Advertisment

ବାପା ହେଲେ ଅଭିନେତା ବରୁଣ ଧାୱନ

ବରୁଣ ଧାୱନଙ୍କ ବାପା ତଥା ନିର୍ଦ୍ଦେଶକ ଡାଭିଡ ଧାୱନ ଦେଲେ ସୂଚନା।

Varun & Natasha

Varun & Natasha

Advertisment

ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ବାପା-ମାଆ ହୋଇଛନ୍ତି। ସୋମବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ନତାଶା। ଏନେଇ ବରୁଣ ଧାୱନଙ୍କ ବାପା ତଥା ନିର୍ଦ୍ଦେଶକ ଡାଭିଡ ଧାୱନ ସୂଚନା ଦେଇଛନ୍ତି।

Advertisment

ମୁମ୍ବାଇର ଇନ୍ଦୁଜା ହସ୍ପିଟାଲରେ ବରୁଣ ଧାୱନ ଓ ଡାଭିଡ ଧାୱନ ନଜର ଆସିଥିଲେ। ସେଠାରେ ପ୍ରତିକ୍ରିୟା ଦେଇ 'ଲକ୍ଷ୍ମୀ ଘରକୁ ଆସିଛନ୍ତି' ବୋଲି ଡାଭିଡ ଧାୱନ କହିଛନ୍ତି। 

ପ୍ରକାଶ ଥାଉକି, ୨୪ ଜାନୁୟାରୀ, ୨୦୨୧ରେ ବରୁଣ ଓ ନତାଶାଙ୍କ ବିବାହ ହୋଇଥିଲା। ଆଲିବାଗରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।

Advertisment

ଅନ୍ୟପକ୍ଷରେ ବରୁଣଙ୍କ ଆଗାମୀ ପ୍ରୋଜେକ୍ଟ କଥା ଯଦି କହିବା, ତେବେ ଖୁବ ଶୀଘ୍ର 'ବେବି ଜନ୍'ରେ ନଜର ଆସିବେ ବରୁଣ ଧାୱନ। ଏ କାଲେସ୍ୱରନ ସିନେମାନର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉ ଥିବାବେଳେ ମୁରାଦ ଖେତାନି, ପ୍ରିୟା ଏଟଲୀ ଏବଂ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନା ଦେଇଛନ୍ତି। 

ମୁଖ୍ୟ ଭୂମିକାରେ ବରୁଣ ଧାୱନଙ୍କ ସହ କିର୍ତ୍ତୀ ସୁରେଶ, ୱାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବଙ୍କ ଅନ୍ୟମାନେ ଅଭିନୟ କରିଛନ୍ତି।

David Dhawan Natasha Dalal Varun Dhawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe