Advertisment

ସ୍ୱାଧୀନତା ଦିବସରେ ଆଖି ବୁଜିଲେ କିମ୍ବଦନ୍ତୀ ଗାୟିକା

ମୁମ୍ବାଇ: ସ୍ୱାଧୀନତା ଦିବସରେ ଫିଲ୍ମ ଜଗତରୁ ଆସିଛି ଦୁଃଖଦ ଖବର। ଦିବଙ୍ଗତ ସଂଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମଙ୍କ ପତ୍ନୀ ତଥା ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର୍ ଜଗଜିତ୍ କୌରଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କର ମୁଖପାତ୍ର ପ୍ରୀତମ ଶର୍ମା କହିଛନ୍ତି ଯେ କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପ ଲୋକଙ୍କ ଉପସ୍ଥିତିରେ ଜୁହୁ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି। କୌର ନିଜ କ୍ୟାରିୟରର ଶୁଭାରମ୍ଭ ୫୦ […]

ଅଦ୍ୟତନ ହୋଇଛି
ସ୍ୱାଧୀନତା ଦିବସରେ ଆଖି ବୁଜିଲେ କିମ୍ବଦନ୍ତୀ ଗାୟିକା

jagjit-kaur

Advertisment

ମୁମ୍ବାଇ: ସ୍ୱାଧୀନତା ଦିବସରେ ଫିଲ୍ମ ଜଗତରୁ ଆସିଛି ଦୁଃଖଦ ଖବର। ଦିବଙ୍ଗତ ସଂଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମଙ୍କ ପତ୍ନୀ ତଥା ଜଣାଶୁଣା ପ୍ଲେବ୍ୟାକ୍ ସିଙ୍ଗର୍ ଜଗଜିତ୍ କୌରଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କର ମୁଖପାତ୍ର ପ୍ରୀତମ ଶର୍ମା କହିଛନ୍ତି ଯେ କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ରଖି ଅଳ୍ପ ଲୋକଙ୍କ ଉପସ୍ଥିତିରେ ଜୁହୁ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି।

Advertisment

କୌର ନିଜ କ୍ୟାରିୟରର ଶୁଭାରମ୍ଭ ୫୦ ଦଶକରେ କରିଥିଲେ। ସେ ତଲଦ ମେହମୁଦ ଓ ଶ୍ୟାମା ଷ୍ଟାରର୍ 'ପୋଷ୍ଟ' (ପଞ୍ଜାବୀ ଭାଷା) ଏବଂ ଦିଲ୍-ଏ-ନାଦାନ ଭଳି ଫିଲ୍ମରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୫୪ରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଖୟାମଙ୍କୁ ବିବାହ କରିଥିଲେ।

[caption id="" align="alignnone" width="1200"]publive-image ପତି ଖୟାମଙ୍କ ସହ ଜଗଜିତ୍ କୌର୍[/caption]

Advertisment

୧୯୮୧ରେ ଖୟାମ ଦ୍ୱାରା ରଚିତ ସ୍ମରଣୀୟ ସାଉଣ୍ଡଟ୍ରାକ୍ 'ଉମରାଓ ଜାନ୍'ରେ ଗୋଟିଏ ଗୀତ ମଧ୍ୟ ଗାଇଥିଲେ। ୨୦୧୬ରେ କୌର ନିଜ ପତିଙ୍କ ସହ ଭାରତରେ ନବୋଦିତ କଳାକାର ଓ ଟେକ୍ନିସିଆନଙ୍କ ସମର୍ଥନ କରିବା ଲାଗି ଖୟାମ ଜଗଜିତ୍ କୌର କେପିଜେ ଚ୍ୟାରିଟେବୁଲ ଟ୍ରଷ୍ଟର ଶୁଭାରମ୍ଭ କରିଥିଲେ। ଜାତୀୟ ପୁରସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଖୟାମଙ୍କର ଅଗଷ୍ଟ ୧୯, ୨୦୧୯ରେ ହୃଦଘାତରେ ଦେହାନ୍ତ ହୋଇଥିଲା।

ଖୟାମ ଓ ଜଗଜିତଙ୍କର ଏକ ପୁତ୍ର ସନ୍ତାନ ଥିଲେ, ଯାହାଙ୍କର ୨୦୧୨ରେ ହୃଦଘାତ କାରଣରୁ ମୃତ୍ୟ ହୋଇଥିଲା। ଯାହା ପରେ ତାଙ୍କର ବୃଦ୍ଧ ମାତାପିତାଙ୍କୁ ବଡ଼ ଝଟକା ଲାଗିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe