ଆଉ ଜଣେ ଜଣାଶୁଣା ଅଭିନେତାଙ୍କ ଜୀବନ ନେଇଗଲା ଜିମ୍‌

ମୁମ୍ବାଇ: ଟେଲିଭିଜନ ଜଗତରେ ପୁଣି ଜଣେ ଜଣାଣୁଣା ଚେହେରାଙ୍କୁ ଆଉ ଦେଖିବାକୁ ମିଳିବନି। ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି। ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ପଡ଼ିଯାଇ ପ୍ରାଣ ହରାଇଛନ୍ତି ସିଦ୍ଧାନ୍ତ ସୂର୍ଯ୍ୟବଂଶୀ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କର ୨ ଝିଅ ଓ ପତ୍ନୀ ଅଛନ୍ତି। ତାଙ୍କ ମୃତ୍ୟୁ ସମ୍ପର୍କରେ  ଅଭିନେତା ଜୟ ଭାନୁଶାଲି ସୋସିଆଲ୍ […]

er

  • Published: Friday, 11 November 2022
  • , Updated: 11 November 2022, 05:45 PM IST

ମୁମ୍ବାଇ: ଟେଲିଭିଜନ ଜଗତରେ ପୁଣି ଜଣେ ଜଣାଣୁଣା ଚେହେରାଙ୍କୁ ଆଉ ଦେଖିବାକୁ ମିଳିବନି। ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି। ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ପଡ଼ିଯାଇ ପ୍ରାଣ ହରାଇଛନ୍ତି ସିଦ୍ଧାନ୍ତ ସୂର୍ଯ୍ୟବଂଶୀ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କର ୨ ଝିଅ ଓ ପତ୍ନୀ ଅଛନ୍ତି। ତାଙ୍କ ମୃତ୍ୟୁ ସମ୍ପର୍କରେ  ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳିପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସିଦ୍ଧାନ୍ତ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସେ ସୂଚନା ଦେଇଛନ୍ତି। ଜିମରେ ବ୍ୟାୟାମ କରୁଥିବା ବଳେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସିଦ୍ଧାନ୍ତଙ୍କର ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆକୁ ଶକ୍ତ ଝଟ୍‌କା ଦେଇଛି।

ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ ସିଦ୍ଧାନ୍ତ। ପରେ ସେ ନାମ ପରିବର୍ତ୍ତନ କରିଥିଲେ। ଲୋକପ୍ରିୟ ଟିଭି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି ଭଳି ଶୋରେ ସେ କାମ କରିଥିଲେ। ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଛନ୍ତି। ତାଙ୍କ ପୂର୍ବରୁ ସିଦ୍ଧାନ୍ତ ମିଡିଆ କର୍ମଚାରୀ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପିତ୍ନୀଙ୍କର ଏକ ଝିଅ ଡିଜା ଥିବାବେଳେ, ପତ୍ନୀ ଆଲେସିଆଙ୍କର ପାଖରୁ  ପୁଅଟିଏ ଅଛି। ଟେଲିଭିଜନ୍ ଜଗତରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଚେହେରା ଥିଲେ।

ସେ ଅନେକ ହିଟ୍ ଟିଭି ଶୋ’ରେ କାମ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କ୍କୁସୁମ, କସୌଟି ଜିନ୍ଦେଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଆଦି ଅନ୍ୟତମ। କିଛି ଦିନ ପୂର୍ବରୁ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ମଧ୍ୟ ସମାନ ସ୍ଥିତିରେ ପରଲୋକ ଘଟିଥିଲା।  ସେ ମଧ୍ୟ ଜିମ୍ ସେଣ୍ଟରରେ କାମ କରୁ କରୁ ହୃଦଘାତରେ ଶିକାର ହୋଇ ପ୍ରାଣ ହରାଇଥିଲେ।

Related story