Advertisment

ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ

କୋଲକାତା: ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ବଙ୍ଗୀୟ ଫିଲ୍ମ ତଥା ଟେଲିଭିଜନ ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ରିପୋର୍ଟ ମୁତାବକ, ସୋନାଲି ଚକ୍ରବର୍ତ୍ତୀ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ବହୁଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ମଧ୍ୟ ଥିଲେ। ଆଜି […]

ଅଦ୍ୟତନ ହୋଇଛି
ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ

sonali-chakraborty

Advertisment

କୋଲକାତା: ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ବଙ୍ଗୀୟ ଫିଲ୍ମ ତଥା ଟେଲିଭିଜନ ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ କୋଲକାତାର ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା।

Advertisment

ରିପୋର୍ଟ ମୁତାବକ, ସୋନାଲି ଚକ୍ରବର୍ତ୍ତୀ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ବହୁଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ ମଧ୍ୟ ଥିଲେ। ଆଜି କୋଲକାତର କେୱଡାତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସୋନାଲି ଚକ୍ରବର୍ତ୍ତୀ ଅନେକ ବଙ୍ଗୀୟ ଟିଭି ସିରିଏଲ୍‌ରେ କାମ କରିଛନ୍ତି। ୨୦୦୨ରେ ରିଲିଜ ହୋଇଥିବା ଫିଲ୍ମ ‘ହାର ଜିତ’ରୁ ସେ ଲାଇମ ଲାଇଟ୍‌କୁ ଆସିଥିଲେ। ତେବେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଅଭିନେତ୍ରୀ କିଛି ଦିନ ହେବ ଫିଲ୍ମ ଓ ଟିଭି ଜଗତରୁ ଦୂରେଇ ଯାଇଥିଲେ।

Advertisment

ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ପେରିଥିଲେ। କିନ୍ତୁ ପୁଣି ଥରେ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି। ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe