Advertisment

ଜାହ୍ନବୀଙ୍କ 'ଉଲଝ' ରିଲିଜ୍; ଫିଲ୍ମ ଫ୍ଲପ୍ ନା ହିଟ୍?

'ଉଲଝ' ଟ୍ରେଲରକୁ ଜବରଦସ୍ତ ରେସ୍ପନ୍ସ ମିଳି ଥିବାବେଳେ ବର୍ତ୍ତମାନ ପ୍ରଥମ ଦିନ କଲେକ୍ସନ ରିପୋର୍ଟ ସାମ୍ନାକୁ ଆସିଛି।

Ulajh Artists

Ulajh Artists

Advertisment

ଫ୍ରାଇଡରେ ରିଲିଜ୍ ହୋଇଛି 'ଅରୋଁ ମେଁ କାହାଁ ଦମ୍ ଥା' ଏବଂ 'ଉଲଝ'। ପ୍ରଥମ ସିନେମାରେ ଅଜୟ ଦେବଗନ ଓ ତବୁ ଅଭିନୟ କରି ଥିବାବେଳେ 'ଉଲଝ'ରେ ଜଲୱା ଦେଖାଇଛନ୍ତି ଜାହ୍ନବୀ କପୁର। 'ଉଲଝ' ଟ୍ରେଲରକୁ ଜବରଦସ୍ତ ରେସ୍ପନ୍ସ ମିଳି ଥିବାବେଳେ ବର୍ତ୍ତମାନ ପ୍ରଥମ ଦିନ କଲେକ୍ସନ ରିପୋର୍ଟ ସାମ୍ନାକୁ ଆସିଛି। 

Advertisment

ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ ରିପୋର୍ଟ ଫିଲ୍ମ ନିର୍ମାତାମାନଙ୍କୁ ନିରାଶ କରିପାରେ। କାରଣ ଉଲଝ ପ୍ରଥମ ଦିନରେ 1.1 କୋଟି ଆୟ କରିଛି।ଉଲଝାକୁ ସଫଳ ହେବା ପାଇଁ 50ରୁ 55 କୋଟି ଟଙ୍କା ଆୟ କରିବାକୁ ପଡ଼ିବ। ସେ ଦୃଷ୍ଟିରୁ ପ୍ରଥମ ଦିନ ଆୟ ଖୁବ୍ କମ୍ ଥିବା ଚର୍ଚ୍ଚା ହେଉଛି।

ଯଦି ଚଳଚ୍ଚିତ୍ର କଥା କହିବା, ତେବେ ଉଲଝରେ ଜାହ୍ନବୀ କପୁରଙ୍କ ବ୍ୟତୀତ ଗୁଲଶନ ଦେବୟା ଏବଂ ରୋଶନ ମାଥ୍ୟୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ଏହି ସିନେମାନେ ଜାହ୍ନବି କପୁରଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳୁଛି। ସୁଦର୍ଶନ ସରିୟା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବିନୀତ ଜୈନ ଏହାର ପ୍ରଯୋଜକ।

Advertisment

ସେପଟେ ଅଜୟ ଦେବଗନ ଓ ତବୁଙ୍କ ଅଭିନୀତ ସିନେମା ମଧ୍ୟ ବିଶେଷ ଆୟ କରିପାରି ନାହିଁ। 'ଅରୋଁ ମେଁ କାହାଁ ଦମ୍ ଥା' ପ୍ରଥମ ଦିନରେ 2 କୋଟି ଆୟ କରିଛି। ଏହା ଉଲଝଠାରୁ ସାମାନ୍ୟ ଉପରେ ଥିବା Sacnilk ରିପୋର୍ଟରୁ ଜଣାପଡିଛି। 

Ulajh Box Office Collection Janhvi Kapoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe