Advertisment

ଆଉ ନାହାନ୍ତି ଭେଟରାନ ଅଭିନେତ୍ରୀ ସୁଲୋଚନା

ସୁଲୋଚନାଙ୍କ ଝିଅ କାଞ୍ଚନ ଏହି ଦୁଃଖଦ ଖବର ସମସ୍ତଙ୍କୁ ଦେଇଛନ୍ତି।

Sulochana Latkar

Sulochana Latkar

Advertisment

ସିନେମା ଇଣ୍ଡଷ୍ଟ୍ରୀର ଭେଟରାନ ଅଭିନେତ୍ରୀ ସୁଲୋଚନା ଲାଟକର ଆଉ ନାହାନ୍ତି। ଆଜି ମୁମ୍ବାଇ ସ୍ଥିତ ଗୋଟିଏ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା।

Advertisment

ସୁଲୋଚନାଙ୍କ ଝିଅ କାଞ୍ଚନ ଏହି ଦୁଃଖଦ ଖବର ସମସ୍ତଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ସୁଲୋଚନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ନିଃଶ୍ୱାସ ନେବାରେ କଷ୍ଟ ଓ ବୟସଜନିତ ରୋଗ ଯୋଗୁ ତାଙ୍କ ଅବସ୍ଥା ଶନିବାର ଗୁରୁତର ହୋଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ।

ସେଠାରେ ସେ ଭେଣ୍ଟିଲେଟର୍‌ରେ ରହିଥିଲେ। ତେବେ ଆଜି ସେ ଜୀବନ ଯୁଦ୍ଧରେ ସବୁଦିନ ପାଇଁ ହାରି ଯାଇଛନ୍ତି। ଆସନ୍ତାକାଲି ଦାଦ୍ରା ଶ୍ମଶାସନରେ ସୁଲୋଚନାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

Advertisment

ମାର୍ଚ୍ଚ ମାସରେ ମଧ୍ୟ ସୁଲୋଚନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ଏଥିପାଇଁ ତାଙ୍କୁ ୩ ସପ୍ତାହ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଏହି ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମସ୍ତ ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ଚିକିତ୍ସା ପାଇଁ ସୁଲୋଚନାଙ୍କ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ।

ସୁଲୋଚନା ହିନ୍ଦୀ ଓ ମରାଠୀର ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅଧିକାଂଶ ବଲିଉଡ ଫିଲ୍ମରେ ମା’ ଭୂମିକାରେ ନଜର ଆସିଥିଲେ। ନିଜର ଅଭିନୟ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୦୯ରେ ମହାରାଷ୍ଟ୍ର ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅବ ଦିଲ୍ଲୀ ଦୂର ନେହି, ସୁଜାତା, ଆୟେ ଦିନ ବାହାର କେ, ଆଶା, ମଜବୁର, ନୈୟି ରୋଷଣୀ, ଗୋରା ଅର କାଲା ଓ ଦେବର ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe