ପୁଣି ଚର୍ଚ୍ଚାରେ ଉର୍ଫି, ପିନ୍ଧିଲେ ଅଖା

ମୁମ୍ବାଇ: ସୋଶାଲ ମିଡିଆ ସେନ୍‌ସେସନ ଉର୍ଫି ଜାଭେଦ। ପ୍ରାୟତଃ ସେ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ଖୁବ ଟ୍ରୋଲ ମଧ୍ୟ ହୁଅନ୍ତି। ଏବେ ପୁଣିଥରେ ନିଜ ଅତରଙ୍ଗି ଡ୍ରେସକୁ ନେଇ ସେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେପ୍ଟିପିନ୍‌ ଠାରୁ ଆରମ୍ଭ କରି ଉର୍ଫି କାଚ, କର୍ଟନ୍‌, ଡୋର ସ୍କ୍ରିନ ଯାଏଁ ଡ୍ରେସ ପିନ୍ଧିଥିଲେ। ହେଲେ ଏଥର ସେ ଫ୍ୟାଶନ୍‌ର ସବୁ ସୀମା ପାର୍‌ କରି ଦେଇଛନ୍ତି। ସେ ଅଖାରୁ ତିଆରି କରି […]

Urfi

Madhupriya Mistry
  • Published: Saturday, 04 June 2022
  • , Updated: 04 June 2022, 04:58 PM IST

ମୁମ୍ବାଇ: ସୋଶାଲ ମିଡିଆ ସେନ୍‌ସେସନ ଉର୍ଫି ଜାଭେଦ। ପ୍ରାୟତଃ ସେ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ଖୁବ ଟ୍ରୋଲ ମଧ୍ୟ ହୁଅନ୍ତି। ଏବେ ପୁଣିଥରେ ନିଜ ଅତରଙ୍ଗି ଡ୍ରେସକୁ ନେଇ ସେ ଚର୍ଚ୍ଚା ପରିସରକୁ ଆସିଛନ୍ତି।

ସେପ୍ଟିପିନ୍‌ ଠାରୁ ଆରମ୍ଭ କରି ଉର୍ଫି କାଚ, କର୍ଟନ୍‌, ଡୋର ସ୍କ୍ରିନ ଯାଏଁ ଡ୍ରେସ ପିନ୍ଧିଥିଲେ। ହେଲେ ଏଥର ସେ ଫ୍ୟାଶନ୍‌ର ସବୁ ସୀମା ପାର୍‌ କରି ଦେଇଛନ୍ତି। ସେ ଅଖାରୁ ତିଆରି କରି ଡ୍ରେସ ପିନ୍ଧିଛନ୍ତି। ଗ୍ରୀଷ୍ମ ଋତୁରେ ଉର୍ଫି ଗରମରୁ ରକ୍ଷା ପାଇବା ପାଇଁ ସେ ଏହି ଉପାୟ ଆପଣାଇଛନ୍ତି।

ଏଥର ଉର୍ଫି ଅଖାକୁ ଡ୍ରେସ୍‌ ରୂପେ ପ୍ରସ୍ତୁତ କରିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ଏହି ଲୁକ କିଛି ମିନିଟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଅଖା କାଟି ଏକ ସ୍ଲିଟ୍ ମିନି ସ୍କର୍ଟ ଏବଂ ଫସଲ ଟପ୍ ତିଆରି କରିଛନ୍ତି। ଏହି ପୋଷକ ସହିତ ହାଇ ହିଲ୍ ଏବଂ ନ୍ୟୁଡ୍‌ ମେକ ଓଭର କରିଛନ୍ତି।

ଲଗାତର ସୋଶାଲ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ଉର୍ଫି ଅତରଙ୍ଗୀ ଡ୍ରେସ୍‌ ପିନ୍ଧନ୍ତି। ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ସୋଶାଲ ମିଡିଆ ୟୁଜର୍ସ ତାଙ୍କୁ ବାରମ୍ବାର ଟ୍ରୋଲ ମଧ୍ୟ କରନ୍ତି।

 

View this post on Instagram

 

A post shared by Uorfi (@urf7i)

Related story