Advertisment

୩ କୋଟି ଟଙ୍କାର ମାସ୍କ ପିନ୍ଧିଲେ ଉର୍ବଶୀ

ମୁମ୍ବାଇ: ମହାମାରୀ କରୋନା ଠାରୁ ବଞ୍ଚିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ମାସ୍କ। ସରକାର ମଧ୍ୟ ମାସ୍କ ପିନ୍ଧିବା ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ଏହି ନିୟମ ପାଳନ କରିବାକୁ ଯାଇ ବଲିଉଡର ଜଣେ ଅଭିନେତ୍ରୀ ପିନ୍ଧିଛନ୍ତି ସବୁଠାରୁ ଦାମୀ ମାସ୍କ। ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ସର୍ବଦା ନିଜ ଫ୍ୟାଶନ୍‌ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁନ୍ତି। ଏହାରି ଭିତରେ ଅଭିନେତ୍ରୀଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହୀରା ଜଡିତ ଫେସ୍‌ ମାସ୍କ […]

ଅଦ୍ୟତନ ହୋଇଛି
୩ କୋଟି ଟଙ୍କାର ମାସ୍କ ପିନ୍ଧିଲେ ଉର୍ବଶୀ

Urvashi Rautela

Advertisment

ମୁମ୍ବାଇ: ମହାମାରୀ କରୋନା ଠାରୁ ବଞ୍ଚିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ମାସ୍କ। ସରକାର ମଧ୍ୟ ମାସ୍କ ପିନ୍ଧିବା ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ଏହି ନିୟମ ପାଳନ କରିବାକୁ ଯାଇ ବଲିଉଡର ଜଣେ ଅଭିନେତ୍ରୀ ପିନ୍ଧିଛନ୍ତି ସବୁଠାରୁ ଦାମୀ ମାସ୍କ।

Advertisment

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ସର୍ବଦା ନିଜ ଫ୍ୟାଶନ୍‌ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁନ୍ତି। ଏହାରି ଭିତରେ ଅଭିନେତ୍ରୀଙ୍କ ଏକ ପୋଷ୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହୀରା ଜଡିତ ଫେସ୍‌ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଏହି ନୂଆ ରୂପ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି।  ପ୍ରଶଂସକଙ୍କୁ ତାଙ୍କର ଏହି ରୂପ ବେଶ୍‌ ପସନ୍ଦ ମଧ୍ୟ ଆସୁଛି।

ଏକ ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଶୁଟିଂ ସମୟରେ ଉର୍ବଶୀ ୩ କୋଟି ଟଙ୍କାର ହୀରା ଜଡିତ ମାସ୍କ ପିନ୍ଧିଥିଲେ। ଏହି ମାସ୍କ ପିନ୍ଧିଥିବା ବେଳର ଏକ ଭିଡିଓକୁ ଉର୍ବଶୀ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରିଥିଲେ। ଏହି ଭିଡିଓକୁ ସେଆର କରି କ୍ୟପସନ୍‌ରେ ଲେଖିଛନ୍ତି, ``ତାଙ୍କର ଏହି ମାସ୍କ ବେଶ୍‌ ଓଜନଦାର ଥିଲା। ଇଣ୍ଟରନ୍ୟାସନାଲ ବ୍ରାଣ୍ଡର ଶୁଟିଂ ବେଳେ ସେ ମନଭରି ଉପଭୋଗ କରିଥିଲେ। ଏତେ ଗୁଡିଏ ହୀରାକୁ ଏକା ସାଙ୍ଗରେ ସେ ତାଙ୍କ ଜୀବନ କାଳରେ କେବେ ଦେଖିନଥିଲେ।''

Advertisment

ସୂଚନାଯୋଗ୍ୟ ଯେ, ଖୁବ୍‌ଶୀଘ୍ର ଉର୍ବଶୀଙ୍କୁ ଏକ ତାମିଲ ଫିଲ୍ମ `ବ୍ଲାକ ରୋଜ'ରେ ଦେଖିବାକୁ ମିଳିବ। ଫେଶନେବୁଲ ଦେଖାଯିବା ଏବଂ ନିଜ ଲୁକ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ଉର୍ବଶୀଙ୍କୁ ବେଶ୍‌ ପସନ୍ଦ। ସେ ଯେଉଁଠିକୁ ବି ଯାଆନ୍ତି ନିଜ ସୁନ୍ଦରତା ଏବଂ ଗ୍ଲାମରସ ଲୁକ୍‌ ଯୋଗୁଁ ସମସ୍ତଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କର ଗୋଟିଏ ଝଲକ୍‌ ପାଇବା ପାଇଁ ପ୍ରଶଂସକମାନେ ମଧ୍ୟ ପାଗଳ ହୋଇଯା'ନ୍ତି। ଦାମୀ ଆଉଟ୍‌ ଫିଟ୍‌ ଏବଂ ଜୁଏଲାରୀ ଯୋଗୁଁ ଉର୍ବଶୀ ସର୍ବଦା ଚର୍ଚ୍ଚାରେ ମଧ୍ୟ ରୁହନ୍ତି।

Mask Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe