madhuri
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି। ତେବେ ତାଙ୍କ ସହିତ ମିଶିଥିବା ଓ ତାଙ୍କ ପାଖାପାଖି ରହିଆସିଥିବା ଲୋକେ ଏବେ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ସେମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଜୟା ଜେଟଲୀ।
ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଏହି ଫଟୋଟି ତାଙ୍କ ଝିଅ ଅଦିତି ଓ ପୂର୍ବତନ କ୍ରିକେଟର୍ ଅଜୟ ଜାଡ଼େଜାଙ୍କ ବାହାଘରର ଫଟୋ। ଏଥିରେ ଅଟଳ ବିହାରୀ ବାଜପେୟୀଙ୍କ ସହିତ ମାଧୁରୀ ଦୀକ୍ଷିତ ବି ଅଛନ୍ତି।
[caption id="attachment_264991" align="aligncenter" width="888"]
ଜୟା ଜେଟଲୀ ଶେୟାର୍ କରିଥିବା ଫଟୋ[/caption]
ଏହି ଫଟୋ ପୋଷ୍ଟ୍ କରି ଜୟା ଜେଟଲୀ ଲେଖିଛନ୍ତି ଯେ ମାଧୁରୀ ଫେରି ଯାଉଥିଲେ। ତେବେ ବାଜପେୟୀ ତାଙ୍କୁ ଦେଖା କରିବାକୁ ଚାହୁଁଥିଲେ। ଏଣୁ ମାଧୁରୀଙ୍କୁ ଖବର ଦିଆଗଲା। ସେ ଗେଟ୍ ପାଖରୁ ଫେରି ଆସିଲେ।
ବ୍ୟସ୍ତବହୁଳ ରାଜନୀତିକ ଜୀବନରେ ବାଜପେୟୀ ସମୟ ପାଇଲେ କବିତା, ଗଳ୍ପ କିମ୍ବା ଉପନ୍ୟାସ ପଢ଼ିବାକୁ ଭଲ ପାଉଥିଲେ। ସେହିପରି ସେ ଫିଲ୍ମ ଦେଖିବାକୁ ବି ପସନ୍ଦ କରୁଥିଲେ। ସେ ହେମାମାଳିନୀଙ୍କ ଅଭିନୀତି ‘ସୀତା ଔର ଗୀତା’ ଫିଲ୍ମକୁ ୨୫ ଥର ଦେଖିଥିଲେ। ତା' ଛଡ଼ା ସେ ତାଙ୍କର ମନପସନ୍ଦର ଲେଖକ ଓ କଳାକାରଙ୍କ ସମ୍ପର୍କରେ ଅଧିକ କଥା ଜାଣିବାକୁ ଓ ସେମାନଙ୍କୁ ଭେଟିବାକୁ ଖୁବ୍ ଭଲ ପାଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/madhuri.jpg)