Advertisment

ଆଉ ନାହାନ୍ତି ଉତ୍ତରା ବାବକର, ୭୯ ବର୍ଷରେ ପରଲୋକ

ଦୀର୍ଘ ବର୍ଷ ହେଲା ବୟସାଧୀକ ହେତୁ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଉତ୍ତରା ବାବକର ପୁଣେର ଏକ ଘରୋଇ ହସ୍ପିଟାଲରେ ଗତ ମଙ୍ଗଳବାର ଆଖି ବୁଜିଛନ୍ତି। ବୁଧବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

author-image
Niharika Rout
uttara_baokar

Uttara Baokar

ଟିଭି ତଥା ଫିଲ୍ମ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଉତ୍ତରା ବାବକର ଆଉ ନାହାନ୍ତି। ଦୀର୍ଘ ବର୍ଷ ହେଲା ବୟସାଧୀକ ହେତୁ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଉତ୍ତରା ବାବକର ପୁଣେର ଏକ ଘରୋଇ ହସ୍ପିଟାଲରେ ଗତ ମଙ୍ଗଳବାର ଆଖି ବୁଜିଛନ୍ତି। ବୁଧବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

Advertisment

ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟ ଶିଖିଥିବା ଉତ୍ତରା ବହୁ ନାଟକରେ ନିଜ ଦମଦାର ପ୍ରତିଭାର ଛାପ ଛାଡ଼ିଛନ୍ତି। ନାଟକରେ କାମ କରୁ କରୁ ଫିଲ୍ମ ଦୁନିଆ ପ୍ରତି ବି ସେ ମନ ବଳାଇଥିଲେ । ଡାଇରେକ୍ଟର ଗୋବିନ୍ଦ ନିହଲାନୀଙ୍କ ଫିଲ୍ମ ‘ତମସ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା।

ଡାଇରେକ୍ଟର ମୃଣାଳ ସେନଙ୍କ ଫିଲ୍ମ ‘ଏକ ଦିନ ଅଚାନକ’ ରେ ଶାବନା ଆଜମୀଙ୍କ ସହ ସ୍କ୍ରିନ ଶେଆର କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ମହଲରେ ବେଶ୍‌ ଆଦୃତି ମିଳୁଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀର ଆୱାର୍ଡ ମିଳିଥିଲା। ନିଜ କ୍ୟାରିଅରରେ ଆଗ ଧାଡ଼ିର ବହୁ ଡାଇରେକ୍ଟରଙ୍କ ଫିଲ୍ମରେ ଉତ୍ତରା ବାବକର କାମ କରିଛନ୍ତି।

Advertisment

‘ସରଦାରୀ ବେଗମ’, ‘କୋରା କାଗଜ’, ‘ଆଜା ନଚଲେ’, ‘ହମ କୋ ଦିବାନା କରଗୟା’, ‘ରୁକମତୀ କି ହବେଲି’ ଆଦି ଫିଲ୍ମରେ ସେ ନିଜ ଅଭିନୟ ଛାପ ଛାଡ଼ି ଯାଇଛନ୍ତି। ହିନ୍ଦୀ ବାଦ ମରାଠୀ ଫିଲ୍ମରେ ବି ସେ ଜଣେ ଜଣାଶୁଣା ଚେହେରା ଥିଲେ। ‘ଆଜା ନଚଲେ’ରେ ସେ ମାଧୁରୀ ଦିକ୍ଷିତଙ୍କ ମା’ ଭୂମିକାକୁ ବେଶ୍‌ ଦକ୍ଷତାର ସହ ତୁଲାଇଥିଲେ।

ଉତ୍ତରା ବାବକର ଛୋଟ ପରଦାରେ ୯୦ ଦଶକରେ ଏଣ୍ଟ୍ରି କରିଥିଲେ। ‘ଉଡ଼ାନ’ ତାଙ୍କ ପ୍ରଥମ ଟିଭି ଶୋ’ ହୋଇଥିବା ବେଳେ ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହାପରେ ସେ ‘ଅନ୍ତରା’, ‘ନଜରାନା’, ‘ଜଶି ଜେସି କୋଇ ନେହିଁ’, ‘କଶମଶ ଜିନ୍ଦେଗୀ’, ‘ଜବ ହୁଆ ପ୍ୟାର’ ପରି ବହୁ ସିରିଏଲରେ କାମ କରିଛନ୍ତି।

ଉତ୍ତରାଙ୍କ ମୃତ୍ୟୁରେ ବଲିଉଡର ବହୁ ସେଲିବ୍ରିଟି ଗଭୀର ଶୋକ ପ୍ରକାଶ କରିଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Actress Dead Tele Actress Death