Advertisment

ଭେଟେରାନ୍ ଅଭିନେତା ଚନ୍ଦ୍ରଶେଖରଙ୍କ ପରଲୋକ

ମୁମ୍ବାଇ: କିମ୍ବଦନ୍ତୀ ଅଭିନେତା ଚନ୍ଦ୍ରଶେଖରଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ମୁମ୍ବାଇର ଅନ୍ଧେରୀସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଧବାର ସକାଳ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଏ ନେଇ ତାଙ୍କ ପୁଅ ଏବଂ ନିର୍ମାତା ଅଶୋକ ଶେଖର ସୂଚନା ଦେଇଛନ୍ତି । ଅଶୋକ ଶେଖର କହିଛନ୍ତି, ଶୋଇଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେ ଚାହୁଁଥିଲେ ଯେ ମୃତ୍ୟୁ ସୟମରେ […]

ଅଦ୍ୟତନ ହୋଇଛି
ଭେଟେରାନ୍ ଅଭିନେତା ଚନ୍ଦ୍ରଶେଖରଙ୍କ ପରଲୋକ

Chandrashekhar

Advertisment

ମୁମ୍ବାଇ: କିମ୍ବଦନ୍ତୀ ଅଭିନେତା ଚନ୍ଦ୍ରଶେଖରଙ୍କର ୯୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ମୁମ୍ବାଇର ଅନ୍ଧେରୀସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଧବାର ସକାଳ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଏ ନେଇ ତାଙ୍କ ପୁଅ ଏବଂ ନିର୍ମାତା ଅଶୋକ ଶେଖର ସୂଚନା ଦେଇଛନ୍ତି ।

Advertisment

ଅଶୋକ ଶେଖର କହିଛନ୍ତି, ଶୋଇଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେ ଚାହୁଁଥିଲେ ଯେ ମୃତ୍ୟୁ ସୟମରେ ପୂରା ପରିବାର ଯେପରି ତାଙ୍କ ପାଖରେ ଉପସ୍ଥିତ ରହୁ, ଆଉ ତାହା ହିଁ ଘଟିଲା। ତାଙ୍କୁ କୌଣସି ରୋଗ ନଥିଲା । କେବଳ ବୟସ ଯୋଗୁ ଏହା ହୋଇଛି। ସେ ଏକ ବହୁତ ଭଲ ଜୀବନ ଜିଇଁଛନ୍ତି । ଜୁହୁସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ପିତାଙ୍କର ଅନ୍ତିମ ସଂସ୍କାର ହେବ।

ହାଇଦ୍ରାବାଦରେ ଜନ୍ମିତ ଚନ୍ଦ୍ରଶେଖର ୧୯୫୦ ଦଶକର ଆରମ୍ଭରୁ ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୪ରେ ଫିଲ୍ମ ‘ସୁରଙ୍ଗ’ରେ ସେ ପ୍ରଥମଥର ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସିଥିଲେ। ଚନ୍ଦ୍ରଶେଖର ବହୁଚର୍ଚ୍ଚିତ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଧାରାବାହିକରେ ରାଜା ଦଶରଥଙ୍କ ପ୍ରଧାନମନ୍ତ୍ରୀ ଆର‌୍ୟ୍ୟ ସୁମନ୍ତଙ୍କ ଭୂମିକା ତୁଲାଇଥିଲେ, ଯେଉଁଥିରେ ତାଙ୍କୁ ବେଶ୍ ଲୋକପ୍ରିୟତା ମିଳିଥିଲା। ଚନ୍ଦ୍ରଶେଖରଙ୍କ ତିନୋଟି ସନ୍ତାନ ଅଛନ୍ତି ।

Advertisment

ଚନ୍ଦ୍ରଶେଖର ପାଖାପାଖି ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ନାୟକ ଭାବେ ତାଙ୍କର ପ୍ରଥମ ଫିଲ୍ମ ‘ସୁରଙ୍ଗ’ ଥିଲା। ଏହା ପରେ ସେ ‘ଗେଟ୍ ୱେ ଅଫ୍ ଇଣ୍ଡିଆ’, ଫ୍ୟାଶନ୍ (୧୯୫୭), ବରସାତ୍ କି ରାତ୍ (୧୯୬୦) ଭଳି ଫିଲ୍ମରେ ସହକାରୀ ଅଭିନେତା ଭୂମିକା ତୁଲାଇଥିଲେ। ଏହାବ୍ୟତୀତ ୧୯୮୫ରୁ ୧୯୯୬ ପର‌୍ୟ୍ୟନ୍ତ ସିନେ ଆର୍ଟିଷ୍ଟ ଆସୋସିଏସନ (ଉଓଘଞଇଇ) ଅଧ୍ୟକ୍ଷ ଭାବେ କାମ କରିଛନ୍ତି।

ଚନ୍ଦ୍ରଶେଖର ଟିଭି ଅଭିନେତା ଶକ୍ତି ଅରୋରାଙ୍କ ଅଜା ଥିଲେ। ୨୦୧୯ରେ ଶକ୍ତି ତାଙ୍କ ସହ ଏକ ସୁନ୍ଦର ଫଟୋ ଶେଆର କରିଥିଲେ। ଏହାସହ ସେ ଏକ ସୁନ୍ଦର କ୍ୟାପସନ୍ ଲେଖିଥିଲେ। ତାଙ୍କ ପୋଷ୍ଟରେ ଲେଖାଥିଲା, ମୋ ଅଜା ନିଜର ସର୍ବଶ୍ରେଷ୍ଠ ହସ ସହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe