Advertisment

ପରଲୋକରେ ପ୍ରଖ୍ୟାତ ଅଭିନେତ୍ରୀ ସ୍ୱାତୀଲେଖା

କୋଲକାତା: କିମ୍ବଦନ୍ତୀ ବଙ୍ଗାଳୀ ଅଭିନେତ୍ରୀ ସ୍ୱାତିଲେଖା ସେନଗୁପ୍ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ହେଲେ ବୁଧବାର ଦ୍ୱିପହରରେ କୋଲକାତାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାରେ ପତି ରୁଦ୍ରପ୍ରସାଦ ସେନଗୁପ୍ତା ଓ ଝିଅ ସୋନିହୀ ଅଛନ୍ତି। କିଡନୀ ସମସ୍ୟା କାରଣରୁ ଗତ ୨୪ ଦିନ ଧରି ତାଙ୍କର ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। […]

ଅଦ୍ୟତନ ହୋଇଛି
ପରଲୋକରେ ପ୍ରଖ୍ୟାତ ଅଭିନେତ୍ରୀ ସ୍ୱାତୀଲେଖା

swatilekha-sengupta

Advertisment

କୋଲକାତା: କିମ୍ବଦନ୍ତୀ ବଙ୍ଗାଳୀ ଅଭିନେତ୍ରୀ ସ୍ୱାତିଲେଖା ସେନଗୁପ୍ତାଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ହେଲେ ବୁଧବାର ଦ୍ୱିପହରରେ କୋଲକାତାର ଏକ ପ୍ରାଇଭେଟ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାରେ ପତି ରୁଦ୍ରପ୍ରସାଦ ସେନଗୁପ୍ତା ଓ ଝିଅ ସୋନିହୀ ଅଛନ୍ତି।

Advertisment

କିଡନୀ ସମସ୍ୟା କାରଣରୁ ଗତ ୨୪ ଦିନ ଧରି ତାଙ୍କର ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ, କିନ୍ତୁ ଏଥିରେ ବିଫଳ ହୋଇଥିଲା । ଆଜି ଦ୍ୱିପହର ପାଖାପାଖି ୩ଟା ବେଳେ ସ୍ୱାତିଲେଖା ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଝିଅ ସୋହିନୀ କହିଛନ୍ତି ।

Swatilekha Sengupta on working in films, Soumitra Chatterjee and more |  Filmfare.com

ସଂଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିବା ସ୍ୱାତିଲେଖା ନିଜ ପତି ଓ ଝିଅ ସହ ଥିଏଟର ଗ୍ରୁପ୍ ନନ୍ଦିକରକୁ ଲିଡ୍ କରୁଥିଲେ। ତାଙ୍କୁ ସତ୍ୟଜିତ୍ ରାୟଙ୍କ ଦ୍ୱାରା ‘ଘରେ ବେରେ’ରେ ବିମଳା ଚରିତ୍ରର ଚିତ୍ରଣ ପାଇଁ ନିଆଯାଇଥିଲା, ଯାହା ରବୀନ୍ଦ୍ରନାଥ ଟାଗୋରଙ୍କ ଉପନ୍ୟାସ ଉପରେ ଆଧାରିତ ଥିଲା ।

Advertisment

ସେ ଶିବପ୍ରସାଦ ମୁଖାର୍ଜୀ ଓ ନନ୍ଦିତା ରାୟଙ୍କ ବ୍ଲକବଷ୍ଟର୍ ‘ବେଲା ଶେଷ’ରେ ମଧ୍ୟ ଆରତୀ ଭୂମିକା ତୁଲାଇଥିଲେ। ଉଭୟ ଫିଲ୍ମରେ ତାଙ୍କୁ ସୌମିତ୍ର ଚାଟାର୍ଜୀଙ୍କ କାଷ୍ଟ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe