ଶ୍ରଦ୍ଧା ଝୁଟି, ରଣବୀର ମକ୍କାର୍‌: ଆସିଲା ଟିଜର

ମୁମ୍ବାଇ: ଝୁଟି ତଥା ମିଛେଇ ସାଜିଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେହିପରି ମକ୍କାର ସାଜିଲେ ରଣବୀର କପୁର। ଏକଥା ଆମେ କହୁନୁ ତାଙ୍କ ଅପ୍‌କମିଂ ଫିଲ୍ମରେ ଏଭଳି କିଛି ଚରିତ୍ରରେ ନଜର ଆସିବେ ଉଭୟ, ଯାହାର ଟିଜର ଆଜି ରିଲିଜ ହୋଇଛି। ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବହୁ ଦିନର ଅପେକ୍ଷା ପରେ ଏହି ଫିଲ୍ମର ଟାଇଟେଲକୁ ନେଇ ଖୁଲାସା […]

shraddha-kapoor-and-ranbir-kapoor

Madhupriya Mistry
  • Published: Wednesday, 14 December 2022
  • , Updated: 14 December 2022, 06:11 PM IST

ମୁମ୍ବାଇ: ଝୁଟି ତଥା ମିଛେଇ ସାଜିଲେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେହିପରି ମକ୍କାର ସାଜିଲେ ରଣବୀର କପୁର। ଏକଥା ଆମେ କହୁନୁ ତାଙ୍କ ଅପ୍‌କମିଂ ଫିଲ୍ମରେ ଏଭଳି କିଛି ଚରିତ୍ରରେ ନଜର ଆସିବେ ଉଭୟ, ଯାହାର ଟିଜର ଆଜି ରିଲିଜ ହୋଇଛି।

ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅପ୍‌କମିଂ ଫିଲ୍ମ ‘ତୁ ଝୁଟି ମେଁ ମକ୍କାର’କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବହୁ ଦିନର ଅପେକ୍ଷା ପରେ ଏହି ଫିଲ୍ମର ଟାଇଟେଲକୁ ନେଇ ଖୁଲାସା ହୋଇଛି। ଫିଲ୍ମ ମେକର୍ସମାନେ ମଙ୍ଗଳବାର ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ। ୨୪ ଘଣ୍ଟା ପରେ ଫିଲ୍ମର ଟିଜର ଓ ଟାଇଟେଲକୁ ମଧ୍ୟ ଶେଆର କରିଛନ୍ତି ନିର୍ଦ୍ଦେଶକ ଲଭ୍ ରଞ୍ଜନ।

ରିଲିଜ ହୋଇଥିବା ଟିଜରରେ ଶ୍ରଦ୍ଧା ଓ ରଣବୀର ବେଶ୍ ମସ୍ତି ମୁଡ୍‌ରେ ନଜର ଆସିଛନ୍ତି। ଭିଡିଓରେ ଦୁହିଁଙ୍କ କ୍ୟୁଟ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି, ଯାହା ଫ୍ୟାନ୍‌ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖ ତଥା ହୋଲିରେ ଏହି ଫିଲ୍ମଟି ପରଦାକୁ ଆସିବ।

ରଣବୀର କପୁର ଏହି ଫିଲ୍ମ ବ୍ୟତୀତ ଆଗକୁ ଫିଲ୍ମ ‘ଆନିମଲ୍‌’ରେ ମଧ୍ୟ ନଜର ଆସିବେ। ସେହିପରି ଶ୍ରଦ୍ଧା କପୁର ଖୁବଶୀଘ୍ର ରୁଖସାନା କୌସରଙ୍କ ବାୟୋପିକରେ ନଜର ଆସିପାରନ୍ତି।

 

View this post on Instagram

 

A post shared by Shraddha ✶ (@shraddhakapoor)

Related story