Advertisment

ଆର ପାରିରେ ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ

ପପୁଲାର ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ ।

ଅଦ୍ୟତନ ହୋଇଛି
Vaibhavi Upadhyaya

Vaibhavi Upadhyaya

Advertisment

ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଶକ୍ତ ଝଟକା। ଆଉ ନାହାନ୍ତି ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟ । ଖୁବ୍‌ କମ୍‌ ବୟସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆର ପାରିକି ଚାଲି ଯାଇଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ । ଏହି ଖବର ସମଗ୍ର ଟିଭି ଜଗତକୁ ଦୋହଲାଇ ଦେଇଥିବା ବେଳେ ଫ୍ୟାନ୍ସ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି।

Advertisment

ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।

ପପୁଲାର ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ । ଏଥିସହ ତାଙ୍କର ଏକ ଭିଡିଓ ଶେଆର କରି ବୈଭବୀଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନି ବୋଲି ଉଲ୍ଲେଖ କରିଛନ୍ତି।

Advertisment

ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଜୀବନ ଏତେ ଅନିଶ୍ଚିତ ବୋଲି ବିଶ୍ୱାସ କରି ହେଉନି। ଜଣେ ଖୁବ୍‌ ଭଲ ଅଭିନେତ୍ରୀ ଓ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି।

ବୈଭବୀଙ୍କ ଭାଇ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ସେ ଭଉଣୀଙ୍କ ମୃତଦେହ ଧରି ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ସତ୍କାର କରାଯିବ ।

ବୈଭବୀ ଜଣେ ପପୁଲାର ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍‌ ପ୍ରସିଦ୍ଧି ଆଣି ଦେଇଥିଲା ଓ ଘରେ ଘରେ ପରିଚିତ କରାଇଥିଲା। ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। 

ଲଗାତର ଭାବେ ୨ ପପୁଲାର ଅଭିନେତା, ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି। 

Road Accident Himachal Pradesh Actress Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe