ଶୁଟିଂ ସେଟରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ପୁଣିଥରେ ଟିଭି ଜଗତରୁ ଆସିଛି ଦୁଃଖଦ ଖବର। ଲୋକପ୍ରିୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ଶୁଟିଂ ସେଟ୍‌ରେ ହିଁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତାନ ଇ କବୁଲରେ ଅଭିନୟ କରୁଥିଲେ। ଆଜି ସେ ଶୁଟିଂ ପାଇଁ ଯାଇଥିବା ବେଳେ ସେଠାରେ ଜୀବନ ହାରିଛନ୍ତି। ନାଇଗାଓଁରେ ଆଜି ସିରିଏଲର ଶୁଟିଂ ରହିଥିଲା। ଏଥିପାଇଁ ସେ ସେଟର ମେକରୁମରେ ରହିଥିଲେ। କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା […]

actress

  • Published: Saturday, 24 December 2022
  • , Updated: 24 December 2022, 06:57 PM IST

ମୁମ୍ବାଇ: ପୁଣିଥରେ ଟିଭି ଜଗତରୁ ଆସିଛି ଦୁଃଖଦ ଖବର। ଲୋକପ୍ରିୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ଶୁଟିଂ ସେଟ୍‌ରେ ହିଁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତାନ ଇ କବୁଲରେ ଅଭିନୟ କରୁଥିଲେ। ଆଜି ସେ ଶୁଟିଂ ପାଇଁ ଯାଇଥିବା ବେଳେ ସେଠାରେ ଜୀବନ ହାରିଛନ୍ତି।

ନାଇଗାଓଁରେ ଆଜି ସିରିଏଲର ଶୁଟିଂ ରହିଥିଲା। ଏଥିପାଇଁ ସେ ସେଟର ମେକରୁମରେ ରହିଥିଲେ। କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା ସେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲା। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟ୍‌ରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଭିନେତା ଶିବିନ ନାରାଙ୍ଗଙ୍କ ସହ ତୁନିଶା ଆଜି ଗୋଟିଏ ମ୍ୟୁଜିକ ଭିଡିଓର ଶୁଟିଂ କରିବାର ଥିଲା। କିନ୍ତୁ ହଠାତ୍ ସେ କାହିଁକି ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନି। ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

ହେଲେ ଏହି ୫ ଘଣ୍ଟା ମଧ୍ୟରେ ଏମିତି କ’ଣ ହେଲା ଯେ ସେ ଆତ୍ମହତ୍ୟା କଲେ, ତା’କୁ ନେଇ ପ୍ରଶ୍ନ ଉଠିଛି। ତୁନିଶାଙ୍କ ଆତ୍ମହତ୍ୟା ଖବର ପ୍ରଚାର ହେବା ପରେ ପୂରା ଟିଭି ଓ ସିନେମା ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି।

ତୁନିଶା ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ। ୨୦ ବର୍ଷୀୟ ତୁନିଶା ଶିଶୁ କଳା ଭାବେ ମଧ୍ୟ କାମ କରିଥିଲେ।

Related story