Advertisment

‘ପଠାନ’ ପାଇଁ ଭଙ୍ଗାରୁଜା, ୫ ଗିରଫ

ହଲ୍‌ରେ ଲାଗିଥିବା ଫିଲ୍ମ ପଠାନର ପୋଷ୍ଟର୍‌କୁ ଚିରି ଥିଲେ ବିଶ୍ୱ ହିନ୍ଦୁ ପରିଷଦର କିଛି କର୍ମୀ। ଏଥିସହ ହଲ୍ ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ମାମଲାରେ ପୁଲିସ ଏବେ ୫ ଜଣଙ୍କୁ ଗିରଫ କରିଛି।

Members of VHP tear 'Pathaan' posters at Surat movie hall

‘ପଠାନ’ ପାଇଁ ଭଙ୍ଗାରୁଜା, ୫ ଗିରଫ

Advertisment

ଫିଲ୍ମ ପଠାନକୁ ନେଇ ଥମୁନି ବିବାଦ। ଆଉ ଦିନକ ପରେ ରିଲିଜ ହେବ କିଙ୍ଗ ଖାନ୍ ଶାହରୁଖଙ୍କ ଏହି ବହୁ ପ୍ରତିକ୍ଷିତ ଫିଲ୍ମ। ତେବେ ରିଲିଜ ପୂର୍ବରୁ ହିଁ ଏହାକୁ ନେଇ ଜାରି ରହିଛି ହଙ୍ଗାମା। ଫିଲ୍ମକୁ ବିରୋଧ କରି ବିଭିନ୍ନ ହଲ୍ ବାହାରେ ବିରୋଧ ଜାରି ରହିଛି। ଫିଲ୍ମର ରିଲିଜ ତାରଖି ଯେତିକି ପାଖଉଛି ଏହାକୁ ବୟକଟ୍ କରିବା ପାଇଁ ଦାବି ସେତିକି ବଢ଼ୁଛି। ନିକଟରେ ସୁରାଟର ଏକ ହଲ୍ ବାହାରେ ବିଶ୍ୱ ହିନ୍ଦୁ ପରିଷଦର କିଛି କର୍ମୀ ଭଙ୍ଗାରୁଜା କରିଛନ୍ତି। 

Advertisment

ସୁରାଟର ରୂପାଲି ସିନେମା ହଲ୍‌ରେ ଲାଗିଥିବା ଫିଲ୍ମ ପଠାନର ପୋଷ୍ଟର୍‌କୁ ଚିରି ଥିଲେ ବିଶ୍ୱ ହିନ୍ଦୁ ପରିଷଦର କିଛି କର୍ମୀ। ଏଥିସହ ହଲ୍ ଭିତରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ମାମଲାରେ ପୁଲିସ ଏବେ ୫ ଜଣଙ୍କୁ ଗିରଫ କରିଛି। ଫିଲ୍ମର ପୋଷ୍ଟର ଚିରିବା ସହ ଭିଏଚ୍‌ପି କର୍ମୀମାନେ ହଲ୍ ବାହାରେ ଅସନ୍ତୋଷ ସୃଷ୍ଟି କରିଥିବା ହଲ୍ ମାଲିକ ଅଭିଯୋଗ କରିଥିଲେ। 

ଶାହରୁଖ ଖାନ୍‌, ଦୀପିକା ପାଦୁକୋନ୍ ଓ ଜନ୍ ଅବ୍ରାହମଙ୍କ ଅଭିନୀତ ଏହି ଫିଲ୍ମକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି। ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ବେଶ୍ ଉତ୍ସାହ ଅଛନ୍ତି। ସେପଟେ ଏହାକୁ ନେଇ ବିବାଦ ମଧ୍ୟ ତେଜୁଛି। ବେସରମ ରଙ୍ଗ ଗୀତକୁ ନେଇ ବିବାଦ ବଢୁଥିବାରୁ ଏହି ଫିଲ୍ମକୁ ଅନେକ ବୟକଟ୍ କରିଛନ୍ତି। ବିଭିନ୍ନ ସ୍ଥାନରେ ଫିଲ୍ମ ବିରୋଧରେ ପ୍ରଦର୍ଶନ ଜାରି ରହିଛି। 

Advertisment

ଆସନ୍ତା ଜାନୁଆରୀ ୨୫ ତାରିଖରେ ଫିଲ୍ମଟି ହଲ୍‌କୁ ଆସିବ। ତେବେ ବିବାଦ ସତ୍ତ୍ୱେ ବି ଫିଲ୍ମର ଆଗୁଆ ଟିକେଟ୍ ବୁକିଂ ସରିଛି। ଏପରିକି ହାଉସ୍‌ଫୁଲ୍ ମଧ୍ୟ ହୋଇସାରିଛି। ଗୋଟିଏ ଟିକେଟ୍‌ର ଦାମ୍ ଅନେକ ସ୍ଥାନରେ ୨୫୦୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe