Advertisment

ସଲମାନ ଓ ଶାହରୁଖଙ୍କ ପାଇଁ ଗୀତ ଲେଖିଥିବା ଦେବ କୋହଲି ଆଉ ନାହାନ୍ତି

ଦେବ କୋହଲି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ, ଅନୀଲ କପୁରଙ୍କ ଅନେକ ହିଟ୍‌ ଫିଲ୍ମରେ ଗୀତ ଲେଖିଥିଲେ।

ଅଦ୍ୟତନ ହୋଇଛି
Dev kohli

Dev kohli

Advertisment

ବଲିଉଡର ପ୍ରଖ୍ୟାତ ତଥା ବରିଷ୍ଠ ଗୀତିକାର ଦେବ କୋହଲି ଆଉ ନାହାନ୍ତି। ଆଜି ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦେବ କୋହଲି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ, ଅନୀଲ କପୁରଙ୍କ ଅନେକ ହିଟ୍‌ ଫିଲ୍ମରେ ଗୀତ ଲେଖିଥିଲେ।

Advertisment

ସେ ୧୦୦ରୁ ଅଧିକ ବଲିଉଡ ଫିଲ୍ମ ପାଇଁ ଗୀତ ଲେଖି ନିଜର ସ୍ୱତନ୍ତ୍ର ଛାଡ଼ ଛାଡ଼ିଛନ୍ତି। ମେନ ପ୍ୟାର କିୟା, ବାଜିଗର, ଜୁଡୱା ୨, ମୁସାଫିର, ଶୁଟ ଆଉଟ ଆଟ ଲୋଖଣ୍ଡୱାଲା ଓ ଟ୍ୟାକ୍ସି ନମ୍ବର ୯ ୨ ୧୧ ଭଳି ହିଟ ଫିଲ୍ମରରେ ସେ ଲେଖିଥିବା ଗୀତ ଆଜି ବି ଲୋକମାନେ ଗୁଣଗୁଣାନ୍ତି।

ଅନୁ ମଲିକ, ରାମ ଲଷ୍ମଣ, ଆନନ୍ଦ ରାଜ ଆନନ୍ଦ, ଆନନ୍ଦ ମିଲିନ୍ଦଙ୍କ ଠାରୁ ଆରମ୍ଭ କରି ଅନେକ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଥିଲେ।

Advertisment

ଆଜି ୮୦ ବର୍ଷ ବୟସରେ କୋହଲିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ମୁଖପାତ୍ର ପ୍ରୀତମ ଶର୍ମା ନିଶ୍ଚିତ କରିଛନ୍ତି। ବେଶ କିଛି ମାସ ହେଲା ବୟସ ଜିନତ ରୋଗରେ ସେ ପୀଡ଼ିତ ଥିଲେ। ଏକଦା ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୧୦ ଦିନ ତଳେ ସେ ଘରକୁ ଆସିଥିଲେ। ଆଜି ନିଜ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଆଜି ସନ୍ଧ୍ୟାରେ ଦେବ କୋହଲିଙ୍କ ଅନ୍ତିମ ସଂସ୍କାର ଯୋଗେଶ୍ୱରୀ ପଶ୍ଚିମରେ ଶେଷ ହୋଇଛି। ଆନନ୍ଦ ରାଜ ଆନନ୍ଦ, ଅନୁ ମଲିକ, ଉତ୍ତମ ସିଂହଙ୍କ ସମେତ ଅନେକ ବଲିଉଡ ଷ୍ଟାର ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ଅବିଭକ୍ତ ଭାରତର ରାୱଲପିଣ୍ଡିରେ ଦେବ କୋହଲି ଗୋଟିଏ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଦେଶ ବିଭାଜନ ହେବା ପରେ ସେ ପରିବାର ଲୋକଙ୍କ ସହ ଡେରାଡୁନ ଚାଲି ଆସିଥିଲେ। ଦେବ କୋହଲିଙ୍କ ଘନିଷ୍ଠ ବନ୍ଧୁ ଆନନ୍ଦ ରାଜ ଆନନ୍ଦ କହିଛନ୍ତି ଯେ “୧୯୯୫ରେ ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି ଓ ପ୍ରଥମ କାମ ପାଇଥିଲି ସେତେବେଳେ ମୁଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରିଥିଲି।

କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ମୋତେ ଜଣଙ୍କୁ ସାକ୍ଷୀ ଭାବେ ଆଣିବାକୁ କହିଥିଲେ। ଏହି ସମୟରେ ଜଣେ ସର୍ଦ୍ଦାରଜୀ ଏଥିରେ ହସ୍ତକ୍ଷେପ କରିଥିଲେ। ଆଉ ସେହି ସର୍ଦ୍ଦାରଜୀ ଜଣଙ୍କ ଥିଲେ ଦେବ କୋହଲି। ସେ ମୋତେ କହିଥିଲେ ତୁମେ ମ୍ୟୁଜିକରେ ଅଛ ଓ ମୁଁ ଗୀତ ଲେଖୁଛି। ତେଣୁ ସେ ମୋତେ ବ୍ୟସ୍ତ ନ ହେବାକୁ କହିଥିଲେ ଓ ମୋ ପାଇଁ ଦସ୍ତଖତ କରିଥିଲେ।”

୧୯୬୪ରେ କୋହଲି ମୁମ୍ବାଇ ଆସି ଫିଲ୍ମରେ କାମ କରିବାକୁ ଉଦ୍ୟମ କରିଥିଲେ। ୧୯୬୯ରେ ଗୁଣ୍ଡା ଫିଲ୍ମ ରିଲିଜ ହେବା ସହ କୋହଲି ବଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଥିଲେ।

୧୯୭୧ରେ ରିଲିଜ ହୋଇଥିବା ଲାଲ ପଥର ସିନେମାର ‘ଗୀତ ଗାତା ହୁଁ ମେ’ ସୁପରହିଟ ହେବା ପରେ କୋହଲି ସମସ୍ତଙ୍କ ପାଖରେ ପହଞ୍ଚି ପାରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତ ଲେଖି ଚାଲିଥିଲେ।

Bollywood News Entertainment Bollywood Dev Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe