Advertisment

ଜନ୍ମଦିନରେ ମହେଶ ବାବୁଙ୍କୁ ପୁଅଝିଅ ଦେଲେ ଉପହାର

ନୂଆଦିଲ୍ଲୀ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କର ଆଜି ହେଉଛି ୪୫ତମ ଜନ୍ମଦିନ। ଜନ୍ମଦିନରେ ମହେଶଙ୍କୁ ସୋଶାଲ ମିଡିଆରେ ପରିବାର, ସାଙ୍ଗସାଥୀ ଓ ଫ୍ୟାନ୍ସଙ୍କର ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି। ଝିଅ ସିତାରା ବାପାଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ଶେଆର୍‌ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟିକୁ ମହେଶଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓରେ ଝିଅ ସିତାରା କହିଛନ୍ତି, ‘ବର୍ଷକରେ ଆଜିର ଦିନ ହେଉଛି ମୋ ପାଇଁ ସବୁଠାରୁ ପ୍ରିୟ। ଜନ୍ମଦିନର ଶୁଭେଚ୍ଛା ନାନା। […]

ଅଦ୍ୟତନ ହୋଇଛି
ଜନ୍ମଦିନରେ ମହେଶ ବାବୁଙ୍କୁ ପୁଅଝିଅ ଦେଲେ ଉପହାର

mahesh33

Advertisment

ନୂଆଦିଲ୍ଲୀ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କର ଆଜି ହେଉଛି ୪୫ତମ ଜନ୍ମଦିନ। ଜନ୍ମଦିନରେ ମହେଶଙ୍କୁ ସୋଶାଲ ମିଡିଆରେ ପରିବାର, ସାଙ୍ଗସାଥୀ ଓ ଫ୍ୟାନ୍ସଙ୍କର ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି। ଝିଅ ସିତାରା ବାପାଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ଶେଆର୍‌ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟିକୁ ମହେଶଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି।

Advertisment

ଭିଡିଓରେ ଝିଅ ସିତାରା କହିଛନ୍ତି, ‘ବର୍ଷକରେ ଆଜିର ଦିନ ହେଉଛି ମୋ ପାଇଁ ସବୁଠାରୁ ପ୍ରିୟ। ଜନ୍ମଦିନର ଶୁଭେଚ୍ଛା ନାନା। ତୁମେ ଦୁନିଆର ସବୁଠାରୁ ଭଲ ବାପା। ମୁଁ ତୁମକୁ ବହୁତ ଭଲପାଏ। ’

https://www.instagram.com/p/CDp-pQCngu-/?utm_source=ig_web_copy_link

କେବଳ ଝିଅ ନୁହେଁ, ମହେଶଙ୍କ ପୁଅ ମଧ୍ୟ ଇନଷ୍ଟାଗ୍ରାମରେ ବାପାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ନାନା। ସବୁବେଳେ ମୋ ପ୍ରିୟ ଗେମ୍‌ ପାର୍ଟନର ରହିଆସୁଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ। ମୁଁ ତୁମକୁ ବହୁତ ଭଲପାଏ।

Advertisment

https://www.instagram.com/p/CDp-1hOpPsU/?utm_source=ig_web_copy_link

ସେହିପରି ମହେଶଙ୍କ ସ୍ତ୍ରୀ ନମ୍ରତା ଶିରୋଦକର ମଧ୍ୟ ଏହି ଦିନକୁ ଭୁଲି ନାହାନ୍ତି। ସୋଶାଲ ମିଡିଆରେ ଦୁହିଁଙ୍କର ଏକ ଅନ୍ତରଙ୍ଗ ଫଟୋ ଶେଆର୍‌ କରି ଲେଖିଛନ୍ତି, ‘ପ୍ରକୃତ ଭଲପାଇବା କ’ଣ ମୁଁ ତୁମ ସହିତ ରହି ଜାଣିଛି। ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ମହେଶ। ,ମୁଁ ତୁମକୁ ବହୁତ ଭଲପାଏ। ଆଗକୁ ମଧ୍ୟ ପାଉଥିବି।’

https://www.instagram.com/p/CDo3BOjDGOW/?utm_source=ig_web_copy_link

ନମ୍ରତାଙ୍କ ଉଭଣୀ ତଥା ଅଭିନେତ୍ରୀ ଶିଳ୍ପା ଶିରୋଦକର ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/CDo6B-mFGA1/?utm_source=ig_web_copy_link

ନିକଟରେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ମହେଶ ଲେଖିଥିଲେ, ‘ ମୋ ଜୀବନରେ ଆପଣ ସମସ୍ତଙ୍କ ଉପସ୍ଥିତି ମୋ ପାଇଁ ଏକ ଆଶୀର୍ବାଦ। ବିଶ୍ୱ ମହାମାରୀ ସମୟରେ ମୋ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଆପଣମାନଙ୍କ ଚେଷ୍ଟାକୁ ମୁଁ ଧନ୍ୟବାଦ ଜଣାଉଛି। କିନ୍ତୁ ସୁରକ୍ଷା ପ୍ରଥମ। ଏଥିପାଇଁ ମୋର ସମସ୍ତ ପ୍ୟାନ୍ସଙ୍କୁ ମୁଁ ଅନୁରୋଧ କରୁଛି, ମୋ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଏକାଠି ହୁଅନ୍ତୁ ନାହିଁ। ଦୟାକରି ନିରାପଦରେ ରୁହନ୍ତୁ।

https://www.instagram.com/p/CDkyL0HHqXB/?utm_source=ig_web_copy_link

ସୂଚନାଯୋଗ୍ୟ, ସାଉଥ୍‌ ଷ୍ଟାର୍‌ ମହେଶ ବାବୁ ଓ ଅଭିନେତ୍ରୀ ନମ୍ରତା ଶିରୋଦକର ୨୦୦୫ ମସିହାରେ ବିବାହ କରିଥିଲେ। ଦୁହିଁଙ୍କର ଗୌତମ ଓ ସିତାରା ନାମରେ ଦୁଇଟି ପୁଅଝିଅ ରହିଛନ୍ତି। ମହେଶଙ୍କୁ ଶେଷଥର ପାଇଁ ତେଲୁଗୁ ଫିଲ୍ମ ‘ସାରିଲେରୁ ନିକିଭାରୁ’ରେ ଦେଖିବାକୁ ମିଳିଥିଲା। ଆଗକୁ ମହେଶଙ୍କ ଫିଲ୍ମ ‘ସରକାରୁ ଭାରି ପଟା’ ରିଲିଜ୍‌ ହେବାକୁ ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe