Advertisment

ବାପା ହେବେ ବରୁଣ, ଦେଲେ ଗୁଡ୍‌ନ୍ୟୁଜ୍‌

ଇନ୍‌ଷ୍ଟାଗ୍ରାମରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ବରୁଣ।

author-image
Madhupriya Mistry
Varun Dhawan with wife Natasha Dalal

Varun Dhawan with wife Natasha Dalal

ଗୁଡ୍‌ନ୍ୟୁଜ୍‌ ଦେଲେ ବଲିଉଡ ଅଭିନେତା ବରୁଣ ଧଓ୍ୱନ। ଖୁବଶୀଘ୍ର ତାଙ୍କ ଘରକୁ ଆସିବ ଜୁନିଅର ଧଓ୍ୱନ୍‌। ବାପା ହେବାକୁ ଯାଉଛନ୍ତି ବଲିଉଡର ଏହି ଚକୋଲେଟ୍‌ ହିରୋ। ବରୁଣ ଧଓ୍ୱନ ଖୋଦ୍‌ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଗୁଡ୍‌ନ୍ୟୁଜ୍‌କୁ ସେୟାର କରିଛନ୍ତି।

Advertisment

ରବିବାର ସୋଶାଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ବରୁଣ। ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲଙ୍କ ସହ ବରୁଣ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସେ ପତ୍ନୀଙ୍କ ବେ‌ବି ବମ୍ପକୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, 'ଆମେ ପ୍ରେଗ୍‌ନେଣ୍ଟ ଅଛୁ। ଆପଣ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ଦରକାର।'

ବରୁଣଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ବି-ଟାଉନ୍‌ର ଅନେକ ଷ୍ଟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୨୧ ଜାନୁଆରୀ ୨୪ ତାରିଖରେ ନିଜ ପିଲା ଦିନର ସାଙ୍ଗ ନତାଶା ଦଲାଲଙ୍କୁ ବିବାହ କରିଥିଲେ ବରୁଣ ଧଓ୍ୱନ। ଦୀର୍ଘ ବର୍ଷ ଉଭୟ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହର ତିନି ବର୍ଷ ପରେ ଉଭୟ ଦୁଇରୁ ତିନି ହେବାକୁ ଯାଉଛନ୍ତି।

Advertisment

ବରୁଣ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ 'ବେବି ଜନ୍‌' ପାଇଁ ବ୍ୟସ୍ତ ଅଛନ୍ତି। ସାଉଥର ଜଣାଶୁଣା ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ତିଆରି ହେଉଛି। ତାମିଲ ଫିଲ୍ମ 'ଥେରି'ର ଏହା ହେଉଛି ରିମେକ୍‌। ଏଥିସହ ସେ ଆମାଜପ ପ୍ରାଇମ୍‌ ଭିଡିଓର 'ସିଟାଡେଲ୍‌' ଓ୍ୱେବ୍‌ ସିରିଜରେ ମଧ୍ୟ ନଜର ଆସିବେ। ଏଥିରେ ତାଙ୍କ ଅପୋଜିଟ୍‌ରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁଙ୍କୁ ଦେଖିବାକୁ ମିଳିବ। 

Bollywood News Bollywood Varun Dhawan