Advertisment

ଭେଟେରାନ୍ ଅଭିନେତା କେଡି ଚନ୍ଦ୍ରନଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ଓ ଭେଟେରାନ୍ ବଲିଉଡ୍ ଅଭିନେତା କେଡି ଚନ୍ଦ୍ରନଙ୍କ ହୃଦଘାତରେ ପରଲୋକ ହୋଇଛି । କେଡି ଚନ୍ଦ୍ରନଙ୍କ ଦେହାନ୍ତ ଖବର ସୁଧା ଚନ୍ଦ୍ରନ୍ ଦେଇଛନ୍ତି । ସେ କହିଛନ୍ତି, ରବିବାର ସକାଳେ ହୃଦଘାତ କାରଣରୁ କେଡି ଚନ୍ଦ୍ରନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସୁଧା ଚନ୍ଦ୍ରନ୍ କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କ ପିତା କେଡି ଚନ୍ଦ୍ରନଙ୍କ ସ୍ୱାସ୍ଥ୍ୟାବସ୍ଥା […]

ଅଦ୍ୟତନ ହୋଇଛି
ଭେଟେରାନ୍ ଅଭିନେତା କେଡି ଚନ୍ଦ୍ରନଙ୍କ ପରଲୋକ

sudha-chandran-and-kd-chand

Advertisment

ନୂଆଦିଲ୍ଲୀ: ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ଓ ଭେଟେରାନ୍ ବଲିଉଡ୍ ଅଭିନେତା କେଡି ଚନ୍ଦ୍ରନଙ୍କ ହୃଦଘାତରେ ପରଲୋକ ହୋଇଛି । କେଡି ଚନ୍ଦ୍ରନଙ୍କ ଦେହାନ୍ତ ଖବର ସୁଧା ଚନ୍ଦ୍ରନ୍ ଦେଇଛନ୍ତି । ସେ କହିଛନ୍ତି, ରବିବାର ସକାଳେ ହୃଦଘାତ କାରଣରୁ କେଡି ଚନ୍ଦ୍ରନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

Advertisment

ସୁଧା ଚନ୍ଦ୍ରନ୍ କହିଛନ୍ତି ଯେ ଗତ କିଛି ଦିନ ହେବ ତାଙ୍କ ପିତା କେଡି ଚନ୍ଦ୍ରନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ମେ’ ୧୨ ତାରିଖରେ ତାଙ୍କୁ ଜୁହୁସ୍ଥିତ କ୍ରିଟୀ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡିମେସିଆ ଅର୍ଥାତ୍ ଭୁଲିବା ରୋଗ ଥିଲା । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା, କିନ୍ତୁ ରବିବାର ସକାଳ ପ୍ରାୟ ୧୦ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

କେଡି ଚନ୍ଦ୍ରନ୍ ‘କୋଇ ମିଲ୍ ଗୟା’, ‘ଚାଇନା ଗେଟ୍‌’, ‘ହମ୍ ହୈ ରାହି ପ୍ୟାର୍ କେ’, ‘ତେରେ ମେରେ ସପନେ’, ‘ଜୁନୁନ୍‌’, ‘ହର୍ ଦିଲ୍ ଯୋ ପ୍ୟାର୍ କରେଗା’, ‘ଶରାରତ୍‌’, ‘ମେ ମାଧୁରୀ ଦିକ୍ଷୀତ ବନନା ଚାହତି ହୁଁ’ ଆଦି ଫିଲ୍ମରେ କାମ କରିଥିଲେ । ଛୋଟ ରୋଲ୍ ସତ୍ତ୍ୱେ କେଡି ଚନ୍ଦ୍ରନ୍ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିଛନ୍ତି । ଅଳ୍ପ କିଛି ଫିଲ୍ମରେ କାମ କରିବା ସତ୍ତ୍ୱେ ସେ ଲୋକଙ୍କ ଭିତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

Advertisment

କେଡି ଚନ୍ଦ୍ରନଙ୍କ ଝିଅ ସୁଧା ଚନ୍ଦ୍ରନ୍ ମଧ୍ୟ ହିନ୍ଦୀ ସିନେମାର ଜଣାଶୁଣା କଳାକାର । ସୁଧା ନିଜର ନେଗେଟିଭ୍ ରୋଲ୍ ପାଇଁ ବେଶ୍ ପରିଚିତ । କହିଁ କିସି ରୋଜ୍ ସିରିଏଲରେ ରମୋଲି ସିକନ୍ଦ, ନାଗିନ୍ ସିରିଏଲରେ ୟାମିନୀ ଭୂମିକା ପାଇଁ ସୁଧା ବେଶ୍ ଚର୍ଚ୍ଚିତ ଥିଲେ । ଏହାଛଡ଼ା ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe