Advertisment

ନର୍ଗିସ୍‌ଙ୍କ ଖୁଲାସା, '୫ ବର୍ଷ ଧରି ଉଦୟଙ୍କୁ ଡେଟ୍‌ କରିଥିଲେ'

ମୁମ୍ବାଇ: ରକ୍‌ଷ୍ଟାର ଅଭିନେତ୍ରୀ ନର୍ଗିସ ଫକ୍‌ରୀ। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। ମହାମାରୀ କରୋନା ପରଠାରୁ ସେ ମୁମ୍ବାଇ ଛାଡି ୟୁଏସ୍‌ ଚାଲିଯାଇଛନ୍ତି। ସେ ସୋଶାଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ କିନ୍ତୁ ଟଚ୍‌ରେ ରହୁଛନ୍ତି। ସେ ନିକଟରେ ନିଜ ଲଭ୍‌ ଲାଇଫ୍‌କୁ ନେଇ କରିଛନ୍ତି ବଡ଼ ଖୁଲାସ। ଏହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ବିଗତ ଦିନରେ ଅଭିନେତା ଉଦୟ ଚୋପ୍ରା ଏବଂ ନର୍ଗିସ ପରସ୍ପରକୁ […]

ଅଦ୍ୟତନ ହୋଇଛି
ନର୍ଗିସ୍‌ଙ୍କ ଖୁଲାସା, '୫ ବର୍ଷ ଧରି ଉଦୟଙ୍କୁ ଡେଟ୍‌ କରିଥିଲେ'

Nargis

Advertisment

ମୁମ୍ବାଇ: ରକ୍‌ଷ୍ଟାର ଅଭିନେତ୍ରୀ ନର୍ଗିସ ଫକ୍‌ରୀ। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। ମହାମାରୀ କରୋନା ପରଠାରୁ ସେ ମୁମ୍ବାଇ ଛାଡି ୟୁଏସ୍‌ ଚାଲିଯାଇଛନ୍ତି। ସେ ସୋଶାଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ କିନ୍ତୁ ଟଚ୍‌ରେ ରହୁଛନ୍ତି। ସେ ନିକଟରେ ନିଜ ଲଭ୍‌ ଲାଇଫ୍‌କୁ ନେଇ କରିଛନ୍ତି ବଡ଼ ଖୁଲାସ। ଏହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା।

Advertisment

ବିଗତ ଦିନରେ ଅଭିନେତା ଉଦୟ ଚୋପ୍ରା ଏବଂ ନର୍ଗିସ ପରସ୍ପରକୁ ଡେଟ୍‌ କରୁଥିଲେ।  ତାଙ୍କ ଲଭ୍‌ଷ୍ଟୋରୀକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି ଦୁହେଁ ଲିଭ୍‌-ଇନ୍‌ରେ ରହୁଥିବା ନେଇ ମଧ୍ୟ ଖବର ଆସିଥିଲା।  କିନ୍ତୁ ଉଭୟ ଏହାକୁ ନେଇ କେବେ ଖୋଲାଖୋଲି ଭାବେ ସର୍ବ ସମ୍ମୁଖରେ କହିନଥିଲେ। ଏବେ କିନ୍ତୁ ନର୍ଗିସ ନିଜ ରିଲେସନ୍‌ସିପ୍‌କୁ ନେଇ ଖୁଲାସା କରିଛନ୍ତି। ସେ ଉଦୟଙ୍କୁ ଡେଟ୍‌ କରିଥିବା ନେଇ ସ୍ୱୀକାର କରିଛନ୍ତି।Udya chopra and nargis

ଏକ ସାକ୍ଷାତକାର୍‌ରେ ନର୍ଗିସ ୫ ବର୍ଷ ଧରି ଉଦୟଙ୍କ ସହ ରିଲେସନ୍‌ରେ ଥିବା ଏବଂ ତାଙ୍କୁ ଡେଟ୍‌ କରିଥିବା ନେଇ କହିଛନ୍ତି। 'ଉଦୟ ମୋ ଜୀବନର ଜଣେ ଭଲ ମଣିଷ। ସେ ମୋ ପାଇଁ ବେଶ୍‌ ଭଲ ଥିଲେ। ଆମେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲୁ। କିନ୍ତୁ ମୁଁ ଏହାକୁ କେବେବି ସର୍ବସମ୍ମୁଖକୁ ଆଣିନଥିଲି। କାରଣ ମୋତେ ଏଭଳି କରିବା ପାଇଁ କିଛି ଲୋକ ମନା କରିଥିଲେ। ହେଲେ ଏଭଳି କରିବା ବୋଧେ ଠିକ୍‌ ନଥିଲା ବୋଲି ନର୍ଗିସ କହିଛନ୍ତି।'

Advertisment

ନର୍ଗିସ ନିଜ ସମ୍ପର୍କକୁ ନେଇ ଆହୁରି କହିଛନ୍ତି, 'ଉଦୟ ଏବଂ ମୋ ସମ୍ପର୍କ ବିଷୟରେ ଚିତ୍କାର କରି କହିବାର ଥିଲା। ମୁଁ ଜଣେ ସବୁଠାରୁ ଭଲ ମଣିଷ ସହ ରିଲେସନ୍‌ସିପ୍‌ରେ ଥିଲି। ଇଣ୍ଟରନେଟ୍‌ ଏବଂ ସୋଶାଲ ମିଡିଆ ଅନେକ ଭୁଲ୍‌ ତଥ୍ୟ ଦେଉଛି। ଫଳରେ ବାହାରେ ଥିବା ଲୋକ ସତ କ'ଣ ଜାଣିପାରୁ ନାହାନ୍ତି।'Udya and nargis

ସୂଚନା ମୁତାବକ, ନର୍ଗିସ ଏବଂ ଉଦୟ ଚୋପ୍ରାଙ୍କ ଡେଟିଂ ଖବର ୨୦୧୪ରେ ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ଉଭୟ ଏହି ଖବରକୁ ଖଣ୍ଡନ କରିଥିଲେ। ବ୍ରେକ୍‌ଅପ୍‌ ପରେ ନର୍ଗିସ ମୁମ୍ବାଇ ଛାଡି ନ୍ୟୁୟର୍କ ପଳାଇଥିଲେ। ବ୍ରେକଅପ୍‌ ଯୋଗୁଁ ସେ ମୁମ୍ବାଇ ଛାଡି ଦେଇଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା।

୨୦୧୧ରେ ଫିଲ୍ମ 'ରକ୍‌ଷ୍ଟାର୍‌'ରୁ ନର୍ଗିସ ବଲିଉଡରେ ଡେବ୍ୟୁ କରିଥିଲେ। ମଦ୍ରାସ କାଫେ, ଫଟା ପୋଷ୍ଟର ନିକଲା ହିରୋ, ମେ ତେରା ହିରୋ, କିକ୍‌, ସ୍ପାଏ, ଅଜହର, ହାଉସଫୁଲ-୩, ଢ଼ିସୁମ୍‌, ବେଞ୍ଜୋ, ଅମାବସ ଏବଂ ତୋରବାଜରେ ନର୍ଗିସ କାମ କରିଛନ୍ତି।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe