Advertisment

ଉର୍ଫିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିବାକୁ ଧମକ

ଅଦ୍ଭୁତ ଡ୍ରେସିଂ ଷ୍ଟାଇଲ୍‌ ଓ ଲୁକ୍‌କୁ ନେଇ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହୁଥିବା ଉର୍ଫିଙ୍କୁ କିଛି ଲୋକେ ବିରୋଧ କରିଛନ୍ତି।

ଅଦ୍ୟତନ ହୋଇଛି
Urfi Javed

Urfi Javed

Advertisment

ବି-ଟାଉନର ଚର୍ଚ୍ଚିତ ଅଭିନେତ୍ରୀ ଉର୍ଫି ଜାବେଦ। ସେ ସର୍ବଦା ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଲାଇମ୍‌ ଲାଇଟ୍‌ରେ ରହିବା ପାଇଁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ ଅପଣାଇଥାନ୍ତି। ଏବେ ତାଙ୍କୁ ଏଭଳି କରିବା ମହଙ୍ଗା ପଡିଛି। ତାଙ୍କ ଅଦ୍ଭୁତ ଡ୍ରେସିଂ ଷ୍ଟାଇଲ୍‌ ଓ ଲୁକ୍‌କୁ ନେଇ ଅନେକ ଲୋକେ ତାଙ୍କୁ ପସନ୍ଦ କରୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। ଏପରିକି ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ମିଳିଛି।

Advertisment

ଫ୍ୟାଶନ କୁଇନ୍ ତଥା ସୋଶାଲ ମିଡିଆ ସେନ୍‌ସେସନ୍‌ ଉର୍ଫି ଜାବେଦଙ୍କ ନିକଟରେ ଏକ ଲୁକ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ସେ ବଲିଉଡ ଫିଲ୍ମ 'ଭୁଲ ଭୁଲୟା'ରେ ରାଜପାଲ ଯାଦବଙ୍କ ଲୁକ୍‌କୁ ରି-କ୍ରିଏଟ୍ କରିଛନ୍ତି। କାନରେ ଧୂପକାଠି ଖୁଞ୍ଚିବା ସହ ଗେରୁଆ ରଙ୍ଗର ପୋଷାକ ଓ ହଳଦିଆ ରଙ୍ଗର ଧୋତି ପିନ୍ଧିଛନ୍ତି। କେବଳ ସେତିକି ନୁହେଁ ବେକରେ ଗେଣ୍ଡୁ ମାଳ ପକାଇ ସେ ପଣ୍ଡିତ ସାଜିଛନ୍ତି।

ତେବେ ଉର୍ଫିଙ୍କ ଏହି ପଣ୍ଡିତ ଲୁକ୍ ଦେଖି କିଛି ଲୋକେ ଧାର୍ମିକ ଭାବନାକୁ ସେ ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି। ଏଥିସହ ଉର୍ଫିଙ୍କ ଏହି ପଣ୍ଡିତ ଲୁକ୍‌ ଭାଇରାଲ ହେବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ କିଛି ୟୁଜର୍ସ ଧମକ ଦେଇଛନ୍ତି। ଖୁବଶୀଘ୍ର ଭିଡିଓ ଡିଲିଟ କରିବାକୁ ତାଙ୍କୁ କୁହାଯାଇଛି। ଏଭଳି ନକଲେ ତାଙ୍କୁ ହତ୍ୟା କରିବାକୁ ଇ-ମେଲ ଜରିଆରେ ଧମକ ମିଳିଛି। ସେହିପରି ଆଉ ଏକ ଇ-ମେଲ ଜରିଆରେ ରୂପେଶ କୁମାର ନମକ ଜଣେ ବ୍ୟକ୍ତି ତାଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିବାକୁ ଧମକ ଦେଇଥିବା ଉର୍ଫି ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୁଲିସରେ ମାମଲା ରୁଜୁ କରିଛନ୍ତି।

Advertisment
Urfi Javed Halloween Lookଅଭିନେତା ରାଜପାଲ ଯାଦବଙ୍କ ଲୁକ୍‌କୁ ରି-କ୍ରିଏଟ୍ କରିଛନ୍ତି ଉର୍ଫି ଜାବେଦ।

ଉର୍ଫିଙ୍କୁ ଏଭଳି ହତ୍ୟା ଧମକ ମିଳିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ପୋଷାକ ପିନ୍ଧା ଷ୍ଟାଇଲ୍‌କୁ ବିରୋଧ କରି ତାଙ୍କୁ ଅନେକ ହତ୍ୟା କରିବାକୁ ଧମକ ଦେଇସାରିଛନ୍ତି। କେବଳ ସେତିକି ନୁହେଁ ଦୁଷ୍କର୍ମ ଧମକ ମଧ୍ୟ ତାଙ୍କୁ ମିଳିଛି।

Urfi Javed Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe