ଟି-ସାର୍ଟରେ ସୁଶାନ୍ତଙ୍କ ବିବାଦୀୟ ଫଟୋ, ଫ୍ଲିପ୍କାର୍ଟକୁ ବୟକଟ୍ ଦାବି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଆଜି ବି ସେ ଅନେକ ଫ୍ୟାନ୍ଙ୍କ ମନରେ ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ଫ୍ୟାନ୍ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏହାରି ଭିତରେ ଅନ୍ଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପ୍କାର୍ଟରେ ମାର୍କେଟିଂ ପାଇଁ ସୁଶାନ୍ତ ଫଟୋକୁ ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଫ୍ଲିପ୍କାର୍ଟ ବୟକଟ୍ କରିବା ପାଇଁ ସୋଶାଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଛି।
ଅନ୍ଲଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଥିବା ଏକ ଟି-ସାର୍ଟକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି ଟି-ସାର୍ଟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫଟୋ ଛପାଯାଇଛି। ଏଥିସହ ଏହା ଉପରେ ଇଂରାଜୀରେ ଲେଖାଯାଇଛି ‘Depression is like Drowing’ । ସେହି ଟି-ସାର୍ଟ ଟି ପୁଣି ଫ୍ଲିପକାର୍ଟରେ ୧୭୯ରେ ବିକ୍ରି ହେଉଛି। କିନ୍ତୁ ଏହାର ମୂଲ୍ୟ ୧୦୯୯ କୁହାଯାଇଛି। ଏହାକୁ ନେଇ ଏବେ ସୁଶାନ୍ତଙ୍କ ଫ୍ୟାନ୍ମାନେ ରାଗି ଯାଇଛନ୍ତି। ସୋଶାଲ ମିଡିଆରେ ଏହାକୁ ନେଇ ଏକ ପ୍ରକାର ଝଡ ସୃଷ୍ଟି ହୋଇଛି।
ତେବେ ଏହି ଟି-ସାର୍ଟଟି କେବଳ ଫ୍ଲିପ୍କାର୍ଟ ନୁହେଁ ସପିଂ ପ୍ଲାଟଫର୍ମ ଆମାଜନ୍ରେ ମଧ୍ୟ ଉପଲବ୍ଧ ରହିଛି। ଲୋକେ ଆମାଜନ ଓ ଫ୍ଲିପ୍କାର୍ଟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁର ଦୁଃଖରୁ ଏପର୍ଯ୍ୟନ୍ତ କେହି ବାହାରି ପାରି ନାହାନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆମେ ସ୍ୱର ଉତ୍ତୋଳନ କରୁଛୁ। ଫ୍ଲିପକାର୍ଟ କ୍ଷମା ମାଗିବା ଉଚିତ୍। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କୁ ଏଭଳି ଉପହାସ କରିବା ଉଚିତ ନୁହେଁ। ଏହାର ପରିଣାମ ନିଶ୍ଚିତ ରୂପେ ଭୋଗିବାକୁ ପଡିବ।
# BoycottFlipkart। ବୋଲି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। କିଛି ୟୁଜର୍ସ ରାଗିଯାଇ ଏହାକୁ ଶସ୍ତା ମାର୍କେଟିଂ ବୋଲି କହୁଛନ୍ତି। ଅନଲାଇନ୍ ସପିଂ ପ୍ଲାଟଫର୍ମରୁ ଏହି ଟି-ସାର୍ଟକୁ ହଟାଇବାକୁ ଫ୍ୟାନ୍ମାନେ ଦାବି କରିଛନ୍ତି। ଏଥିସହ ଜଣେ ବ୍ୟକ୍ତି ଫ୍ଲିପ୍କାର୍ଟକୁ ଆଇନଗତ ନୋଟିସ ପଠାଇବାକୁ ମଧ୍ୟ ଧମକ ଦେଇଛନ୍ତି।
୧୪ ଜୁନ୍ ୨୦୨୦ରେ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଉଜ୍ଜ୍ୱଳ ତାରକା ବା କଳାକାର ସୁଶାନ୍ତ ସିଂ ରାଜପୁତଙ୍କୁ ହରାଇଥିଲା। ୩୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା। ମୁମ୍ବାଇ ସ୍ଥିତ ନିଜ ଫ୍ଲାଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଆଜି ବି ତାଙ୍କ ମୃତ୍ୟୁ ଉପରୁ ପରଦା ହଟିନି। କୁହାଯାଉଥିଲା ଯେ ସେତେବେଳେ ସୁଶାନ୍ତ ଡିପ୍ରେସନରେ ଥିଲେ। ଏହି କାରଣରୁ ଆତ୍ମହତ୍ୟା କରିଥିଲେ।
@Flipkart are you mad? What kind of insanity it is? Remove this T-shirt from your site. You are using Sushant's image. He was not in DEPRESSION. #BoycottFlipkart
— PRIYANKA RAI (@ItsSPriyanka) July 26, 2022
It is not a correct way to develop your online stores first you remove this t-shirts from sale. Don't play with another emotions #BoycottFlipkart pic.twitter.com/vcXj8eskm8
— Dinesh palaniappan (@inpaldin1) July 26, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।