Advertisment

ଭେଟେରାନ ଅଭିନେତ୍ରୀ ତନୁଜା ଆଇସିୟୁରେ ଭର୍ତ୍ତି

ତନୁଜାଙ୍କୁ ୮୦ ବର୍ଷ ହେଲାଣି। ସେ ଉଭୟ ହିନ୍ଦୀ ଓ ବଙ୍ଗୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

author-image
Jitendra Garnayak
Tanuja

Tanuja

ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ମା’ ତନୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଜୁହୁ ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ତନୁଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗ ଯୋଗୁ ଗତକାଲି ଅଧିକ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି। ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଡାକ୍ତରମାନେ କହିଛନ୍ତି।

ତନୁଜାଙ୍କୁ ୮୦ ବର୍ଷ ହେଲାଣି। ସେ ଉଭୟ ହିନ୍ଦୀ ଓ ବଙ୍ଗୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୧୨୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ‘ବାହାରେଁ ଫିର୍ ଭି ଆୟଙ୍ଗେ’, ‘ଜୁଏଲ ଥିଫ୍’, ‘ହାତୀ ମେରେ ସାଥୀ’ ଓ ‘ମେରେ ଜୀବନ ସାଥୀ’ ଭଳି ବହୁ ହିଟ୍ ଫିଲ୍ମରେ ସେ କାମ କରିଛନ୍ତି। 

Advertisment