Advertisment

ହତ୍ୟାକାରୀ ସାଜିଲେ ଅଭିନେତା, ଗୁଳିମାଡ଼ ପରେ ବାନ୍ଧିଲା ପୁଲିସ

ଗୋଟିଏ ପରିବାରର ୪ ଜଣଙ୍କ ଉପରେ ସେ ଗୁଳିମାଡ଼ କରିଥିବା ବେଳେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା।

author-image
Madhupriya Mistry
Bhupinder Singh

Bhupinder Singh

ଅଭିନେତାରୁ ସାଜିଲେ ହତ୍ୟାକାରୀ। ରିଲ୍‌ରୁ ରିୟଲ୍‌ ଲାଇଫ୍‌ ଖଳନାୟକ ବନିଲେ ଲୋକପ୍ରିୟ ଟେଲି ଅଭିନେତା ଭୂପେନ୍ଦ୍ର ସିଂହ। ବାନ୍ଧିଲା ପୁଲିସ। ବିଜନୋରର ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି।

Advertisment

ସୂଚନା ମୁତାବକ, ନଭେମ୍ବର ୧୯ ତାରିଖରେ ମୁମ୍ବାଇ ସ୍ଥିତ ନିଜ ପୌତୃକ ଗାଁ ବିଜନୋର ବଢ଼ାପୁର ଥାନା ଅଞ୍ଚଳ କୁଆଁ ଖେଡାରେ ପହଞ୍ଚିଥିଲେ। ଏଠାରେ ଚାଷ ଜମିରେ ଲାଗିଥିବା ଏକ ଗଛକୁ ନେଇ ଗାଁର ଜଗଦୀପ ନାମକ ଜଣେ ବ୍ୟକ୍ତିଙ୍କ ସହ ଭୂପେନ୍ଦ୍ରଙ୍କ ଝଗଡା ହୋଇଥିଲା। ତେବେ ଏହି ଝଗଡା ମାରପିଟ୍‌ ଯାଏଁ ଯାଇଥିଲା। ରାଗିଯାଇ ଅଭିନେତା ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଗୋଟିଏ ପରିବାରର ୪ ଜଣଙ୍କ ଉପରେ ସେ ଗୁଳିମାଡ଼ କରିଥିବା ବେଳେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣ ଆହତ ହୋଇଥିଲେ। ଏହାପରେ ତୁରନ୍ତ ପୁଲିସ ଘଟଣାସ୍ଥଳରେ ହିଁ ଭୂପେନ୍ଦ୍ର ସିଂହଙ୍କୁ ଗିରଫ କରିଥିଲା। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

Advertisment

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଏହି ହତ୍ୟା ମାମଲାରେ ଭୂପେନ୍ଦ୍ରଙ୍କ ସମେତ ୪ ଜଣଙ୍କ ବିରୋଧରେ ପୁଲିସରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Bhupinder Singh Hindi Television Bollywood News