Advertisment

ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ । କ୍ୟାନସର ସହ ଦୀର୍ଘ ଦିନର ସଂଘର୍ଷରେ ଶେଷରେ ଆଖି ବୁଜିଛନ୍ତି ଏହି ଭେଟେରାନ ଅଭିନେତା ।

junior-mehmood

junior-mehmood

Advertisment

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ । କ୍ୟାନସର ସହ ଦୀର୍ଘ ଦିନର ସଂଘର୍ଷରେ ଶେଷରେ ଆଖି ବୁଜିଛନ୍ତି ଏହି ଭେଟେରାନ ଅଭିନେତା । ଗତକାଲି ରାତି ପ୍ରାୟ ୨ଟାରେ ଜୁନିଅର ମହମୁଦ ଆଖି ବୁଜିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। 

Advertisment

ଜୁନିଅର ମହମୁଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି। ଜୁହୁସ୍ଥିତ କବରସ୍ଥାନରେ ଆଜି ତାଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ । ଜୁନିଅର ମହମୁଦଙ୍କ ପରିବାରରେ ପତ୍ନୀ ଦୁଇ ପୁଅ ବୋହୂ ଓ ଜଣେ ନାତି ଥିବା ଜଣାଯାଇଛି।

ଜୁନିଅର ମହମୁଦଙ୍କ ପ୍ରକୃତ ନାଁ ନଇମ ସୟିଦ। ତେବେ ଜୁନିୟର ମହମୁଦ ନାଁରେ ସେ ପ୍ରସିଦ୍ଧ। ତାଙ୍କୁ ଏହି ନାଁ ଦେଇଥିଲେ ବଲିଉଡ୍‌ର ବିଗତ ଦିନର ପ୍ରସିଦ୍ଧ ଅଭିନେତା ମହମୁଦ ଅଲୀ।

Advertisment

ଜୁନିଅର ମହମୁଦ ଗତ ୨ ମାସ ହେବ କ୍ୟାନସରରେ ପୀଡ଼ିତ ଥିଲେ। ଜୁନିଅର ମହମୁଦଙ୍କ ଶରୀରରେ କ୍ୟାନସର ଚିହ୍ନଟ ହେବା ବେଳକୁ ତାହା ଚତୁର୍ଥ ଷ୍ଟେଜରେ ପହଞ୍ଚି ସାରିଥିଲା। ତାଙ୍କ ଲିଭର, ଫୁସଫୁସ ସହିତ ପୂରା ଶରୀରକୁ କ୍ୟାନସର ବ୍ୟାପୀ ସାରିଥିଲା। ଏହାବାଦ ତାଙ୍କ ପେଟରେ ଏକ ଟ୍ୟୁମର ହୋଇଥିବା ବେଳେ ସେ ଜଣ୍ଡିସରେ ବି ପୀଡ଼ିତ ଥିଲେ। ତେଣୁ ତାଙ୍କ ହାତରେ ଆଉ ବେଶି ସମୟ ନ ଥିବା ଡାକ୍ତର କହି ଦେଇଥିଲେ।

ଜୁନିୟର ମହମୁଦ 7ଟି ଭିନ୍ନ ଭିନ୍ନ ଭାଷାରେ 250ରୁ ଅଧିକ ଫିଲ୍ମ କରିଛନ୍ତି। ସେ 10/11 ବର୍ଷ ବୟସରୁ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ସେ 6ଟି ମରାଠୀ ଫିଲ୍ମ ନିର୍ମାଣ କରିଥିଲେ। ସେ ନିଜେ ସେଗୁଡ଼ିକର ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe