Advertisment

ଆଉ ନାହାନ୍ତି ଭେଟରାନ ଅଭିନେତା ଜାଭେଦ ଖାନ ଅମରୋହି

ଆଜି ଜାଭେଦଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସହଯୋଗୀ ତଥା ଲଗାନରେ ଅଭିନୟ କରିଥିବା ଅଖିଲେନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି।

Javed Khan Amrohi

Javed Khan Amrohi

Advertisment

ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ବଲିଉଡର ଭେଟରାନ ଆକ୍ଟର ଜାଭେଦ ଖାନ ଅମରୋହି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ବେଶ କିଛି ଦିନ ହେଲା ଫୁସଫୁସ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏହି କାରଣ ପାଇଁ ଆଜି ତାଙ୍କର ପରଲୋକ ଘଟିଛି। ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, ଚକ ଦେ ଇଣ୍ଡିଆ, ଲଗାନ ଓ ଅନନ୍ଦାଜ ଆପନା ଅପାନା ଭଳି ସୁପର ହିଟ୍‌ ଫିଲ୍ମରେ ଜାଭେଦଙ୍କୁ ଦେଖିବାକୁ ମିଳିଥିଲା। ନିଜର ଅଭିନୟ ଯାଦବୁ ବଳରେ ସେ ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଥିଲେ।

Advertisment

ଆଜି ଜାଭେଦଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ସହଯୋଗୀ ତଥା ଲଗାନରେ ଅଭିନୟ କରିଥିବା ଅଖିଲେନ୍ଦ୍ର ମିଶ୍ରା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ଆପିଟିଏ ହ୍ୱାଟସଆପ୍‌ ଗ୍ରୁପ୍‌ ଦ୍ୱାରା ଯୋଗାଯୋଗରେ ଥିଲୁ। ଏହି ଗ୍ରୁପ୍‌ରୁ ହିଁ ମୁଁ ତାଙ୍କ ପରଲୋକ ସମ୍ପର୍କରେ ସୂଚନା ପାଇଛି। ସେ ମୁମ୍ବାଇରେ ତାଙ୍କ ପରିବାର ଲୋକଙ୍କ ସହ ରହୁଥିଲେ।

ବେଶ କିଛି ଦିନ ହେଲା ଅସୁସ୍ଥ ଥିଲେ। ମୁଁ ତାଙ୍କ ସହ ଦୀର୍ଘ ଦିନ ହେଲା ଜଡ଼ିତ ହୋଇ ରହିଥିଲି। ଆମେ ଏକାଠି ହିଁ ନିଜ ନିଜର କ୍ୟାରିୟର ଆରମ୍ଭ କରିଥିଲୁ। ଆମେ ଅନେକ ଫିଲ୍ମ ଏକାଠି କରିଛୁ। ଆମେ ଆଇପିଟିଏ ଜରିଆରେ ଅନେକ ଶୋ’ରେ ଭାଗ ନେଇଥିଲୁ। ମୁଁ ତାଙ୍କୁ ବୁଦ୍ଧିର ଷ୍ଟୋର ହାଉସ ବୋଲି କହୁଥିଲି। ହେଲେ ଆଜି ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।”

Advertisment

ସନ୍ଧ୍ୟା ୬.୩୦ରେ ଜାଭେଦଙ୍କ ଅନ୍ତିମ ସଂସ୍କାର ଓଶିୱାରାରେ ଅନୁଷ୍ଠିତ କାରାଯାଇଛି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe