ଗିରଫ ହେଲେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ

ମୁମ୍ବାଇ: ଗିରଫ ହେଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି । ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ଆଜି ଏନ୍‌ସିବି ଗିରଫ କରିଛି । ତାଙ୍କ ନାଁରେ ଡ୍ରଗ୍ସ ଯୋଗାଉଥିବା ନେଇ ଅଭିଯୋଗ ରହିଛି । ସୂଚନା ଅନୁଯାୟୀ, ଏନସିବି ଟିମ୍ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଡ୍ରଗ୍ ମାମଲାରେ ଏନସିବି ସିଦ୍ଧାର୍ଥଙ୍କୁ ଅନେକ ଥର ପ୍ରଶ୍ନ କରିଥିଲା କିନ୍ତୁ ତାଙ୍କୁ […]

Sushant Singh Rajout Sidharth Pithani

Madhupriya Mistry
  • Published: Friday, 28 May 2021
  • , Updated: 16 June 2021, 02:50 PM IST

ମୁମ୍ବାଇ: ଗିରଫ ହେଲେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି । ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ଆଜି ଏନ୍‌ସିବି ଗିରଫ କରିଛି । ତାଙ୍କ ନାଁରେ ଡ୍ରଗ୍ସ ଯୋଗାଉଥିବା ନେଇ ଅଭିଯୋଗ ରହିଛି ।

ସୂଚନା ଅନୁଯାୟୀ, ଏନସିବି ଟିମ୍ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଡ୍ରଗ୍ ମାମଲାରେ ଏନସିବି ସିଦ୍ଧାର୍ଥଙ୍କୁ ଅନେକ ଥର ପ୍ରଶ୍ନ କରିଥିଲା କିନ୍ତୁ ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଯେଉଁଥିପାଇଁ ତାଙ୍କୁ ଆଜି ଗିରଫ କରାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଥିଲା। ଯେଉଁଥିରେ ସିଦ୍ଧାର୍ଥ ପିଠାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । କୁହାଯାଇଥିଲା ଯେ ସିଦ୍ଧାର୍ଥ ପିଠାନି ପ୍ରଥମେ ସୁଶାନ୍ତଙ୍କ ଶରୀରକୁ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ଏହା ପରେ ସେ ପୁଲିସକୁ ସୂଚନା ଦେଇଥିଲେ।

ନିକଟରେ ସିଦ୍ଧାର୍ଥ ପିଠାନିଙ୍କ ଏନଗେଜମେଣ୍ଟ ହୋଇଥିଲା। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।

ସୂଚନା ମୁତାବକ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା। କେସର ଅନୁସନ୍ଧାନରୁ ଡ୍ରଗ୍ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ଅନେକ ବି-ଟାଉନ୍ ସେଲିବ୍ରେଟିଙ୍କ ନାମ ପ୍ରକାଶ ପାଇଥିଲା। ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି। ସିଦ୍ଧାର୍ଥ ପିଠାନି ର୍ଡଗ୍ସ ଯୋଗାଉଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନା ମୁତାବକ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଉ କିଛି ଦିନ ଗଲେ ବର୍ଷେ ପୂରିବ। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏଁ ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ ସେହି ରହସ୍ୟ ଉପରୁ ପରଦା ଉଠିପାରି ନାହିଁ

 

Related story