Advertisment

ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍‌ଘାତ! ହସ୍ପିଟାଲରେ ଭର୍ତ୍ତି

ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Tiku Talsania

Tiku Talsania

Advertisment

ବଲିଉଡ଼ର ଜଣାଶୁଣା ହାସ୍ୟ ଅଭିନେତା ଟିକୁ ତଲସାନିଆଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ହୃଦ୍‌ଘାତ ହୋଇଥିବା କୁହାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Advertisment

ଟିକୁଙ୍କ ବୟସ ୭୦ ବର୍ଷ। ସେ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା। ଆଜି ସକାଳୁ ସେ ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କ ଛାତିରେ ଅଳ୍ପ ଯନ୍ତ୍ରଣା ହେଉଥିଲା। ଏହାପରେ ତୁରନ୍ତୁ ଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଚିକିତ୍ସା ଜାରି ରହିଛି। ଡାକ୍ତରମାନେ ତାଙ୍କ ଅସୁସ୍ଥତାର କାରଣ ଏଯାଏଁ କହି ନାହାନ୍ତି। କିନ୍ତୁ ପ୍ରାଥମିକ ସୂଚନାରୁ ସେ ହୃଦଘାତର ଶିକାର ହୋଇଥିବା କୁହାଯାଉଛି।

ଏଭଳି ପରିସ୍ଥିତିରେ ଅଭିନେତା ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଛନ୍ତି। ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Advertisment

ଟିକୁ ୧୯୮୪ରେ ଲୋକପ୍ରିୟ ଟିଭି ସିରିଏଲ୍‌ 'ୟେ ଜୋ ହୈ ଜୀନ୍ଦଗି'ରୁ ନିଜ ଅଭିନୟ ଡେବ୍ୟୁ କରିଥିଲେ। ଏହାପରେ ୧୯୮୬ରେ ସେ 'ପ୍ୟାର୍‌ କେ ଦୋ ପଲ୍'ରୁ ବଲିଉଡରେ ପାଦ ରଖିଥିଲେ। ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଥିବା ଟିକୁ ତଲସାନିଆ ତାଙ୍କ ହାସ୍ୟ ଭୂମିକା ପାଇଁ ଅଧିକ ପରିଚିତ। ତାଙ୍କ କମେଡିର ଉଭୟ ଷ୍ଟାଇଲ ଓ ଟାଇମିଂ ବେଶ୍‌ ଦମ୍‌ଦାର। ଦର୍ଶକଙ୍କୁ ହସାଇବା ପାଇଁ କେବଳ ତାଙ୍କର ଡାଏଲଗ ଡେଲିଭରୀ ହିଁ ଯଥେଷ୍ଟ।

Bollywood Heart Attack Tiku Talsania
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe