ଚାଲିଗଲେ ବଲିଉଡ୍‌ର ବର୍ଷୀୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି। ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ। ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିତଲା। ଆଜି ମୁମ୍ବାଇରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅରୁଣ  ବିରଳ ନ୍ୟୁରୋମସ୍କୁଲାର […]

arun

  • Published: Friday, 07 October 2022
  • , Updated: 07 October 2022, 03:18 PM IST

ମୁମ୍ବାଇ: ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କର ଆଜି ପରଲୋକ ଘଟିଛି। ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ। ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିତଲା। ଆଜି ମୁମ୍ବାଇରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅରୁଣ  ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ରୋଗରେ ପୀଡିତ ଥିଲେ। ତାଙ୍କୁ  ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ହିରନନ୍ଦନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମାଇଷଥେନିଆ ଗ୍ରାଭିସ ହେଉଛି ଏକ ପ୍ରକାର ଅଟୋମ୍ୟୁମ୍ୟୁନ୍ ଡିସଅର୍ଡର୍। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଟିସୁ ପ୍ରଭାବିତ କରେ।  ଅରୁଣଙ୍କ ଅଭିନୀତି ଫିଲ୍ମ ମଧ୍ୟରେ ଥ୍ରୀ ଇଡିଅଟ୍ସ, କେଦାରନାଥ, ପାନିପତ, ହେ ରାମ, ଦଣ୍ଡ ନାୟକ, ରେଡ୍ଡି, ଜାମିନ୍, ପୋଲିସୱାଲା ଗୁଣ୍ଡା, ଫୁଲ ଅର ଅଙ୍ଗାର, ଏବଂ ରାମ ଜାନେରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ପାଖରେ ଅଧିକ ପରିଚୟ କରିପାରିଛି।

ଅରୁଣ ବାଲିଙ୍କର ଦୁଇ ଝିଅ ଆମେରିକାରେ ଅବସ୍ଥାନ କରୁଛନ୍ତି। ଆସନ୍ତାକାଲି ସେମାନେ ଆସି ପହଞ୍ଚିବା ପରେ ବାଲିଙ୍କର ଶେଷକୃତ୍ୟ କରାଯିବ। ୧୯୯୧ ଐତିହାସିକ ସିରିଏଲ୍‌ ଚାଣକ୍ୟରେ ସେ ରାଜା ପୁରୁ, ଦୂରଦର୍ଶନ ସିରିଏଲ୍‌ ସ୍ୱାଭିମାନ ରେ କନ୍‌ୱାର୍‌ ସିଂହ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ୨୦୦୦ ମସିହାର ଚଳଚ୍ଚିତ୍ର ହେ ରାମ୍‌ ରେ ସେ ଅବିଭକ୍ତ ବଙ୍ଗର ମୁଖ୍ୟମନ୍ତ୍ରୀ ହୁସେନ୍‌ ଶାହୀଦ ସୁରୱର୍ଦୀ ଭୂମିକାରେ ଅଭିନୟ କରିଥିଲେ। ଏହାଛଡ଼ା, କୁମ୍‌କୁମ୍‌ ରେ ହର୍ଷବର୍ଦ୍ଧନ ୱାଧ୍‌ୱା ଭଳି ଜେଜେବାପା ଭୂମିକାରେ ଅଭିନୟ କରି ସେ ୨୦୦୦ ମସିହାରେ ଲୋକପ୍ରିୟ ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Related story