ବିଗିଡିଲା ଉର୍ଫିଙ୍କ ଚେହେରା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାବେଦ। ସର୍ବଦା ନିଜ ବୋଲ୍ଡ ଡ୍ରେସ୍‌ ଆଉ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏକ୍ସପାଏରୀ ତେଲ ଖାଇବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସେ ନିଜେ ସୋଶାଲ ମିଡିଆର ଜରିଆରେ ସୂଚନା ଦେଇଛନ୍ତି। ଉର୍ଫି ସର୍ବଦା ନିଜ ଅଜବଗଜବ ଡ୍ରେସକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ଉର୍ଫି ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିବା ଏକ ଷ୍ଟୋରିକୁ ନେଇ ଚର୍ଚ୍ଚାକୁ […]

Urfi javed

Madhupriya Mistry
  • Published: Saturday, 28 May 2022
  • , Updated: 28 May 2022, 11:40 AM IST

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାବେଦ। ସର୍ବଦା ନିଜ ବୋଲ୍ଡ ଡ୍ରେସ୍‌ ଆଉ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏକ୍ସପାଏରୀ ତେଲ ଖାଇବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସେ ନିଜେ ସୋଶାଲ ମିଡିଆର ଜରିଆରେ ସୂଚନା ଦେଇଛନ୍ତି।

ଉର୍ଫି ସର୍ବଦା ନିଜ ଅଜବଗଜବ ଡ୍ରେସକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ଉର୍ଫି ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଥିବା ଏକ ଷ୍ଟୋରିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରକୃତରେ ଇନ୍‌ଷ୍ଟାଗ୍ରାମରେ ଉର୍ଫି ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କ ମୁହଁ ବିଗିଡି ଯାଇଛିଥିବା ଦେଖିବାକୁ ମିଳିଛି। ତାଙ୍କ ଚେହେରା ଓ ଆଖି ଫୁଲି ଯାଇଛି। ଏଥିସହ ସେ ହସ୍ପିଟାଲ ବେଡ୍‌ରେ ଶୋଇଥିବା ନଜର ଆସିଛନ୍ତି।

ଉର୍ଫିଙ୍କ ଏଭଳି ଫଟୋକୁ ଦେଖି ୟୁଜର୍ସ ଓ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ଉର୍ଫିଙ୍କ ଏଭଳି ଅବସ୍ଥା କିଏ କଲା ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ଉର୍ଫି ଏକ୍ସପାଏରୀ ଅଲିଭ ଅଏଲ ଖାଇବା ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ନେଇ ଖୁଲାସା କରିଛନ୍ତି।

ସେ ଅନ୍‌ଲାଇନ୍‌ ସପିଂ ପୋର୍ଟାଲ ଅମାଜନରୁ 'Jivo'ର ଏକ ଅଲିଭ୍‌ ଅଏଲ୍‌ ମଗାଇଥିଲେ। ଏହି ତେଲରେ ପ୍ରଥମେ ସେ ମଟର୍‌ ପନିର ରୋଷେଇ କରିଥିଲେ। ତାଙ୍କ ସହ ତାଙ୍କର ପୂରା କର୍ମଚାରୀମାନେ ମଧ୍ୟ ଏହି ତେଲରେ ତିଆରି ଖାଦ୍ୟ ଖାଇଥିଲେ। ପନିର ଖାଇବା ପରେ ଉର୍ଫିଙ୍କ ଆଖି ହଠାତ୍‌ ଫୁଲି ଯାଇଥିଲା।

 

ପ୍ରଥମେ ଉର୍ଫିଙ୍କୁ ଲାଗିଲା ଯେ, ଅଲିଭ୍‌ ଅଏଲ୍‌ ଖାଇବା ଦ୍ୱାରା ଏଭଳି ହୋଇନଥାଇପାରେ। ଏଥିପାଇଁ ସେ ପୁଣି ଥରେ ସେହି ଅଲିଭ୍‌ ଅଏଲ୍‌ରେ ମାଛ ରୋଷେଇ କରି ଖାଇଥିଲେ। ଏହାପରେ ଉର୍ଫିଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଅଧିକ ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା।

ଉର୍ଫିଙ୍କ କହିବା ମୁତାବକ, ଅନ୍‌ଲାଇନ୍‌ରୁ ମଗାଇଥିବା ଉକ୍ତ ଅଲିଭ ଅଏଲ୍‌ ଏକ୍ସପାଏରୀ ହୋଇଯାଇଥିଲା। ଏଥିପାଇଁ ଏହାକୁ ଖାଇବା ପରେ ଯାହା ତାଙ୍କ ସହ ଘଟିଥିଲା, ସମାନ ଘଟଣା ୬ରୁ ୭ ଜଣଙ୍କ ସହ ମଧ୍ୟ ଘଟିଥିଲା। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡି ଯାଇଥିଲା।

ଉର୍ଫି ଏଭଳି ଅଭିଯୋଗ ଆଣିବା ପରେ ଏବେ ଆମାଜାନ କ'ଣ ଆକ୍ସନ ନେଉଛି ତାହା ଦେଖିବାକୁ ବାକି ରହିଛିଲା। ସେପଟେ ଉର୍ଫିଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍‌ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଅନ୍‌ଲାଇନ୍‌ରୁ ମଗାଉଥିବା ଜିନିଷର ଏକ୍ସପାଏରୀ ତାରିଖ ଉପରେ ଧ୍ୟାନ ଦେବା ପାଇଁ ସେମାନେ ଉର୍ଫିଙ୍କୁ ପରାମର୍ଶ ଦେଇଛନ୍ତି।

Related story