୟ ସେ ଶାର୍ଟଲେସ ହୋଇ ଲଗାଇ ଦେଇଛନ୍ତି ନିଆଁ।

ନିକଟରେ ଟାଇଗର ଶ୍ରଫ୍ ନିଜ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ ମାଇନସ୍ ୭ ଡିଗ୍ରୀ ତାପମାତ୍ରାରେ ଶାର୍ଟଲେସ୍ ହୋଇ ବୁଲୁଛନ୍ତି। କେବଳ ଗୋଟିଏ ଟାୱାଲ ପିନ୍ଧି ବରଫ ଢ଼ାଙ୍କି ହୋଇ ରହିଥିବା ଜାଗାରେ ସେ କରୁଛନ୍ତି ୱାକ୍। ସେ ଥଣ୍ଡାପାଗକୁ ମନଭରି ମଜା ନେଉଛନ୍ତି। ଟାଇଗରଙ୍କ ଏହି ଶାର୍ଟଲେସ୍ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟାଇଗରଙ୍କ ଏଭଳି ଫିଟନେସ୍ ଦେଖି ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ଏହି ଭିଡିଓରେ ତାଙ୍କ ମା’ ଓ ଭଉଣୀ ମଧ୍ୟ କମେଣ୍ଟ କରି ତାଙ୍କୁ ପ୍ରଶଂସା କରିଛନ୍ତି। ସେହିରପି ସୋଶାଲ ମିଡିଆ ୟୁଜର୍ସମାନେ ମଧ୍ୟ ଟାଇଗରଙ୍କ ମସକୁଲାର ବଡି ଦେଖି ଦିୱାନା ହୋଇପଡିଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି, ହୋସିଆର୍ ଟାୱାଲ ଖସିପଡିବ।

 

View this post on Instagram

 

A post shared by Tiger Shroff (@tigerjackieshroff)

Related story