Advertisment

ଭାରତ-ପାକ୍‌ ମ୍ୟାଚ୍‌ ବେଳେ ହଜିଗଲା ଉର୍ବଶୀଙ୍କ ସୁନାର ଆଇଫୋନ୍‌

ମ୍ୟାଚ୍‌ ଦେଖିବାକୁ ଯାଇଥିବା ସମସ୍ତ ଲୋକଙ୍କୁ ତାଙ୍କ ଫୋନ୍‌ ଖୋଜି ଆଣି ଦେବାକୁ ଗୁହାରୀ କରିଛନ୍ତି ଉର୍ବଶୀ।

Urvashi Rautela

Urvashi Rautela

Advertisment

ବଲିଉଡ ବ୍ୟୁଟି ଉର୍ବଶୀ ରାଉତେଲା। ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ତାଙ୍କ ସହ ଘଟିଛି ଦୁର୍ଘଟଣା। ହଜି ଯାଇଛି ତାଙ୍କ ସୁନାର ଆଇଫୋନ୍। ୨୪ କ୍ୟାରେଟ୍‌ ସୁନାର ଏହି ଆଇଫୋନ୍ ହଜିବା ପରେ ସେ ଏବେ ଚିନ୍ତାରେ ପଡିଛନ୍ତି।

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ଉର୍ବଶୀ ରାଉତେଲା। ଏହି ସମୟରେ ଷ୍ଟାଡିୟମ ଭିତରେ ଖଚାଖଚ ଭିଡରେ ତାଙ୍କ ସୁନାର ଆଇ ଫୋନ୍‌ଟି ହଜି ଯାଇଛି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ମ୍ୟାଚ୍‌ ଦେଖିବାକୁ ଯାଇଥିବା ସମସ୍ତ ଲୋକଙ୍କୁ ତାଙ୍କ ଫୋନ୍‌ ଖୋଜି ଆଣି ଦେବାକୁ ଗୁହାରୀ କରିଛନ୍ତି।

ଫୋନ୍‌ରେ ଖାଣ୍ଟି ସୁନା ଲାଗିଥିବା ବୋଲି ଉର୍ବଶୀ କହିଛନ୍ତି। ଫୋନ୍ ମିଳିବା ପରେ ତାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ କହିଛନ୍ତି ଅଭିନେତ୍ରୀ। ଏହି ଟ୍ୱିଟ୍‌କୁ ଉର୍ବଶୀ ଅହମ୍ମଦାବାଦ ପୁଲିସକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଉର୍ବଶୀଙ୍କ ଏହି ଟ୍ୱିଟ୍‌ରେ ଅହମ୍ମଦାବାଦ ପୁଲିସ ମଧ୍ୟ କମେଣ୍ଟ କରିଛି। ନିଜ ଆଡୁ ଏକ ମାମଲା ରୁଜୁ କରି ମୋବାଇଲ୍‌ ସହ ଜଡିତ ସମସ୍ତ ତଥ୍ୟ ସେ ଉର୍ବଶୀଙ୍କୁ ମାଗିଛି। ଉର୍ବଶୀଙ୍କ ଫୋନ୍ ହଜିବା ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ କିଛି ୟୁଜର୍ସ ଦୁଃଖ ପ୍ରକାଶ କରିଥିବା ବେଳେ ଆଉ କିଛି ତାଙ୍କୁ ପରିହାସ କରିଛନ୍ତି।

Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରୁ ଉର୍ବଶୀ ଏକ ଭିଡିଓ ସେୟାର୍ କରିଥିଲେ। ଭାରତ ବିଜୟ ଆଡକୁ ଗତି କରୁଥିବା ଦେଖି ସେ ବେଶ୍ ଖୁସି ହୋଇଥିଲେ। କିନ୍ତୁ ଏହା ପରେ ତାଙ୍କ ମୋବାଇଲ ହଜି ଯାଇଥିଲା।

Urvashi Rautela Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe