Advertisment

ଭାଙ୍ଗିଲା ବିବାହ, ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ ଉର୍ମିଲା!

୮ ବର୍ଷର ବିବାହ ପରେ ଉର୍ମିଲା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି।

author-image
Madhupriya Mistry
urmila-matondkar husband-mohsin-akhtar-mir

urmila-matondkar husband-mohsin-akhtar-mir

ବି-ଟାଉନରେ ଭାଙ୍ଗିଲା ଆଉ ଏକ ବିବାହ। ସ୍ୱାମୀ ଠାରୁ ଅଲଗା ହେବେ ଆଉ ଜଣେ ଅଭିନେତ୍ରୀ। ଛାଡପତ୍ର ନେବେ ବଲିଉଡର ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡକର। ନିଜର ୮ ବର୍ଷର ବିବାହରେ ପକାଇବେ ପୂର୍ଣ୍ଣଛେଦ। ଏଭଳି କିଛି ଚର୍ଚ୍ଚା ଏବେ ଜୋର୍‌ ଧରିଛି।

Advertisment

୮ ବର୍ଷର ବିବାହ ପରେ ଉର୍ମିଲା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ସେ ତାଙ୍କୁ ଛାଡପତ୍ର ଦେବେ। ଚର୍ଚ୍ଚା ହେଉଛି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଏଥିପାଇଁ ଉର୍ମିଲା ଛାଡ଼ପତ୍ର ମାମଲା ଦାୟର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏନେଇ ଅଭିନେତ୍ରୀଙ୍କ ଠାରୁ କୌଣସି ବୟାନ ସାମ୍ନାକୁ ଅସିନାହିଁ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉର୍ମିଲା ଏବଂ ମୋହସିନ୍ ଦୀର୍ଘ ଦିନ ହେବ ଆଉ ଏକାଠି ରହୁ ନାହାଁନ୍ତି। ଏବେ ଉର୍ମିଲା ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ।

Advertisment

କହିବାକୁ ଗଲେ ଉର୍ମିଲା ଏବଂ ମୋହସିନ୍‌ଙ୍କ ମଧ୍ୟରେ ୧୦ ବର୍ଷର ବୟସ ପାର୍ଥକ୍ୟ ଅଛି । ଦୁହେଁ ୪ ଫେବୃଆରୀ ୨୦୧୬ ମସିହାରେ ବିବାହ କରିଥିଲେ। ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଯୋଗୁ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ସେତେବେଳେ ଉର୍ମିଲାଙ୍କ ବିବାହ ବେଶ୍‌ ଚର୍ଚ୍ଚାରେ ଥିଲା। କାରଣ ୪୨ ବର୍ଷ ବୟସରେ ସେ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ଏପରିକି ଧର୍ମ ମଧ୍ୟ ଅଲଗା ଅଲଗା ଥିଲା।

୨୦୧୪ରେ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଭଣଜାଙ୍କ ବିବାହରେ ଉର୍ମିଲାଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଦୁହେଁ ପ୍ରେମରେ ପଡିଥିଲେ । ଏହା ପରେ ଦୁହେଁ ଅମୃତସରର ସ୍ଵର୍ଣ୍ଣ ମନ୍ଦିରକୁ ଯାଇ ବିବାହ କରିଥିଲେ।

ବ୍ୟବସାୟୀ ତଥା ମଡେଲ ମୋହସିନ୍ କଶ୍ମୀରର ବାସିନ୍ଦା ଅଟନ୍ତି। ୨୧ ବର୍ଷ ବୟସରେ ସେ କଶ୍ମୀରୁ ମୁମ୍ବାଇ ଆସିଥିଲେ। ପ୍ରଥମେ ମେଡଲିଂ ଓ ପରେ ୨୦୦୯ରେ ଫିଲ୍ମ 'ଇଟ୍‌ସ ଏ ମେନ୍ସ ଓ୍ୱାର୍ଲ୍ଡ'ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ 'ଲକ୍‌ ବାଏ ଚାନ୍ସ', 'ମୁମ୍ବାଇ ମସ୍ତ କଲନ୍ଦର' ଓ 'ବିଏ ପାସ୍‌' ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା।

Bollywood Urmila Matondkar Mohsin Akhtar Mir Urmila Matondkar Files For Divorce