Advertisment

ଲୋକପ୍ରିୟ ଗାୟିକା ଊଷା ଉଥୁପଙ୍କ ସ୍ୱାମୀଙ୍କ ପରଲୋକ

ଆଖି ବୁଜିଲେ ଇଣ୍ଡିଆନ୍‌ ପପ୍‌ ଆଇକନ୍‌ ତଥା ଲୋକପ୍ରିୟ ଗାୟିକା ଊଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

author-image
Niharika Rout
usha-uthup & husband

usha-uthup & husband

ଆଖି ବୁଜିଲେ ଇଣ୍ଡିଆନ୍‌ ପପ୍‌ ଆଇକନ୍‌ ତଥା ଲୋକପ୍ରିୟ ଗାୟିକା ଊଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।

Advertisment

ଜାନି ଚାକୋ ଊଷାଙ୍କ ଦ୍ୱିତୀୟ ସ୍ୱାମୀ ବୋଲି ଜଣାଯାଇଛି। ଗତକାଲି ସେ କୋଲକତାସ୍ଥିତ ଘରେ ଟିଭି ଦେଖୁଥିବା ବେଳେ ଅସ୍ୱସ୍ତିକର ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେ ବୋଲି ଜଣାଯାଇଛି।

ଊଷା ଭାରତୀୟ ସଙ୍ଗୀତ ଜଗତର ଜଣେ ସୁନାମଧନ୍ୟ ଗାୟିକା ହୋଇଥିବା ବେଳେ ଇଣ୍ଡିଆନ୍‌ ପପ୍‌ ଆଇକନ୍‌ ଭାବେ ସେ ବେଶ୍‌ ଲୋକପ୍ରିୟ। ବର୍ଷୀୟାନ ଅଭିନେତା ଦେବାନନ୍ଦ ଉଷାଙ୍କ ପ୍ରତିଭାକୁ ଚିହ୍ନି ପାରି ତାଙ୍କୁ ବଲିଉଡକୁ ଆଣିଥିଲେ।

Advertisment

୧୯୭୧ ମସିହାରେ ସେ ବଲିଉଡ ଡେବ୍ୟୁ କରି ’ହରେ ରାମ ହରେ କୃଷ୍ଣା’ ଗୀତ ଗାଇଥିବା ବେଳେ ଏହା ସମଗ୍ର ଦେଶରେ ଚହଳ ପକାଇଥିଲା। ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିବା ଊଷା ସଙ୍ଗୀତ କ୍ଷେତ୍ରରେ ପାରଦର୍ଶୀତା ପାଇଁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି।

ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ପରେ ଊଷା ଜାନିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଜାନି ଚା’ ବଗିଚା ବ୍ୟବସାୟ ସହ ଜଡ଼ିତ ଥିଲେ। ପ୍ରଥମ ଦେଖାରେ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିବା ବେଳେ ଏହାପରେ ସେମାନେ ଜୀବନସାଥୀ ପାଲଟି ଯାଇଥିଲେ। ଉଭୟଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।

Hearth Attack Cardiac Arrest